Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଭିନ୍ନ ଖାଦ୍ୟ ଶସ୍ୟର MSP ବୃଦ୍ଧି କଲେ କେନ୍ଦ୍ର ସରକାର

by ସଞ୍ଜୟ ସ୍ୱାଇଁ
October 16, 2024
in NATIONAL NEWS
ବିଭିନ୍ନ ଖାଦ୍ୟ ଶସ୍ୟର MSP ବୃଦ୍ଧି କଲେ କେନ୍ଦ୍ର ସରକାର
186
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ଦେଶର ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ରବି ଫସଲଗୁଡ଼ିକ ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସ୍‌ପି ବୃଦ୍ଧି ପ୍ରସ୍ତାବ ଉପରେ ଆଜି କେନ୍ଦ୍ର କ୍ୟାବିନେଟ ମୋହର ମାରିଛି। ଆସନ୍ତା ୨୦୨୫-୨୬ ସିଜିନ ପାଇଁ ବିଭିନ୍ନ ପ୍ରକାରର ରବି ଫସଲର ଏମଏସ୍‌ପି ବୃଦ୍ଧି କରାଯାଇଛି। ଚାଷୀଙ୍କ ଆୟବୃଦ୍ଧି ଓ ରବି ଋତୁରେ ଫସଲ ଉତ୍ପାଦନ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଚାଷୀମାନେ ନିଜ ଉତ୍ପାଦ ଉପରେ ଯେମିତି ଉପଯୁକ୍ତ ଦାମ ପାଇ ପାରିବେ, ତା’କୁ ନିଶ୍ଚିତ କରିବାକୁ କେନ୍ଦ୍ର ସରକାର ଏପରି ପଦକ୍ଷେପ ନେଇଥିବା କହିଛନ୍ତି। କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ, ରବି ଋତୁର ପ୍ରମୁଖ ଫସଲ ଗହମର ଏମଏସପି କ୍ୱିଣ୍ଟାଲ ପିଛା ୧୫୦ ଟଙ୍କା ବୃଦ୍ଧି ହୋଇଛି। ଏହାର ଅର୍ଥ ଚାଷୀମାନେ ଏଣିକି ଗହମ କ୍ୱିଣ୍ଟାଲ ପିଛା ୨୪୨୫ ଟଙ୍କାରେ ବିକ୍ରି କରିପାରିବେ। ପୂର୍ବରୁ ସେମାନେ କ୍ୱିଣ୍ଟାଲ ପିଛା ୨୨୭୫ ଟଙ୍କା ପାଉଥିଲେ। ଦେଶର ବିଭିନ୍ନ ପ୍ରାନ୍ତରେ ଚାଷୀମାନେ ରବି ଋତୁରେ ଗହମ ଉତ୍ପାଦନ କରୁଛନ୍ତି। ତେଣୁ ଏହା ସେମାନଙ୍କୁ ବେଶ ଫାଇଦା ଦେବ। ବିଶେଷ କରି ଉତ୍ତର ଭାରତରେ ଅଧିକାଂଶ ଚାଷୀ ଗହମ ଚାଷ କରିଥାଆନ୍ତି। କେନ୍ଦ୍ର ସରକାର ସୋରିଷର ଏମଏସ୍‌ପି ମଧ୍ୟ ବୃଦ୍ଧି କରିଛନ୍ତି। ଏବେ ସୋରିଷରେ ଚାଷୀମାନେ କ୍ୱାଣ୍ଟାଲ ପିଛା ଅଧିକ ୩୦୦ ଟଙ୍କା ଏମଏସ୍‌ପି ଆକାରରେ ପାଇବେ। ପୂର୍ବରୁ ସେମାନେ ସୋରିଷ କ୍ୱିଣ୍ଟାଲ ପିଛା ୫୬୫୦ ଟଙ୍କାରେ ବିକ୍ରି କରୁଥିଲେ। ହେଲେ ଏବେ ସେମାନଙ୍କୁ ୫୯୫୦ ଟଙ୍କା ମିଳିବ। ସୋରିଷ ସାଧାରଣତଃ ରାଜସ୍ଥାନ, ହରିୟାଣା ଓ ମଧ୍ୟପ୍ରଦେଶରେ ଅଧିକ ଉତ୍ପାଦନ ହୋଇଥାଏ। ସୋରିଷ ଉଭୟ ଚାଷୀ ଓ ଗ୍ରାହକଙ୍କ ପାଇଁ ଗୋଟିଏ ପ୍ରମୁଖ ତୈଳମଞ୍ଜି ଫସଲ। ଅଧିକ ପରିମାଣର ଏମଏସପି ଦ୍ୱାରା ଚାଷୀମାନେ ଏହି ପ୍ରମୁଖ ଫସଲ ଅଧିକରୁ ଅଧିକ ଉତ୍ପାଦନ କରିବାକୁ ପ୍ରୋତ୍ସାହିତ ହେବେ। ରବି ଋତୁର ଅନ୍ୟତମ ଫସଲ ଚଣାର ଏମଏସ୍‌ପି ମଧ୍ୟ କେନ୍ଦ୍ର ସରକାର ବଢ଼ାଇଛନ୍ତି। ଚଣାର ଏମଏସ୍‌ପି କ୍ୱିଣ୍ଟାଲ ପିଛା ୨୧୦ ଟଙ୍କା ବଢ଼ିଛି। ଚାଷୀମାନେ ଏବେ କ୍ୱିଣ୍ଟାଲ ପିଛା ୫୬୫୦ ଟଙ୍କା ପାଇବେ। ଚଣା ହେଉଛି ଭାରତର ପ୍ରମୁଖ ଡାଲି ଜାତୀୟ ଖାଦ୍ୟ ଶସ୍ୟ। ସମଗ୍ର ଦେଶରେ ଚଣାର ଚାହିଦା ରହିଛି। ସରକାର ଏହାର ଏମଏସ୍‌ପି ବୃଦ୍ଧି କରି ଚାଷୀଙ୍କୁ ଅଧିକରୁ ଅଧିକ ଉତ୍ପାଦନ କରିବାକୁ ଉତ୍ସାହିତ କରିଛନ୍ତି। ଚଣା ସାଧାଣତଃ ଅଧିକ ମାତ୍ରାରେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ଚାଷ ହୋଇଥାଏ। ଏହାବାଦ ବାର୍ଲିର ଏମଏସ୍‌ପି ୧୩୦ ଟଙ୍କା, ମୁଗର ୨୧୦, ମସୁର ଡାଲିର ଏମଏସ୍‌ପି ୨୭୫ ଟଙ୍କା ଓ କୁସୁମର ଏମଏସ୍‌ପିକୁ କେନ୍ଦ୍ର ସରକାର ୧୪୦ ଟଙ୍କା ବୃଦ୍ଧି କରିଛନ୍ତି। ଏହାର ଅର୍ଥ ଚାଷୀମାନେ ବାର୍ଲିକୁ କ୍ୱିଣ୍ଟାଲ ପିଛା ୧୯୮୦, ମୁଗକୁ କ୍ୱିଣ୍ଟାଲ ପିଛା ୫୬୫୦, ମସୁର ଡାଲିକୁ କ୍ୱିଣ୍ଟାଲ ପିଛା ୬,୭୦୦ ଓ କୁସୁମକୁ କ୍ୱିଣ୍ଟାଲ ପିଛା ୫୯୪୦ ଟଙ୍କାରେ ବିକ୍ରି କରିପାରିବେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!