ନୟାଗଡ଼, (ବାଘୁଆବାର୍ତ୍ତା) : ଦିଲ୍ଲୀଠାରେ ମିଳିତ କିସାନ୍ ମୋର୍ଚ୍ଚା ଆହ୍ୱାନରେ ଚାଲିଥିବା ଲଗାତର ଆନ୍ଦୋଳନ ସମର୍ଥନରେ ଓଡ଼ଗାଁ ବ୍ଲକରେ ଜାନୁୟାରୀ ୧୨ ତାରିଖରେ ହେବାକୁ ଥିବା ବ୍ଲକ ସ୍ତରୀୟ ଆନ୍ଦୋଳନକୁ ସଫଳ କରିବା ପାଇଁ ଆଜି ଶରଣକୂଳ ନିକଟସ୍ଥ ଅସୁରିଢିପାଠାରେ ଓଡ଼ିଶା କୃଷକ ସଭାର ବ୍ଲକସ୍ତରୀୟ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । କୃଷକ ନେତା ଯୋଗେନ୍ଦ୍ର ବରାଡ଼ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସଂଗଠନର ଜିଲ୍ଲା ସଭାପତି ଗୋଲଖ ବିହାରୀ ମୁଦୁଲୀ, ଶ୍ରମିକ ନେତା ବିଶ୍ୱନାଥ ମହାପାତ୍ର, କୃଷକ ସଭା ନେତା ପବିତ୍ର ଇନ୍ଦ୍ରଜିତ, ଭାଗୀରଥି ସ୍ୱାଇଁ, ଚିତ୍ତ ରଂଜନ ପ୍ରଧାନ, ନୀରଞ୍ଜନ ସାହୁ, ପ୍ରମୋଦ ମହାରଣା, ରବିନ୍ଦ୍ର ମହାପାତ୍ର, ଦୁଶାସନ ମହାରଣା ପ୍ରମୂଖ ଉପସ୍ଥିତ ରହି ଆଲୋଚନା କରି ସର୍ବ ଭାରତୀୟ କୃଷକ ଆନ୍ଦୋଳନକୁ ସମର୍ଥନ କରିଥିଲେ । କୃଷକ ବିରୋଧି କୃଷି ଆଇନ ପ୍ରତ୍ୟାହାର ପାଇଁ ଏହି ବୈଠକରେ ଦାବି କରାଯାଇଛି ।





