Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଜେପି ନେତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଅଭିନେତ୍ରୀ

by ସଞ୍ଜୟ ସ୍ୱାଇଁ
October 17, 2024
in NATIONAL NEWS
ବିଜେପି ନେତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଅଭିନେତ୍ରୀ
140
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଉତ୍ତରପ୍ରଦେଶର ସହାରନପୁରରେ ବିଜେପି ନେତା ପୁନୀତ ତ୍ୟାଗୀ ବୁଧବାର ଇସ୍ତଫା ଦେଇଛନ୍ତି। ଜଣେ ବଲିଉଡ ଅଭିନେତ୍ରୀ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ପୁନୀତ ତ୍ୟାଗୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣି କହିଥିଲେ, ‘ ତ୍ୟାଗି ତାଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି।’ ଅଭିନେତ୍ରୀଙ୍କ ଏହି ଅଭିଯୋଗକୁ ଅସ୍ୱୀକାର କରି ତ୍ୟାଗୀ କହିଛନ୍ତି,‘ଅଭିନେତ୍ରୀ କରିଥିବା ଅଭିଯୋଗ ପାଇଁ ମୁଁ ଚାହୁଁ ନାହିଁ ବିଜେପିର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉ। ତେଣୁ ଇସ୍ତଫା ଦେଉଛି। ମୁଁ ନିର୍ଦ୍ଦୋଷ। ଯାହା ସତ ତାହା ନିଶ୍ଚୟ ଦିନେ ନାହ ଦିନେ ସାମ୍ନାକୁ ଆସିବ।’ ମୁମ୍ବାଇରେ ବସବାସ କରୁଥିବା ଅଭିନେତ୍ରୀ ଅକ୍ଟୋବର ୧୪ ତାରିଖରେ ଏକ୍ସରେ ସେୟାର କରିଥିବା ଏକ ପୋଷ୍ଟରେ ଅଭିଯୋଗ କରି କହିଛନ୍ତି, ‘ତ୍ୟାଗୀ ଅନେକ ଦିନ ହେବ ମୋତେ ଯୌନ ନିର୍ଯାତନା ଦେଇ ଆସିଛନ୍ତି। ଯେଉଁ କାରଣରୁ ମୋର ମାନସିକସ୍ଥିତି ଭଲ ରହୁନାହିଁ। ପ୍ରଥମେ ବିଜେପି ନେତା ମୋ ପୁଅକୁ ଓ ମୋତେ ଉପହାର ଦେଇ ମୋ ସହିତ ବନ୍ଧୁତା କରିଥିଲେ । ମୋର ସ୍ୱାମୀଙ୍କ ସହିତ ସମ୍ପର୍କ ଭାଙ୍ଗିଯିବା ପରେ ମୁଁ ମୋ ପୁଅ ସହିତ ମୁମ୍ବାଇରେ ରହୁଛି। ମୋ ପୁଅ ସହିତ ବିଜେପି ନେତାଙ୍କ ନିକଟତରତା ଏବଂ ମୋ ପ୍ରତି ତାଙ୍କର ଭଲ ଆଚରଣ ମୋତେ ଖୁବ ଭଲ ଲାଗିଥିଲା। ମୁଁ ଭାବିଲି ମୋର ଏଭଳି ଅସହାୟ ଅବସ୍ଥାରେ ସେ ସାହା ହୋଇଛନ୍ତି। ଏପରି ଭାବେ ଆମ ଦୁହିଁଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା। କିଛିଦିନ ପରେ ସେ ମୋ’ ଠାରୁ ଦୁରେଇ ଯାଇଥିଲେ। ମୁଁ ତ୍ୟାଗୀଙ୍କ ବିରୋଧରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ବିଜେପିର ଶୀର୍ଷ ନେତାଙ୍କୁ ଅଭିଯୋଗ କରିଛି। କିନ୍ତୁ କିଛି ପ୍ରତିକ୍ରିୟା ଏଯାବତ ମିଳିନାହିଁ।’ ବଲିଉଡ ଅଭିନେତ୍ରୀ ୨୫୦ଟି ଗୁଜରାଟୀ, ଭୋଜପୁରୀ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରି ସାରିଥିବା ଦାବି କରିଛନ୍ତି।’ ସହାରନପୁରର ବିଜେପି ନେତାମାନେ ଏହି ପ୍ରସଙ୍ଗରେ ନୀରବତା ଅବଲମ୍ବନ କରୁଥିବାବେଳେ ସହାରନପୁରର ଏସଏସପି ରୋହିତ ସିଂ ସଜୱାନ୍ କହିଛନ୍ତି ଯେ ଏପର୍ଯ୍ୟନ୍ତ ପୁଲିସ ନିକଟରେ କୌଣସି ଅଭିଯୋଗ ହୋଇନାହିଁ। ଯଦି କୌଣସି ଅଭିଯୋଗ ହୋଇଥାଆନ୍ତା, ଆମେ ନିଶ୍ଚୟ ଯାଞ୍ଚ କରିଥାଆନ୍ତୁ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!