Thursday, September 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାପାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ ଯୁବତୀ, ପ୍ରତିଶୋଧ ନେଲା ପୁଅ

by ସଞ୍ଜୟ ସ୍ୱାଇଁ
October 18, 2024
in NATIONAL NEWS
ବାପାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ ଯୁବତୀ, ପ୍ରତିଶୋଧ ନେଲା ପୁଅ
104
VIEWS
Share on FacebookShare on Twitter

ମଧ୍ୟପ୍ରଦେଶ, (ବାଘୁଆବାର୍ତ୍ତା): ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ଜଣେ ଯୁବତୀଙ୍କୁ ଜୀବନ୍ତ ଜାଳି ଦେଇ ହତ୍ୟା କରିଛି ଜଣେ ୧୯ ବର୍ଷୀୟ ପିଲା। ଯୁବତୀ ଜଣଙ୍କ ପିଲାଟିର ବାପାଙ୍କ ବିରୋଧରେ ଅସଦାଚରଣର ଅଭିଯୋଗ ଆଣିଥିଲେ। ବାସ୍‌ ଏହାର ପ୍ରତିଶୋଧ ନେବାକୁ ଏପରି ଜଘନ୍ୟକାଣ୍ଡ ଘଟାଇଛି ୧୯ ବର୍ଷୀୟ ପିଲା। ଘଟଣାଟି ମଧ୍ୟପ୍ରଦେଶର ଖଣ୍ଡୱା ଠାରେ ଅକ୍ଟୋବର ୧୨ରେ ଘଟିଥିଲେ ବେଳେ ଶୁକ୍ରବାର ଏ ସମ୍ପର୍କରେ ପୁଲିସ୍ ସୂଚନା ଦେଇଛି। ଏସ୍‌ପି ମନୋଜ କୁମାର ରାୟଙ୍କ କହିବା କଥା ଯେ ଯୁବତୀ ଜଣଙ୍କ ଗୁରୁବାର ରାତିରେ ଇନ୍ଦୋରରେ ଥିବା ସରକାରୀ ମହାରାଜ ଯଶବନ୍ତରାଓ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। ଯୁବତୀ ଜଣଙ୍କ ମଙ୍ଗିଲାଲ ବାଲାଇଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ। ଏଥିପାଇଁ ତାଙ୍କୁ ଅକ୍ଟୋବର ୭ରେ ଗିରଫ କରାଯାଇଥିଲା। ହେଲେ ସେ ଅକ୍ଟୋବର ୮ରେ ଜାମିନରେ ଖଲାସ ହୋଇଥିଲେ। ଜାମିନ ପାଇଥିଲେ ହେଁ ତାଙ୍କ ବିରୋଧରେ କେସ ଚାଲିଥିଲା। ଏସବୁ ଭିତରେ ମଙ୍ଗିଲାଲଙ୍କ ପୁଅ ଅର୍ଜୁନ ଯୁବତୀଙ୍କ ପାଖରେ ପହଞ୍ଚିବା ସହ ‌ଅଭିଯୋଗ ପ୍ରତ୍ୟାହାର କରିନେବାକୁ ଧମକ ଦେଇଥିଲା। ଯୁବତୀ ଜଣଙ୍କ କିଛି ନ ଶୁଣିବାରୁ ସେ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ଏଥିଯୋଗୁ ଯୁବତୀ ଜଣଙ୍କ ଗୁରୁତର ଆହତ ହୋଇଥିଲେ। ପୁଲିସ ମଧ୍ୟ ହତ୍ୟା ଉଦ୍ୟମ ମାମଲା କରି ଅର୍ଜୁନକୁ ଗିରଫ କରିଥିଲା। ହେଲେ ଏବେ ଯୁବତୀଙ୍କର ମୃତ୍ୟୁ ହେବା ପୁଲିସ୍‌ ହତ୍ୟା ମାମଲା ରୁଜୁ କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!