ନୟାଗଡ଼,(ବାଘୁଆବାର୍ତ୍ତା): ଜାନୁୟାରୀ ୧୪ ମକର ସଂକ୍ରାନ୍ତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଲୋକାର୍ପଣକରିବେ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରୁ ପ୍ରାୟ ୯୦କି.ମି ଦୂର ମୁଖୀଗୁଡ଼ା ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପ୍ରାୟ ୮୦୦କୋଟି ଟଙ୍କାର ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପ, ସ୍ୱତନ୍ତ୍ର ବିଦ୍ୟୁତ୍ ଗ୍ରୀଡ୍କୁ ଲୋକାର୍ପଣ କରିବା ନେଇ ଜଣାପଡିଛି । ତତ୍ସହିତ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପଞ୍ଚାୟତର ପ୍ରାୟ ୨ହଜାର କୋଟି ଟଙ୍କାର ନୂଆ ପ୍ରକଳ୍ପକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉକ୍ତ ମଞ୍ଚରୁ ଅନୁମୋଦନ କରିବେ ବୋଲି ସୂଚନା ମିଳିଛି । କୋଭିଡ୍-୧୯ କଟକଣା ପାଇଁ ଉକ୍ତ କାର୍ଯ୍ୟକ୍ରମରେ ୩ଟି ମଞ୍ଚ ପ୍ରସ୍ତୁତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ମଞ୍ଚ ଠାରୁ ଆଉ ଦୁଇଟି ମଞ୍ଚର ଦୂରତା ୬୦ମିଟର ରଖାଯାଇଛି ।





