ନୟାଗଡ଼,(ବାଘୁଆବାର୍ତ୍ତା): ମେଟ୍ରିକ୍ ଛାତ୍ରଛାତ୍ରୀଙ୍କ ପାଇଁ ଖୁସିର ଖବର । ଛାଡ଼ ହେଲା ମେଟ୍ରିକ୍ ପରୀକ୍ଷା ଫି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ରାଜ୍ୟରେ ମୋଟ ୬ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ । ରାଜ୍ୟ ସରକାର ଏଥିପାଇଁ ୨୭କୋଟି ଟଙ୍କା ବହନ କରିବେ । ସୂଚନା ଅନୁସାରେ, କୋଭିଡ୍-୧୯ କଟକଣା ଭିତରେ, ଯେପରି କୌଣସି ଛାତ୍ରଛାତ୍ରୀ ଅର୍ଥ ଅଭାବରୁ ପରୀକ୍ଷା ଦେବା ପାଇଁ ବ ôତ ନହେବେ ସେଥିପାଇଁ ରାଜ୍ୟ ସରକାର ଏଭଳି ନିଷ୍ପ ି ନେଇଛନ୍ତି । ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଖୁସି ବ୍ୟକ୍ତ କରା ଯାଇଛି ।





