Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଲିଉଡ ଗାୟୀକା ନେହା କକ୍କର ଏବଂ ତାଙ୍କ ସ୍ୱାମୀଙ୍କୁ ଧମକ

by ସଞ୍ଜୟ ସ୍ୱାଇଁ
October 17, 2024
in NATIONAL NEWS
ବଲିଉଡ ଗାୟୀକା ନେହା କକ୍କର ଏବଂ ତାଙ୍କ ସ୍ୱାମୀଙ୍କୁ ଧମକ
189
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ବଲିଉଡ ଗାୟକ ନେହା କକ୍କର ଏବଂ ତାଙ୍କ ସ୍ୱାମୀ ରୋହନପ୍ରୀତ ସିଂ ସୋସିଆଲ ମିଡିଆରେ ନିଜନିଜର ଫଟୋ ଓ ଭିଡିଓ ସେୟାର କରିଥାଆନ୍ତି। କିଛିଦିନ ତଳେ ଏକ ଅଶ୍ଳୀଳ ଫଟୋ ଓ ଭିଡିଓ ପୋଷ୍ଟ କରିଥିବା କାରଣରୁ ରୋହନପ୍ରୀତ ସିଂ ଏବଂ ନେହା କକ୍କରଙ୍କୁ ଧମକ ମିଳୁଛି। ସୋସିଆଲ ମିଡିଆରେ ନିହଙ୍ଗ ମାନ ସିଂ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି,‘ ନେହା କକ୍କର ତାଙ୍କ ସ୍ୱାମୀଙ୍କ ସହ ଲୋକଙ୍କ ସାମ୍ନାରେ ଅଶ୍ଳୀଳ କାମ କରୁଛନ୍ତି। ସର୍ବସାଧାରଣରେ ଦୁହେଁ ଏଭଳି ଅଶ୍ଳୀଳ ଆଚରଣ କରିବା ଠିକ ନୁହେଁ। ଏଭଳି ଲୋକ ପଞ୍ଜାବକୁ ନଷ୍ଟ କରି ସାରିଲେଣି। ଯଦି ଦୁହେଁ ଆଗାମୀ ଦିନରେ ଏସବୁ କାର୍ଯ୍ୟରୁ ନିବୃତ୍ତ ନରୁହନ୍ତି ତେବେ ନେହା ଓ ତାଙ୍କ ସ୍ବାମୀଙ୍କୁ ଉଚିତ ଶିକ୍ଷା ଦେବାକୁ ପଡ଼ିବ। ଜେଲ ଯିବାକୁ ପଡ଼ିଲେ ଜେଲ ଯିବି। ଏହା ମୋର ଦୁହିଁଙ୍କୁ ଚେତାବନୀ। ନେହା ଓ ରୋହନପ୍ରୀତ ଭଲ ଗାୟକ। ମୋର ଦୁହିଁଙ୍କୁ ଅନୁରୋଧ ଯଦି ଭଲ ଗୀତ ଗାଉଛ। ତେବେ ଭଲ କାମ ବି କର। ଏଭଳି ଆଚରଣ ଦେଖାଇ ଦୁହେଁ କ’ଣ ପ୍ରମାଣ କରିବାକୁ ଚାହୁଁଛନ୍ତି ମୁଁ କିଛି ବୁଝି ପାରୁ ନାହିଁ।’ ନେହା ସୋସିଆଲ ମିଡିଆରେ ଖୁବ ସକ୍ରିୟ ଥାଆନ୍ତି। ସେ ପ୍ରାୟତଃ ତାଙ୍କ ସ୍ବାମୀଙ୍କ ସହିତ ରୋମାଣ୍ଟିକ ଫଟୋ ସେୟାର କରିଥାଆନ୍ତି। ଯେଉଁ କାରଣରୁ ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡ଼ିଥାଏ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!