ନୟାଗଡ଼, (ବାଘୁଆବାର୍ତ୍ତା) : ଏହା ପରେ ବିରୁଡ଼ା କ୍ରିକେଟ ଆସୋସିଏସନ୍ ଦ୍ୱାରା ଆୟୋଜିତ କ୍ରିକେଟ୍ ଟୁନାମେଣ୍ଟରେ ମନ୍ତ୍ରୀ ଯୋଗ ଦେଇ ଏହାକୁ ଉଦ୍ଯାପନ କରିଥିଲେ । ଖେଳାଳୀମାନଙ୍କ ସହିତ କରମର୍ଦ୍ଦନ କରି ନିଜେ କ୍ରିକେଟ ଖେଳି ଦର୍ଶକ ଏବଂ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ଆଜି ଅନୁଷ୍ଠିତ ଫାଇନାଲ୍ ମ୍ୟାଚ ବିରୁଡ଼ା ଓ ଇକିରି ମଧ୍ୟରେ ଘମାଘୋଟ ମୁକାବିଲା ହୋଇଥିଲା । ଇକିରି ଦଳ ପ୍ରଥମେ ବ୍ୟାଟିଂ କରି କୋଡ଼ିଏ ଓଭରରେ ୨୨୯ ରନ୍ କରିଥିବା ବେଳେ ବିରୁଡ଼ା ଦଳ ୧୬୦ ରନ୍ରେ ଅଲ୍ ଆଉଟ ହୋଇଥିଲେ । ବିଜେତା ଇକିରି ଦଳକୁ ଟ୍ରଫି ପ୍ରଦାନ କରାଯାଇଥିଲା । ସ୍ଥାନୀୟ ସରପଂଚ ବିଷ୍ଣୁପ୍ରିୟା ସ୍ୱାଇଁ, ସମିତିସଭ୍ୟ ଦୁର୍ଯ୍ୟୋଧନ ଜେନା ଓ ବହୁ ଜନପ୍ରତିନିଧି ଉପସ୍ଥିତ ରହିଥିଲେ ।





