ନୟାଗଡ଼,(ବାଘୁଆବାର୍ତ୍ତା): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା ଆଜି ନୟାଗଡ଼ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକ ସହ ନୟାଗଡ଼ ଉପକଣ୍ଠରେ ଥିବା ବୃଦ୍ଧାଶ୍ରମରେ ଅଚାନକ୍ ପହ ô ବୟସ୍କଙ୍କ ସୁଖ, ଦୁଃଖ ବୁଝିଥିବା ସହିତ ଅନ୍ତେବାସୀଙ୍କ ଭଲମନ୍ଦ ପଚାରି ବୁଝିଥିଲେ । ନୟାଗଡ଼ର ଶାନ୍ତି ଚାରିଟେବୁଲ୍ ଟ୍ରଷ୍ଟ, ରୋଟାରୀ କ୍ଲବ୍ ଓ ରେଡ୍କ୍ରସ୍ ସୋସାଇଟ୍ ଦ୍ୱାରା ଦ୍ୱାରା ପରିଚାଳିତ ହେଉଥିବା ଏହି ବୃଦ୍ଧାଶ୍ରମରେ ଅନ୍ତେବାସୀମାନେ କିପରି ସମୟ ବିତାଉଛନ୍ତି, ସେ ନେଇ କି ବ୍ୟବସ୍ଥା କରାଯାଇଛି, ତାହା ପଚାରି ବୁଝିଛନ୍ତି । ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ଶସକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଉପସ୍ଥିତ ରହି ବୃଦ୍ଧାଶ୍ରମର ସମସ୍ତ ଗୃହ, କାର୍ଯ୍ୟରତ ଥିବା ପ୍ଲେ ସ୍କୁଲ୍ ସମ୍ବନ୍ଧରେ ଆଲୋଚନା କରିଥିବା ବେଳେ ପରିଚାଳନା କର୍ତ୍ତୁପକ୍ଷ ମଧ୍ୟ ଉପସ୍ଥିତ ରହିଛନ୍ତି ।





