Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବେଆଇନ ମାଙ୍କଡା ପଥର ଖନନ ଉପରେ ଚଢ଼ାଉ କଲା ଟାଙ୍ଗୀ ପୋଲିସ

by ସଞ୍ଜୟ ସ୍ୱାଇଁ
October 19, 2024
in Crime, State
ବେଆଇନ ମାଙ୍କଡା ପଥର ଖନନ ଉପରେ ଚଢ଼ାଉ କଲା ଟାଙ୍ଗୀ ପୋଲିସ
49
VIEWS
Share on FacebookShare on Twitter

ଟାଙ୍ଗୀ, (ବାଘୁଆବାର୍ତ୍ତା): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ସ୍ୱରଣ ଗ୍ରାମର ଚିଲିକା ଉପକୂଳରେ ଚାଲିଥିଲା ବେଆଇନ ମାଙ୍କଡା ପଥର ଖନନ l ରାତି ରାତି ବିଭିର୍ଣ୍ଣ ସ୍ଥାନକୁ ହେଉଥିଲା ଚୋରା ଚାଲାଣ l ଦୀର୍ଘଦିନ ହେବ ଏ ବାବଦରେ ଟାଙ୍ଗୀ ପୋଲିସ ପାଖରେ ଥିଲା ଖବର, ଚୋରା ପଥର ମାଫିଆଙ୍କ ଗତି ଵିଧି ଉପରେ ପୋଲିସ ରଖିଥିଲା ତୀକ୍ଷ୍ଣ ନଜର l କିନ୍ତୁ ଆଶ୍ଚର୍ଯ୍ୟର ଘଟଣା ରାତିରେ ଚୋରା ଚାଲାଣ ସମୟରେ ମାଫିଆ ମାନେ ସଡ଼କ ପଥରେ ପୋଲିସ ପ୍ରତି ରଖୁଥିଲେ ନଜର l ଯେତବେଳେ ପୋଲିସ ଗାଡି ଦେଖୁଥିଲେ ସଂଗେ ସଙ୍ଗେ ଚୋରା ମାଫିଆ ମାନଙ୍କୁ ଖବର ଦେଉଥିଲେ l ଘଟଣା ସ୍ଥଳରୁ ପୋଲିସ ନିରାଶ ହୋଇ ଫେରୁଥିଲା l କିନ୍ତୁ ଏଠି ପୋଲିସ ନିଜର ବୁଦ୍ଧି ଖଟାଇ ଜଳପଥରେ ନିଜର ଅଭିଯାନ ଆରମ୍ଭ କରିଥିଲା l ଟାଙ୍ଗୀ ଥାନା ଅଧିକାରୀ ସୁଶାନ୍ତ ବେହେରାଙ୍କ ନେତୃତ୍ୱରେ ଏକ ଟିମ ବିଳମ୍ବିତ ରାତ୍ରିରେ ସୁସଜିତ ହୋଇ ସଡ଼କ ପଥ ଛାଡି ଜଳପଥ ଦେଇ ପହଂଚିଥିଲେ ଘଟଣା ସ୍ଥଳରେ, ପୋଲିସକୁ ଦେଖି ପଥର ମାଫିଆଙ୍କ ଅକଲ ଗୁଡ଼ୁମ l ପୋଲିସ କବଳରୁ ଖସିବା ପାଇଁ ପ୍ରଥମେ ସଡ଼କ ପଥ ଦେଇ ଖସିଯିବାକୁ ଚେଷ୍ଟା କରି ବିଫଳ ହେବାରୁ ବିକଳରେ ଚିଲିକାକୁ ଡେଇଁ ଫେରାର ହୋଇଥିଲେ ପଥର ମାଫିଆ l ଘଟନସ୍ଥଳରୁ ପୋଲିସ ଟ୍ରାକ୍ଟର, ଟ୍ରକ, ମିନିଟ୍ରକ, ଜେସିବି, ବାଇକ ଓ ପଥର କଟା ମେସିନ ଜବତ କରିଛି l ଏ ସଂକ୍ରାନ୍ତରେ ଟାଙ୍ଗୀ ଥାନାରେ ଏକ ମାମଲା ରୁଜୁ ହୋଇଛି l ଖୁବ ଶୀଘ୍ର ପଥର ମାଫିଆ ମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ସୁଶାନ୍ତ କୁମାର ବେହେରା l

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!