Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାହରାଇଚ ହତ୍ୟା ଅଭିଯୁକ୍ତଙ୍କୁ ଗୁଳି କଲା ପୁଲିସ୍‌

by ସଞ୍ଜୟ ସ୍ୱାଇଁ
October 17, 2024
in NATIONAL NEWS
ବାହରାଇଚ ହତ୍ୟା ଅଭିଯୁକ୍ତଙ୍କୁ ଗୁଳି କଲା ପୁଲିସ୍‌
42
VIEWS
Share on FacebookShare on Twitter

ଉତ୍ତର ପ୍ରଦେଶ, (ବାଘୁଆବାର୍ତ୍ତା): ଉତ୍ତର ପ୍ରଦେଶ ବାହରାଇଚରେ ଦୁର୍ଗା ପୂଜା ବିସର୍ଜନ ବେଳେ ଘଟିଥିବା ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଏକାଉଣ୍ଟର କରିଛି ପୁଲିସ୍‌। ବାହରାଇଚରେ ରାମ ଗୋପାଲ ମିଶ୍ରାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାର ଦୁଇ ଅଭିଯୁକ୍ତଙ୍କ ସର୍ଫରାଜ ଓ ଫହିମଙ୍କୁ ଆଜି ପୁଲିସ୍‌ ଗୁଳି କରିଛି। ନେପାଳ ସୀମାନ୍ତରେ ଏନକାଉଣ୍ଟର ହୋଇଛି। ଏହାର ଅର୍ଥ ଦୁଇ ଅଭିଯୁକ୍ତ ନେପାଳ ଖସିଯିବାକୁ ଚେଷ୍ଟା କରୁଥିଲେ। ହେଲେ ସେମାନେ ନିଜ ଯୋଜନାରେ ସଫଳ ହେବା ଆଗରୁ ପୁଲିସ୍‌ ଗୁଳି ଖାଇଛନ୍ତି। ଉଭୟଙ୍କ ଗୋଡ଼ରେ ଗୁଳି ବାଜିଛି। ପୁଲିସ ସେମାନଙ୍କୁ ଘଟଣାସ୍ଥଳରୁ ଗିରଫ କରି ହସ୍ପିଟାଲରେ ଭର୍ତ୍ତି କରିଛି। ମିଳିଥିବା ସୂଚନା ଅନୁସାରେ, ସର୍ଫରାଜ ଓ ଫହିମର ଗୋଡ଼ରେ ଗୁଳି ବାଜିଛି। ଉଭୟ ହେଉଛନ୍ତି ବାହରାଇଚ ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅବଦୁଲ ହମିଦଙ୍କ ପୁଅ। ସର୍ଫରାଜ ଓ ଫହିମ ବ୍ୟତୀତ ଏନକାଉଣ୍ଟର ହୋଇଥିବା ନେପାଳ ସୀମାରୁ ଆଉ ୩ ଜଣଙ୍କୁ ମଧ୍ୟ ପୁଲିସ୍‌ ଗିରଫ କରିଛି। ଅର୍ଥାତ ଗୋପାଲ ମିଶ୍ରା ହତ୍ୟାକାଣ୍ଡରେ ୫ ଜଣ ଗିରଫ ହୋଇଛନ୍ତି। ଅନ୍ୟପକ୍ଷରେ ଅବୁଲ ହମିଦଙ୍କ ଝିଅ ରୁଖସାର କହିଛନ୍ତି ଯେ ୟୁପି ଏସଟିଏଫ ତାଙ୍କ ବାପା, ଦୁଇ ଭାଇ ଓ ଆଉ ଜଣେ ଯୁବକଙ୍କୁ ବୁଧବାର ଅପରାହ୍ନ ୪ଟାରୁ ଅଟକ ରଖିଥିଲା। ତାଙ୍କ ସ୍ୱାମୀ ଓ ଦିଅରଙ୍କୁ ମଧ୍ୟ ଏସଟିଏଫ ଉଠାଇ ନେଇଛି। କୌଣସି ପୁଲିସ୍‌ ଷ୍ଟେସନରୁ ସେମାନଙ୍କ ସମ୍ପର୍କରେ କିଛି ମିଳି ନାହିଁ। ସେମାନଙ୍କୁ ଏନକାଉଣ୍ଟର କରିବାକୁ ଯୋଜନା ଚାଲିଥିବା ସେ ଅଭିଯୋଗ କରିଛନ୍ତି। ବାହରାଇଚ ଏସ୍‌ପି ବ୍ରିନ୍ଦା ଶୁକ୍ଳା କହିଛନ୍ତି, “୫ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣ ପୁଲିସ୍‌ ଗୁଳିରେ ଆହତ ହୋଇଛନ୍ତି। ମୁଁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଜାଣିବାକୁ ହସ୍ପିଟାଲ ଆସିଛି।” ରବିବାର ଦଶହରା ସରିବା ପରେ ମୂର୍ତ୍ତି ବିସର୍ଜନ ପାଇଁ ବାହରାଇଚରେ ଭସାଣି ଚାଲିଥିଲା। ଏହି ସମୟରେ ମହରାଜଗଞ୍ଜ ବଜାର ନିକଟରେ କିଛି ଯୁବକ ଆସି ଗୀତ ବଜାଇବାକୁ ନେଇ ପାଟିତୁଣ୍ଡ କରିଥିଲେ। ଏହା ପରେ ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଥିଲା। କିଛି ଲୋକ ଶୋଭାଯାତ୍ରା ଉପରକୁ ପଥର ମାଡ଼ କରିବାରୁ ସ୍ଥିତି ଭୟଙ୍କର ରୂପ ଧାରଣ କରିଥିଲା। ଗୁଳିମାଡ଼ ମଧ୍ୟ ହୋଇଥିଲା। ଏଥିରେ ଜଣେ ୨୨ ବର୍ଷ ବୟସର ରାମ ଗୋପାଲ ମିଶ୍ରା ପ୍ରାଣ ହରାଇଥିଲା। ଏହାକୁ ନେଇ ସାଂପ୍ରଦାୟିକ ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!