Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହମାସ ମୁଖ୍ୟ ୟାହୟା ସିନଓ୍ୱାର ନିହତ

by ସଞ୍ଜୟ ସ୍ୱାଇଁ
October 18, 2024
in NATIONAL NEWS
ହମାସ ମୁଖ୍ୟ ୟାହୟା ସିନଓ୍ୱାର ନିହତ
69
VIEWS
Share on FacebookShare on Twitter

ନିଉଦିଲ୍ଲୀ, (ବାଘୁଆବାର୍ତ୍ତା) : ଇସ୍ରାଏଲ ସେନାକୁ ମିଳିଲା ବଡ଼ ସଫଳତା। ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ରେ ଟଳିଲା ହମାସ ମୁଖ୍ୟ ୟାହୟା ସିନଓ୍ୱାର। ଏନେଇ ଇସ୍ରାଏଲ କର୍ତ୍ତୃପକ୍ଷ ଗୁରୁବାର ରାତିରେ ସ୍ପଷ୍ଟ କରିଛନ୍ତି। ହମାସ ମୁଖ୍ୟ ୟାହୟା ସିନଓ୍ୱାର ନିହତ ହୋଇଥିବା ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି। ସାମ୍ବାଦିକ ସମ୍ମିଳନୀ କରି ନେତାନ୍ୟାହୁ କହିଛନ୍ତି, ଅକ୍ଟୋବର ୭ ତାରିଖର ଆମ ଲୋକଙ୍କ ସହ ନରସଂହାର ଘଟାଇଥିବା ବ୍ୟକ୍ତିଙ୍କ ଠାରୁ ଆମେ ପ୍ରତିଶୋଧ ନେଇଛୁ। ଗାଜାରେ ହମାସ ବନ୍ଧକଙ୍କ ଘରକୁ ଫେରିବା ସଂଗ୍ରାମରେ ହାମାସ ନେତା ୟାହୟା ସିନୱାରଙ୍କ ହତ୍ୟା ଏକ ମହତ୍ତ୍ୱପୂର୍ଣ୍ଣ ମୁହୂର୍ତ୍ତ। ତେବେ ଏହା ଯୁଦ୍ଧର ଶେଷ ନୁହେଁ, ଏହା ଶେଷର ଆରମ୍ଭ। ସେ ଆହୁରି କହିଛନ୍ତି, \’ହମାସ୍ ଅସ୍ତ୍ର ଛାଡ଼ି ପଣବନ୍ଦୀଙ୍କୁ ଫେରାଇଲେ ଯୁଦ୍ଧ କାଲି ସରିଯିବ। ହମାସ୍ ୨୩ ଦେଶର ୧୦୧ ନାଗରିକଙ୍କୁ ଏବେ ବି ପଣବନ୍ଦୀ କରି ରଖିଛି।\’ ମଧ୍ୟପ୍ରାଚ୍ୟରେ ଶାନ୍ତି ଓ ଉତ୍ତମ ଭବିଷ୍ୟତ ଲାଗି ଏକାଠି ହେବାକୁ ନେତାନ୍ୟାହୁ ଆହ୍ୱାନ ଦେଇଛନ୍ତି। ସେପଟେ ସିନୱାର ନିହତ, ଇସ୍ରାଏଲ୍ ପାଇଁ ଭଲ ଦିନ କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ସୂଚନା ଅନୁଯାୟୀ, ଗାଜା ଆକ୍ରମଣ ସମୟରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ସେମାନଙ୍କ ମଧ୍ୟରେ ସିନଓ୍ୱାର ଥିବା ନେଇ ସନ୍ଦେହ କରାଯାଉଥିଲା। ଡିଏନ୍‌ଏ ପରୀକ୍ଷାରୁ ଜଣେ ମୃତକ ହମାସ୍ ନେତା ସିନ୍‌ଓ୍ୱାର ବୋଲି ସ୍ପଷ୍ଟ ହୋଇଛି। ତେବେ ଶୀର୍ଷ ନେତାଙ୍କ ମୃତ୍ୟୁ ନେଇ ହମାସ୍ ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ। ୨୦୨୩ ଅକ୍ଟୋବର ୭ରେ ଇସ୍ରାଏଲ୍ ଉପରେ ହମାସ ଆକ୍ରମଣ ଯୋଜନାର ଅନ୍ୟତମ ମୁଖ୍ୟ ଥିଲେ ସିନ୍‌ଓ୍ୱାର। ଗାଜା ଆକ୍ରମଣ କରିବା ଆରମ୍ଭରୁ ଇସ୍ରାଏଲ୍ ତାଙ୍କୁ ହତ୍ୟା କରିବା ପାଇଁ ସଂକଳ୍ପ ନେଇଥିଲା। ସିନ୍‌ଓ୍ୱରଙ୍କ ମୃତ୍ୟୁ ହମାସ୍ ପାଇଁ ଏହା ବଡ଼ ଝଟକା। କାରଣ ବହୁବର୍ଷ ଧରି ଗାଜା ଷ୍ଟ୍ରିପ୍‌ରେ ସେ ହମାସ୍‌ର ଶୀର୍ଷ ନେତା ରହିବା ସହ ଏହାର ସାମର୍ଥ୍ୟ ବଢ଼ାଇଥିଲେ। ତାଙ୍କ ମୃତ୍ୟୁ ଇସ୍ରାଏଲ୍ ସେନା ପାଇଁ ଏକ ବଡ଼ ସାମରିକ ଏବଂ ନୈତିକ ସଫଳତା ବୋଲି ଏହାର ବହିର୍ବ୍ୟାପାର ମନ୍ତ୍ରୀ କାଟ୍‌ଜ କହିଛନ୍ତି। ତାଙ୍କ ମୃତ୍ୟୁ ପରେ ଗାଜାରେ ପଣବନ୍ଦୀ ଥିବା ଇସ୍ରାଏଲୀମାନଙ୍କୁ ତୁରନ୍ତ ମୁକ୍ତ କରାଯାଇପାରେ ବୋଲି ଆଶା କରାଯାଉଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!