ନୟାଗଡ଼,(ବାଘୁଆବାର୍ତ୍ତା): ଏଥର ବାଜିବ ଡିଜେ, ଝୁମିବେ ବରଯାତ୍ରୀ । ଡିଜେର ତାଳେ ତାଳେ ବର ଯିବ ରୋଷଣୀ ଜାଳି । ଏଥିନେଇ ରାଜ୍ୟ ସରକାରଙ୍କ ତରଫରୁ ଆଜି ଅନୁମତି ମିଳିଥିବା ଜଣାପଡ଼ିଛି । ମହାମାରୀ କୋଭିଡ୍-୧୯ ଭାଇରସ୍ ଯୋଗୁଁ ଦୀର୍ଘ ୯ମାସ ଧରି ବିଭିନ୍ନ ଜୀବନ ଜିବିକା କ୍ଷତିଗ୍ରସ୍ତ ହୋଇଛି । ଯେଉଁଥିରେ କି, ଚିତ୍ରାଳୟ, ଲାଇଟ୍ ସାଉଣ୍ଡ ମାଲିକମାନେ ଅତ୍ୟାଧିକ ପ୍ରଭାବିତ ହୋଇଛନ୍ତି । ଲକ୍ଷ ଲକ୍ଷ ଟଙ୍କା ବ୍ୟାଙ୍କରୁ ଋଣ କରି, ସ୍ଥାନୀୟ ଅଞ୍ଚଳର ଚାହିଦାକୁ ନେଇ ଡିଜେ ସାଉଣ୍ଡ ସିଷ୍ଟମ ପ୍ରସ୍ତୁତ କରିଥିବା ବ୍ୟକ୍ତି ହତାଶ ହୋଇଛନ୍ତି । ରାଜ୍ୟକୁ କରୋନା ପ୍ରବେଶ ପରେ ରାଜ୍ୟ ସରକାର ରାଜ୍ୟବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଲକ୍ଡାଉନ୍, ସଟ୍ଡାଉନ୍ କରିବା ସହିତ ବାହାଘର, ବ୍ରତ, ଏବଂ ବିଭିନ୍ନ ପ୍ରକାରର ସଭାସମିତି କାର୍ଯ୍ୟକ୍ରମ ସବୁ ବନ୍ଦ ହୋଇଥିଲା । ତେବେ ରାଜ୍ୟରେ ଧିରେ ଧିରେ କୋଭିଡ୍-୧୯ ଭାଇରସ୍ର କାୟା ମଳିନ ପଡ଼ିବାରୁ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ନେଇ ରାଜ୍ୟ ସରକାର ବାହାଘର, ବ୍ରତ, ଓ ବିଭିନ୍ନ ପ୍ରକାରର ସଭାସମିତି କରିବାକୁ ଅନୁମତି ଦେଇଥିଲେ । ବାହାଘରର ବରଯାତ୍ରୀଙ୍କ ମେଳରେ ଡିଜେ ସାଉଣ୍ଡ ନବାଜିବା ପାଇଁ ପୂର୍ବରୁ କଡ଼ା ନିର୍ଦ୍ଦେଶ ଦେଇଥିଲେ । ଏବେ ରାଜ୍ୟରେ ଥିବା ସମସ୍ତ ଡିଜେ ସାଉଣ୍ଡ କରିଥିବା ମାଲିକମାନଙ୍କ ଆର୍ଥିକବସ୍ଥାକୁ ଦୃଷ୍ଟିରେ ବାହାଘର, ବ୍ରତରେ ଡିଜେ୍ ସାଉଣ୍ଡ ବାଜିବା ନେଇ ମିଳିଛି ଅନୁମତି । ଏଣିକି ବାହାଘରରେ ବରଯାତ୍ରୀ ଯିବା ବେଳେ ବାଜା-ବାଣ ଓ ରୋଷଣୀ ସାଙ୍ଗକୁ ଡିଜେ ସାଉଣ୍ଡକୁ ଅନୁମତି ମିଳିଛି ।





