ନୟାଗଡ଼, (ବାଘୁଆବାର୍ତ୍ତା): ୨୦୦୬ ମସିହାରେ ଯାଜପୁର କଳିଙ୍ଗନଗରଠାରେ ସରକାର ୧୬ ଜଣ ନିରିହୀ ଆଦିବାସୀଙ୍କୁ କମ୍ପାନୀ ପ୍ରିତୀରେ ହତ୍ୟା କରିଥିଲେ । ଆଜି ସେମାନଙ୍କ ଶ୍ରାଦ୍ଧ ଦିବସରେ ପିସିସିଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ଆଦିବାସୀ ଗଣହତ୍ୟା ଶ୍ରଦ୍ଧାଞ୍ଜଳୀ ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମୁଖ୍ୟ ପାଠକଠାରେ କଂଗ୍ରେସ ଜିଲ୍ଲା ସଭାପତି ଆଇନଜୀବୀ ରଣଜିତ୍ ଦାଶଙ୍କ ନେତୃତ୍ୱରେ କାର୍ଯ୍ୟକାରୀ ସଭାପତି ହୁସେନ୍ ଖାଁ, ସୁକାନ୍ତ ଶତପଥି, ଲକ୍ଷ୍ମଣ ଜେନା, ଅଶୋକ ନାୟକ, ନିର୍ମଳ ରଥ, ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରତୀକ ମହାପାତ୍ର, ଯୁବନେତା ଚନ୍ଦନ ମହାଳିକ ପ୍ରମୂଖ ଯୋଗ ଦେଇ ଗଚ୍ଚହତ୍ୟାର ଶୀକାର ହୋଇଥିବା ନୀରିହ ଆଦିବାସୀଙ୍କ ଉଦ୍ଦେଶ୍ୟରେ ନୀରବ ପାର୍ଥନା କରିଥିଲେ ।





