Thursday, September 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାବଧାନ ବଜାରରେ ମିଳୁଛି ନକଲି ଆଳୁ

by ସଞ୍ଜୟ ସ୍ୱାଇଁ
October 18, 2024
in NATIONAL NEWS
ସାବଧାନ ବଜାରରେ ମିଳୁଛି ନକଲି ଆଳୁ
307
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଆଳୁ ପ୍ରତ୍ୟେକଙ୍କ ଘରେ ସାଧାରଣତଃ ବ୍ୟବହୃତ ହେଉଥିବା ପନିପରିବା ମଧ୍ୟରୁ ଗୋଟିଏ। ତେବେ ବଜାରରେ ଏଣିକି ନକଲି ଆଳୁ ବିକ୍ରି ହେବା ଆରମ୍ଭ ହୋଇଯାଇଛି। ଏଥିପ୍ରତି ଗ୍ରାହକଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଆଳୁ କିଣିବା ସମୟରେ ଅସଲି କି ନକଲି ତାହାକୁ ଭଲଭାବେ ପରଖିବା ପରେ ଯାଇ କିଣନ୍ତୁ। ନଚେତ ସମସ୍ୟାରେ ପଡ଼ିବାର ଅନେକ ସମ୍ଭାବନା ରହିଛି। ଉତ୍ତରପ୍ରଦେଶର ବାଲିୟାରେ ଖାଦ୍ୟ ନିରାପତ୍ତା ଏବଂ ଔଷଧ ପ୍ରାଧିକରଣ ବିଭାଗ ଦ୍ୱାରା କରାଯାଇଥିବା ଏକ ଚଢ଼ାଉ ସମୟରେ ନକଲି ଏବଂ ରଙ୍ଗୀନ ଆଳୁ ମିଳିବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଅଧିକାରୀମାନେ ବିଶେଷ ସୂତ୍ରରୁ ଜାଣିବାକୁ ପାଇଥିଲେ ଯେ ବ୍ୟବସାୟୀମାନେ ଏକ କ୍ୱିଣ୍ଟାଲ ଆଳୁରେ ୪୦୦ଟଙ୍କାର ଅତିରିକ୍ତ ଲାଭ ପାଇବା ପାଇଁ ଲୋକଙ୍କ ସ୍ୱାସ୍ଥ୍ୟ ସହିତ ଖେଳ ଖେଳୁଛନ୍ତି। ବିଶେଷଜ୍ଞମାନେ କହିଛନ୍ତି ଯେ ବ୍ୟବସାୟୀମାନେ କୃତ୍ରିମ ରଙ୍ଗ ପ୍ରୟୋଗ କରି ଆଳୁକୁ ସତେଜ ଏବଂ ଆକର୍ଷଣୀୟ ଦେଖାଇବା କାମ କରୁଛନ୍ତି। ଗ୍ରାହକମାନେ ଉକ୍ତ ଆଳୁକୁ ସତେଜ ଆଳୁ ଭାବି ଖୁସିରେ ଘରକୁ କିଣି ନେଇଯାଉଛନ୍ତି। ବାସ୍ତବରେ ଏହି ରଙ୍ଗୀନ ଆଳୁ ସ୍ୱାସ୍ଥ୍ୟ ପାଇଁ ବିପଦପୂର୍ଣ୍ଣ । ଏହିପରି ଆଳୁର କ୍ରମାଗତ ବ୍ୟବହାର କରିବା ସ୍ବାସ୍ଥ୍ୟପକ୍ଷେ ସାଂଘାତିକ ହୋଇପାରେ। ଅଧିକାରୀମାନଙ୍କ କହିବାନୁସାରେ, ବଜାରରେ ନକଲି ଆଳୁ ମିଳିବାର ଅଭିଯୋଗ କ୍ରମାଗତ ଭାବରେ ହୋଇଥିଲା। ଏହାପରେ ଏକ ଦଳ ଗଠନ କରାଯାଇ ମଣ୍ଡି ଉପରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ୨୧ କ୍ୱିଣ୍ଟାଲ୍ କୃତ୍ରିମ ରଙ୍ଗର ଆଳୁ ଜବତ କରାଯାଇଥିଲା, ଯାହାର ମୂଲ୍ୟ ପ୍ରାୟ ୫୬,୦୦୦ଟଙ୍କା ଥିବା ଅନୁମାନ କରାଯାଉଛି। ଜବତ ହୋଇଥିବା ଆଳୁରେ ବିଭିନ୍ନ ପ୍ରକାର ରାସାୟନିକ ପଦାର୍ଥ ବ୍ୟବହାର କରି ଚକଚକ୍ କରାଯାଇଥିଲା। ଏହି ରାସାୟାନିକ ପଦାର୍ଥ ବ୍ୟବହୃତ ହୋଇଥିବା ଆଳୁକୁ ବ୍ୟବହାର କଲେ ଗ୍ରାହକମାନଙ୍କ ଶରୀରରେ ଲିଭର ଓ ଯକୃତଜନିତ ସମସ୍ୟା ଉପୁଜିପାରେ ବୋଲି ଡାକ୍ତରଙ୍କ ପକ୍ଷରୁ ପ୍ରକାଶ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!