Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନାଁ ଘୋଷଣା କରିବାର ଆବଶ୍ୟକ ନାହିଁ, ଏଠି ମୁଖ୍ୟମନ୍ତ୍ରୀ ବସିଛନ୍ତି

by ସଞ୍ଜୟ ସ୍ୱାଇଁ
October 16, 2024
in NATIONAL NEWS
ନାଁ ଘୋଷଣା କରିବାର ଆବଶ୍ୟକ ନାହିଁ, ଏଠି ମୁଖ୍ୟମନ୍ତ୍ରୀ ବସିଛନ୍ତି
89
VIEWS
Share on FacebookShare on Twitter

ମହାରାଷ୍ଟ୍ର, (ବାଘୁଆବାର୍ତ୍ତା): ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି ଯେ କ୍ଷମତାସୀନ ମହାଯୁତି ମେଣ୍ଟକୁ ତା’ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାର ଆବଶ୍ୟକ ନାହିଁ। କାରଣ ଏଠାରେ ନିଜେ ମୁଖ୍ୟମନ୍ତ୍ରୀ ହିଁ ବସିଛନ୍ତି। ତେବେ ସେ ମୁଖ୍ୟମନ୍ତ୍ରୀ ଏଠାରେ ଅଛନ୍ତି ବା ବସିଛନ୍ତି ବୋଲି କହିଥିଲେ ହେଁ କାହା ନାଁ ନେଇ ନାହାନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଅନ୍ୟତମ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମିଶି ଆଜି ଫଡନାଭିସ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଦୁଇ ଜଣ ବସି ରହିଥିବା ବେଳେ ସେ କହିଛନ୍ତି, “ଆମର ମୁଖ୍ୟମନ୍ତ୍ରୀ ଏଠାରେ ବସିଛନ୍ତି।” ବିରୋଧୀ ମହା ବିକାଶ ଅଘାଡି(ଏମଭିଏ)କୁ ଆକ୍ଷେପ କରି ସେ ଆହୁରି କହିଛନ୍ତି, “ଏମଭିଏ ତା’ର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରୁନାହିଁ। କାରଣ ସେମାନଙ୍କ ପ୍ରାର୍ଥୀ ନିର୍ବାଚନ ପରେ ଏହି ପଦବୀରେ ହକଦାର ହେବେ କି ନାହିଁ, ସେବିଶ୍ୱାସ ସେମାନଙ୍କର ନାହିଁ। ମୁଁ ପାୱାର ସାହେବ(ଶରଦ ପାୱାର)ଙ୍କୁ ଚ୍ୟାଲେଞ୍ଜ କରୁଛି ଯେ ସେମାନେ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରନ୍ତୁ।” ଏତିକିରେ ଫଡନାଭିସ ଅଟକି ନଥିଲେ। ଶିବସେନା(ଉଦ୍ଧବ ଠାକରେ), କଂଗ୍ରେସ ଓ ଏନସିପି(ଶରଦ ପାୱାର)କୁ ନେଇ ଗଠିତ ଏମଭିଏକୁ ସେ ଆହୁରି ତୀବ୍ର ଢଙ୍ଗରେ ସମାଲୋଚନା କରିଛନ୍ତି। ପୂର୍ବରୁ କ୍ଷମତାରେ ଥିବା ଏମଭିଏ ସରକାର ଦୁର୍ନୀତି ଓ ହେରଫେର କରିଥିବା ଅଭିଯୋଗ କରି ଫଡନାଭିସ କହିଛନ୍ତି, “ଏହା ଏମିତି ଏକ ମେଣ୍ଟ ଯାହାର ଗୃହ ମନ୍ତ୍ରୀ ୧୦୦ କୋଟି ଲାଞ୍ଚ ଗ୍ରହଣ କରି ଜେଲ ଯାଇଥିଲେ। ସେ ଜଣେ ବ୍ୟବସାୟୀଙ୍କ ଘର ବାହାରେ ବୋମା ଖଞ୍ଜିଥିଲେ ଓ ସେ ସାମ୍ବାଦିକମାନଙ୍କୁ ଜେଲ ପଠାଇଥିଲେ। ସେମାନେ ଆମକୁ ଆଇନ ଶୃଙ୍ଖଳା ଉପରେ ଶିକ୍ଷା ଦେବାର କୌଣସି ଅଧିକାର ରଖିନାହାନ୍ତି। ସେମାନଙ୍କ ସରକାର ସମୟରେ ମହିଳାଙ୍କ ସୁରକ୍ଷା ପାଇଁ ଗଠିତ ନିର୍ଭୟା ସ୍କ୍ୱାଡର ଗାଡ଼ିକୁ ନିଜ ନେତାଙ୍କ ଏସକର୍ଟରେ ବ୍ୟବହାର କରାଯାଉଥିଲା। ମହିଳାଙ୍କ ସୁରକ୍ଷାରେ ବିଫଳ ହୋଇଥିବା ଲୋକମାନେ ଆମକୁ ନାରୀ ଶକ୍ତି ସମ୍ପର୍କରେ ଶିକ୍ଷା ଦେବାର ଆବଶ୍ୟକ ନାହିଁ।” ମହାରାଷ୍ଟ୍ର ନିର୍ବାଚନ ପାଇଁ ମହାଯୁତି କରିଥିବା ଯୋଜନା ସମ୍ପର୍କରେ ମଧ୍ୟ ଫଡନାଭିସ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଆମେ ଅନେକ ଯୋଜନା ଲଞ୍ଚ କରିଛୁ। ଏଥିପାଇଁ ଆର୍ଥିକ ବ୍ୟବସ୍ଥା ହୋଇଛି ଓ କାର୍ଯ୍ୟକ୍ରମ ପାଇଁ ବଜେଟ ମଧ୍ୟ ଧାର୍ଯ୍ୟ କରାଯାଇଛି। ଅତିରିକ୍ତ ଭାବେ ଆମ ନିର୍ବାଚନୀ ଇସ୍ତାହାରରେ ନୂଆ ଯୋଜନା ଗୁଡ଼ିକ ମଧ୍ୟ ସାମିଲ କରାଯିବ। ଏହି ଯୋଜନା ସମସ୍ତଙ୍କୁ ଫାଇଦା ଦେବ।” ଫଡନାଭିସଙ୍କ କଥାରେ ଏକମତ ହୋଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ଏମଭିଏକୁ ନିଜର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିବାକୁ ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି, “ଆମର ଦୁଇ ବର୍ଷର ଶାସନ ଓ ପ୍ରଦର୍ଶନ ହେଉଛି, ଆମ ମେଣ୍ଟର ଚେହେରା। ଏବେ ଏମଭିଏ ସେମାନଙ୍କର ଚେହେରା ଘୋଷଣା କରୁ।”

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!