Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗୌଡ଼ପୁଟ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଫାଇନାଲରେ ମଙ୍ଗଳା କ୍ଳବ ଖୋର୍ଦ୍ଧାକୁ ଭେଟିବ ରଣପୁର

by ସଞ୍ଜୟ ସ୍ୱାଇଁ
October 18, 2024
in Nayagarh, Sports, State
ଗୌଡ଼ପୁଟ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଫାଇନାଲରେ ମଙ୍ଗଳା କ୍ଳବ ଖୋର୍ଦ୍ଧାକୁ ଭେଟିବ ରଣପୁର
260
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ସ୍ଥାନୀୟ ଗୌଡ଼ପୁଟ ନେତାଜୀ କ୍ଲବ ଆନୁକୂଲ୍ୟରେ ଆୟୋଜିତ ୪୪ ତମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ବେଶ ସଂଘର୍ଷପୂର୍ଣ୍ଣ ଓ ଚିତ୍ତାକର୍ଷକ ଥିଲା।ବିଶେଷ କରି ମ୍ୟାଚର ଅନ୍ତିମ ପର୍ଯ୍ୟାୟ ପର୍ଯ୍ୟନ୍ତ ଖେଳରେ ଅତ୍ୟନ୍ତ ରୋମାଞ୍ଚକର ପରିସ୍ଥିତି ସୃଷ୍ଟି ହୋଇଥିଲା।ଯାହାକୁ ଉପସ୍ଥିତ ଦର୍ଶକ ଖୁବ ସାରା ଉପଭୋଗ କରିଥିଲେ।ଶେଷରେ ରଣପୁର ଦଳ,ଖଣ୍ଡପଡା ଦଳକୁ ସଡ଼ର୍ଣ୍ଣ ଡେଥ ପ୍ରକ୍ରିୟାରେ ହରାଇ ଫାଇନାଲରେ ପ୍ରବେଶ କରିଛି।ଖେଳର ପ୍ରଥମାର୍ଦ୍ଧରେ ଖଣ୍ଡପଡା ଦଳ ଗୋଟିଏ ଗୋଲ ଦେଇ ଆଗୁଆ ରହିଥିବାବେଳେ ଦ୍ୱିତୀୟାର୍ଦ୍ଧର ଶେଷ ମୁହୂର୍ତ୍ତରେ ରଣପୁର ଦଳ ଗୋଟିଏ ଗୋଲ ସ୍କୋର କରି ଖେଳକୁ ବରାବର ସ୍ଥିତିକୁ ଆଣିଥିଲେ।

ଶେଷରେ ପେନାଲଟିକ ସୁଟ ଆଉଟ ହୋଇଥିଲା।ଉଭୟ ଦଳ ପେନାଲଟିକରେ ୦୫-୦୫ ସ୍କୋରରେ ରହିଥିବାବେଳେ ମ୍ୟାଚର ଫଳାଫଳ ନିଷ୍ପତ୍ତି ନିମନ୍ତେ ପୁନଶ୍ଚ ସଡ଼ର୍ଣ୍ଣ ଡେଥ ପ୍ରକ୍ରିୟା ଆପଣା ଯାଉଥିଲା।ଶେଷରେ ରଣପୁର ଦଳ ୦୫-୦୪ ଗୋଲରେ ଖଣ୍ଡପଡା ଦଳକୁ ହରାଇ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛି।ଆଜି ଟୁର୍ଣ୍ଣାମେଣ୍ଟର ୨ୟ ସେମିଫାଇନାଲରେ ଅତିଥି ଭାବରେ ନୟାଗଡ଼ ଜିଲାପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ,ବାଣ୍ଠପୁର ସରପଞ୍ଚ ସୁନିତା ବାରିକ, ଆରଡ଼ା ସରପଞ୍ଚ ଶାରଦା ଦୋରା,ଦେବାନନ୍ଦ ଷଡଙ୍ଗୀ,ପ୍ରସନ୍ନ କୁମାର ସ୍ୱାଇଁ ଉପସ୍ଥିତ ହୋଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ।

ନେତାଜୀ କ୍ଲବ ସଭାପତି ଦିଲୀପ କୁମାର ମାର୍ଥା ଓ ସମ୍ପାଦକ ତ୍ରିନାଥ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଓ କ୍ଲବ ସଦସ୍ୟଙ୍କ ସହଯୋଗରେ ଫୁଟବଲ ଖେଳର ପରିଚାଳିତ ହୋଇଥିଲା।ଶ୍ରୀଧର ପରିଡା ମଞ୍ଚ ପରିଚାଳନା କରିଥିବାବେଳେ ଓ ଜଗନ୍ନାଥ ପରିଡା ମୁଖ୍ୟ ରେଫରୀ ଓ ପ୍ରସନ୍ନ କୁମାର ନାୟକ,ସୂର୍ଯ୍ୟକାନ୍ତ ଦଳବେହେରା ଲାଇନରେ ସହାୟତା କରିଥିଲେ।ଆସନ୍ତାକାଲି ଫାଇନାଲ ମ୍ୟାଚ ମଙ୍ଗଳା କ୍ଲବ ଖୋର୍ଦ୍ଧା ସହିତ ରଣପୁର ଦଳ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କୁ ସୂତ୍ରରୁ ଜଣାପଡ଼ିଛି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!