Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଘରୋଇ ହାତକୁ ଯିବ ଆନ୍ଧ୍ରପ୍ରଦେଶର ମଦ କାରବାର

by ସଞ୍ଜୟ ସ୍ୱାଇଁ
October 16, 2024
in NATIONAL NEWS
ଘରୋଇ ହାତକୁ ଯିବ ଆନ୍ଧ୍ରପ୍ରଦେଶର ମଦ କାରବାର
56
VIEWS
Share on FacebookShare on Twitter

ଆନ୍ଧ୍ରପ୍ରଦେଶ, (ବାଘୁଆବାର୍ତ୍ତା): ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରିବା ଦିଗରେ କାମ ଆରମ୍ଭ କରିଦେଇଛନ୍ତି । ବିଧାନସଭା ନିର୍ବାଚନ ବେଳେ ସେ ରାଜ୍ୟର ଭୋଟରଙ୍କୁ ଭଲ ଗୁଣବତ୍ତାର ମଦ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହା ଉପରେ ଏବେ କାମ ଆରମ୍ଭ ହୋଇଛି । ଏବେ ଚନ୍ଦ୍ରବାବୁ ନାଇଡୁ ରାଜ୍ୟର ମଦନୀତି କ୍ରମରେ ମଦ ଦୋକାନଗୁଡିକୁ ଲାଇସେନ୍ସ ଦେବାକୁ ପ୍ରସ୍ତୁତ ହେଉଛନ୍ତି । ଏବେ କାହାକୁ ମଦ ଦୋକାନ ଖୋଲିବାକୁ ଲାଇସେନ୍ସ ମିଳିବ ତାହା ଲଟେରୀ ମାଧ୍ୟମରେ ସ୍ଥିର ହେବ । ମଦ ଦୋକାନକୁ ସରକାରୀରୁ ଘରୋଇ କରିଦିଆଯିବ । ଏନଟିଆର ଜିଲ୍ଲାର ଜିଲ୍ଲାପାଳ ଡ଼.ଜି ଶ୍ରୀଜନା କହିଛନ୍ତି କି, ୧୧୩ ଟି ମଦ ଦୋକାନ ଲାଇସେନ୍ସ ପାଇଁ ୫,୮୨୫ ଜଣ ଆବେଦନ କରିଛନ୍ତି । ଏବେ ସେହି ଆବେଦନକାରୀଙ୍କ ସାମ୍ନାରେ ଲଟେରୀ କରାଯିବ । କିଛି ସଂରକ୍ଷିତ ଆବେଦନକାରୀ ବି ରଖାଯିବ । ଯଦି କୌଣସି ସିଲେକଟେଡ କ୍ୟାଣ୍ଡିଡେଟ ନିୟମ ପାଳନ ନ କରନ୍ତି ତେବେ ରିଜର୍ଭ କ୍ୟାଣ୍ଡିଡେଟଙ୍କୁ ଠିକା ଦିଆଯିବ । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଆନ୍ଧ୍ରପ୍ରଦେଶର ଲୋକ କୌଣସି ବ୍ରାଣ୍ଡର ୧୮୦ ମିଲିଗ୍ରାମ ମଦ ୯୦ ଟଙ୍କାରେ ପାଇପାରିବେ । ମଦର ଗୁଣବତ୍ତା, ପରିମାଣ ଉପରେ ଧ୍ୟାନ ଦେଇ ମଦନୀତି ତିଆରି କରାଯାଇଛି । ଯେଉଁମାନେ ମଦ ଦୋକାନ ପାଇଁ ଲାଇସେନ୍ସ ପାଇବେ ସେମାନଙ୍କ ଲାଇସେନ୍ସ ଅବଧି ୨ ବର୍ଷ ରହିବ । ଲାଇସେନ୍ସ ପାଇବାକୁ ୨ ଲକ୍ଷ ଟଙ୍କା ଶ୍ଳୁକ ଦେବାକୁ ପଡିବ । ଯାହାକି ଲାଇସେନ୍ସ ଅବଧି ସରିବା ପରେ ଫେରସ୍ତ ପାଇବେ । ସକାଳ ୧୦ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ମଦ ଦୋକାନ ଖୋଲାଯିବ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!