Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗ୍ରାମବାସୀଙ୍କ ଆକ୍ରମଣରେ ଗୋଟିଏ ପରିବାରର ୫ ଆହତ, ମେଡିକାଲରେ ଭର୍ତ୍ତି

by ସଞ୍ଜୟ ସ୍ୱାଇଁ
October 16, 2024
in Crime, State
ନାବାଳିକା ହତ୍ୟା ଘଟଣା, ପିଉସା ଓ ୨ ସମ୍ପର୍କୀୟ ଭାଇ ଗିରଫ
322
VIEWS
Share on FacebookShare on Twitter

ନୟାଗଡ, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅଞ୍ଚଳରେ ଅଘଟଣ । ଗ୍ରାମବାସୀଙ୍କ ଆକ୍ରମଣରେ ୫ ଜଣ ଆହତ । ଜିଗିନିପଡାରେ ଗ୍ରାମବାସୀଙ୍କ ଆକ୍ରମଣରେ ଗୋଟିଏ ପରିବାରର ୫ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ନୟାଗଡ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରଥମେ ମାସେ ଧରି ପୀଡିତ ପରିବାରକୁ ଏକଘରିକିଆ କରାଯାଇଥିଲା । ପରେ ଗାଁରୁ ବାହାରିଯିବା ପାଇଁ ଏଭଳି ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଗାଁର ଗଙ୍ଗାଧର ମହାପାତ୍ରଙ୍କ ପରିବାର ୬୦ ବର୍ଷରୁ ଅଧିକ ସମୟ ହେଲା ଗାଁରେ ଥିବା ରାମେଶ୍ବର ମହାଦେବଙ୍କ ମନ୍ଦିରରେ ପୂଜା କରିଆସୁଛନ୍ତି । ଏଥିପାଇଁ ଠାକୁରଙ୍କ ସମ୍ପତ୍ତିକୁ ପରିବାର ସଦସ୍ୟ ଉପଭୋଗ କରୁଛନ୍ତି । ଗତ ପଞ୍ଚାୟତ ନିର୍ବ।ଚନରେ ଗଙ୍ଗାଧରଙ୍କ ବୋହୂ ପିଙ୍କି ମହାପାତ୍ର ସମିତିସଭ୍ୟା ଭାବେ ନିର୍ବାଚିତ ହେବା ପରେ ଗାଁରେ ବିବାଦ ଆରମ୍ଭ ହୋଇଥିଲା । ଗ୍ରାମବାସୀ ବୈଠକ କରି ଠାକୁରଙ୍କ ସେବାରୁ ଗଙ୍ଗାଧରଙ୍କ ପରିବାରକୁ ବଞ୍ଚିତ କରିବା ସହ ଗାଁରୁ ବାହାରିଯିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏଥିରେ ଗଙ୍ଗାଧର ରାଜି ନହେବାରୁ ଗାଁ ସଭାପତି ତାଙ୍କ ପରିବାରକୁ ଗତ ମାସେ ହେଲା ଗାଁରେ ଏକଘରିକିଆ କରିଥିଲେ । ଗାଁରେ ପାଣି, ଦୋକାନବଜାର ଆଦି ତାଙ୍କୁ ବାରଣ କରାଯିବା ସହ ଗାଁର କେହି ଲୋକ ତାଙ୍କ ସହ ସମ୍ପର୍କ ରଖିଲେ ଜରିମନା କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ଗଙ୍ଗାଧର ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିବା ପରେ ଥାନାରେ ପୋଲିସ ଉପସ୍ଥିତିରେ ଉଭୟ ପକ୍ଷ ବସି ଆଲୋଚନା କରାଯାଇ ସମାଧାନ କରାଯାଇଥିଲା । ହେଲେ ଗାଁର କିଛି ବ୍ୟକ୍ତି ନିଷ୍ପତ୍ତିକୁ ମାନିନଥିଲେ । ମଙ୍ଗଳବାର ରାତିରେ ଗାଁ ସଭାପତିଙ୍କ ନିର୍ଦ୍ଦେଶରେ କିଛି ବ୍ୟକ୍ତି ଗଙ୍ଗାଧରଙ୍କ ଘରେ ପଶି ତାଙ୍କୁ ଆକ୍ରମଣ କରିବା ସହ ତାଙ୍କ ସାନ ପୁଅ ପ୍ରଦୀପ୍ତଙ୍କୁ ଖୁଣ୍ଟରେ ବାନ୍ଧି ମାଡ ମାରିଥିଲେ । ଦୁର୍ବୃତ୍ତଙ୍କ ଆକ୍ରମଣରୁ ପ୍ରଦୀପ୍ତଙ୍କ ଶାଶୁ, ଶ୍ବଶୁର ଏବଂ ସମିତିସଭ୍ୟା ଭାଉଜ ପିଙ୍କି ମଧ୍ୟ ବର୍ତ୍ତିନଥିଲେ । ଶେଷରେ ଦୁର୍ବୃତ୍ତମାନେ ପ୍ରଦୀପ୍ତଙ୍କ ଘରେ ପଶି ବିଭିନ୍ନ ଆସବାବପତ୍ର ମଧ୍ୟ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ନୂଆଗାଁ ଥାନା ପୋଲିସ ଖବର ପାଇ ଗାଁକୁ ଯାଇ ଆହତମାନଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଥିଲା । ଆହତ ମାନେ ସେମାନଙ୍କ ଜୀବନ ପ୍ରତି ବିପଦ ରହିଥିବା କହିବା ସହ ସେମାନଙ୍କୁ ନ୍ୟାୟ ଦିଆଯାଉ ବୋଲି କହିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!