Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଭିନେତାଙ୍କ ହତ୍ୟା ପାଇଁ ସାଂଘାତିକ ଷଡଯନ୍ତ୍ର

by ସଞ୍ଜୟ ସ୍ୱାଇଁ
October 17, 2024
in NATIONAL NEWS
ସଲମାନଙ୍କୁ ମିଳିଲା ବୁଲେଟପ୍ରୁଫ କାର ଓ ବନ୍ଧୁକ ଲାଇସେନ୍ସ
170
VIEWS
Share on FacebookShare on Twitter

ଗୋପ, (ବାଘୁଆବାର୍ତ୍ତା): ବଲିଉଡ୍ ସୁପରଷ୍ଟାର ସଲମାନ ଖାଁଙ୍କ ଜୀବନ ପ୍ରତି ବିପଦ ବଢୁଛି । ଅଭିନେତାଙ୍କ ହତ୍ୟା ପାଇଁ ସାଂଘାତିକ ଷଡଯନ୍ତ୍ର କରୁଥିବା ଅଭିଯୋଗରେ ଜଣକୁ ଗିରଫ କରିଛି ଏବେ ମୁମ୍ବାଇ ପୋଲିସ । ହରିୟାଣାର ପାନିପତରୁ ଅଭିଯୁକ୍ତକୁ ଉଠାଇ ଆଣିଛି ମୁମ୍ବାଇ ପୋଲିସ। ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ । ଅଭିଯୁକ୍ତ ଜଣକ ହେଉଛନ୍ତି ପାନିପତର ରେଳ କଲାଂ ଗାଁର ସୁଖା । ଗତକାଲି ବିଳମ୍ବିତ ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁଖାର ଚିକିତ୍ସା କରିବା ପରେ ତାକୁ ମୁମ୍ବାଇ ନେଇଛି ପୋଲିସ । ପୋଲିସର ସୂଚନା ଅନୁସାରେ, ସୁଖା ଉପରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ଘରେ ଗୁଳି ଚଳାଇବାର ଅଭିଯୋଗ ଥିଲା । ଗିରଫ ପରେ ଆଜି ସୁଖାକୁ କୋର୍ଟରେ ହାଜର କରାଯିବ। ସଲମାନଙ୍କୁ ହତ୍ୟା କରିବା ପାଇଁ ସୁଖା ୨ ମାସ ପୂର୍ବରୁ ପ୍ଲାନ କରିଥିଲା । ସଲମାନ ଯିବା ଆସିବା କରୁଥିବା ନଭୀ ମୁମ୍ବାଇ ରାସ୍ତାକୁ ରେକି କରି ଚିହ୍ନଟ ବି କରୁଥିଲା ସୁଖା । ଗତ ଏପ୍ରିଲରେ ସଲମାନଙ୍କ ଗ୍ୟାଲାକ୍ସି ଆପାର୍ଟମେଣ୍ଟ ହୋଇଥିବା ଗୁଳିକାଣ୍ଡ ପଛରେ ବି ସୁଖାର ଯୋଜନା ଥିବା ସନ୍ଦେହ କରୁଛି ପୋଲିସ । ଏ ପୁରା ଷଡଯନ୍ତ୍ର ପଛରେ ବଷ୍ନୋଇ ଗ୍ୟାଙ୍ଗ ଓ ସମ୍ପତ ନେହେରା ଗ୍ୟାଙ୍ଗର ହାତ ଥିବା ସନ୍ଦେହ କରୁଛି ପୋଲିସ । ଅଭିନେତା ସଲମାନ ଖାନଙ୍କ ଘର ଉପରେ ଗୁଳିମାଡ ଘଟଣାରେ ପୂର୍ବରୁ ମୁମ୍ବାଇ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ସୁଖା ହେଉଛି ୩ ନମ୍ବର ଅଭିଯୁକ୍ତ । ସେପଟେ ସୁଖା ଗିରଫ ରେ ତଦନ୍ତକାରୀ ବିଭାଗ ଆହୁରି ମଧ୍ୟ ସତର୍କ ହୋଇଯାଇଛି । ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ଆଲର୍ଟ ହୋଇଛି ମୁମ୍ବାଇ ପୋଲିସ । ବିଷ୍ଣୋଇ ଗ୍ୟଙ୍ଗର ସବୁ ଲୋକଙ୍କ ଉପରେ କଡା ନଜର ରଖିଛି ପୋଲିସ । ଅନ୍ୟପଟେ ଏହି ଘଟଣା ପରେ ଅଭିନେତା ସଲମାନଙ୍କ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି । ଗତକାଲି ତାଙ୍କୁ ୱାଇ ପ୍ଲସ ସୁରକ୍ଷା ପ୍ରଦାନ କରାଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!