Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପରସ୍ପର ଠାରୁ ୨୪୦ କିମି ଦୂରରେ ଆତ୍ମହତ୍ୟା କଲେ ସେନା ଦମ୍ପତି

by ସଞ୍ଜୟ ସ୍ୱାଇଁ
October 17, 2024
in NATIONAL NEWS
ପରସ୍ପର ଠାରୁ ୨୪୦ କିମି ଦୂରରେ ଆତ୍ମହତ୍ୟା କଲେ ସେନା ଦମ୍ପତି
151
VIEWS
Share on FacebookShare on Twitter

ଆଗ୍ରା, (ବାଘୁଆବାର୍ତ୍ତା): ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିଲା ନିଚ୍ଛକ ଭଲ ପାଇବା। କେହି କାହାକୁ ଛାଡ଼ିବାକୁ ପ୍ରସ୍ତୁତ ହେଉ ନଥିଲେ। ମୃତ୍ୟୁ ପରେ ମଧ୍ୟ ସେମାନେ ଏକାଠି ରହିବେ ବୋଲି ପରସ୍ପରକୁ କଥା ଦେଇଥିଲେ। ହେଲେ ହଠାତ୍ ଏମିତି କ’ଣ ହେଲା ସୁନାର ସଂସାର ଉଜୁଡ଼ି ଯାଇଛି। ପରସ୍ପର ଠାରୁ ୨୪୦ କିମି ଦୂରରେ ଜୀବନ ହାରିଛନ୍ତି ଦମ୍ପତି। ଜୀବନ ହାରିଥିଲେ ମଧ୍ୟ ସେମାନେ ଏକାଠି ରହିବାକୁ ଚାହିଁଛନ୍ତି। ପତ୍ନୀଙ୍କ ପାଖକୁ ମିଳିଥିବା ସୁଇସାଇଟ ନୋଟରେ ସେ ସ୍ୱାମୀଙ୍କ ସହ ତାଙ୍କ ଶବକୁ ଗୋଟିଏ ସ୍ଥାନରେ ସଂସ୍କାର କରିବାକୁ ଅନୁରୋଧ କରିଛନ୍ତି। ଏକାଠି ସଂସ୍କାର କରିବା ବେଳେ ହାତରେ ହାତ ଛନ୍ଦିବାକୁ ମଧ୍ୟ ସେ କହିଛନ୍ତି। ପୂରା ଘଟଣା ଏମିତି। ଭାରତୀୟ ବାୟୁ ସେନାର ଜଣେ ଫ୍ଲାଇଟ ଲେଫ୍ଟନାଣ୍ଟ ଆଗ୍ରା ଠାରେ ଆତ୍ମହତ୍ୟା କରିଥିଲେ। ଏହି ଖବର ସ୍ଥଳ ସେନାରେ କାମ କରୁଥିବା ତାଙ୍କ ପତ୍ନୀଙ୍କ ପାଖରେ ପହଞ୍ଚିଥିଲା। ସ୍ୱାମୀଙ୍କୁ ହରାଇବାର ଦୁଃଖ ସହି ନପାରି ସେନା ଅଧିକାରୀ ଜଣଙ୍କ ମଧ୍ୟ ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ଥିବା ଗୋଟିଏ ଗେଷ୍ଟ ହାଉସରେ ନିଜ ବେକରେ କପଡ଼ା ବାନ୍ଧି ଝୁଲି ପଡ଼ିଥିଲେ। ପୁଲିସ୍‌ ଗେଷ୍ଟ ହାଉସ ଭିତରୁ ମହିଳା ସେନା ଅଧିକାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧା କରିଛି। ଏଥିସହ ଗୋଟିଏ ସୁଇସାଇଡ ନୋଟ ମଧ୍ୟ ପୁଲିସ୍‌ ଠାବ କରିଛି। ଏଥିରେ ମହିଳା ଜଣଙ୍କ ସ୍ୱାମୀଙ୍କ ପ୍ରତି ଥିବା ଭଲ ପାଇବାକୁ ଦର୍ଶାଇଛନ୍ତି। ସ୍ୱାମୀ ଦୀନଦୟାଲ ଦୀପଙ୍କ ହାତରେ ହାତ ଛନ୍ଧି ଦୁଇ ଜଣଙ୍କ ଶବକୁ ଏକାଠି ସଂସ୍କାର କରିବାକୁ ସେ ଚିଠିରେ ଅନୁରୋଧ କରିଛନ୍ତି। ବିହାରର ମୂଳବାସିନ୍ଦା ଦୀପ ଆଗ୍ରାରେ ଥିବା ବାୟୁସେନା ଷ୍ଟେସନରେ ନିଯୁକ୍ତି ପାଇଥିଲେ। ତାଙ୍କ ପତ୍ନୀ ରେଣୁ ତନୱର ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ଥିବା ଗରୌତା ଅଫିସର୍ସ ଗେଷ୍ଟ ହାଉସରେ ରୁହନ୍ତି। ୨୦୨୨ରେ ଉଭୟ ପ୍ରେମ ବିବାହ କରିଥିଲେ। ଦୀପ ଓ ରେଣୁ ଆତ୍ମହତ୍ୟା କରିଥିବାର ଖବର ବୁଧବାର ପୁଲିସ୍‌କୁ ମିଳିଥିଲା। ପୁଲିସ୍‌ର ସୂଚନା ଅନୁଯାୟୀ, ଦୀପ ସୋମବାର ରାତିରେ ଜୀବନ ହାରିଥିବା ବେଳେ ମଙ୍ଗଳର ବାର ରେଣୁ ଆତ୍ମହତ୍ୟା କରିଥିଲେ। ମଙ୍ଗଳବାର ରାତିରେ ପୁଲିସ୍‌ ରେଣୁଙ୍କ ଝୁଲନ୍ତା ମୃତଦେହ ଗେଷ୍ଟ ହାଉସରୁ ଉଦ୍ଧାର କରିଥିଲା। ତେବେ ଦୀପ କେଉଁ କାରଣ ପାଇଁ ଏପରି ଚରମ ପଦକ୍ଷେପ ନେଲେ, ସେକଥା ଜଣାପଡ଼ିନି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!