Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କେନ୍ଦ୍ର କର୍ମଚାରୀଙ୍କୁ ସରକାରଙ୍କ ଦୀପାବଳି ଭେଟି

by ସଞ୍ଜୟ ସ୍ୱାଇଁ
October 16, 2024
in NATIONAL NEWS
କେନ୍ଦ୍ର କର୍ମଚାରୀଙ୍କୁ ସରକାରଙ୍କ ଦୀପାବଳି ଭେଟି
226
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ଦୀପାବଳି ପୂର୍ବରୁ କର୍ମଚାରୀଙ୍କୁ ଭେଟି ଦେଇଛନ୍ତି କେନ୍ଦ୍ର ସରକାର। ମହଙ୍ଗା ଭତ୍ତାକୁ ୩% ବୃଦ୍ଧି କରିଛନ୍ତି। ଆଜି କ୍ୟାବିନେଟ ବୈଠକ ପରେ ଏହି ଘୋଷଣା କରାଯାଇଛି। ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ସରକାର। ଏହି ବୃଦ୍ଧି ସହ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭର୍ତ୍ତା ୫୩%କୁ ବୃଦ୍ଧି ହୋଇଛି। କେନ୍ଦ୍ର ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ସରକାରୀ କର୍ମଚାରୀ ଏହି ସୁବିଧା ପାଇବେ। ଏହାର ଅର୍ଥ ଅକ୍ଟୋବର ମାସର ଦରମା ମହଙ୍ଗା ଭତ୍ତା ସହ ମିଳିବ। ଏହା ସହ ତିନି ମାସର ବକେୟା ଭତ୍ତା ମଧ୍ୟ ମିଳିବ। ଏହି ଘୋଷଣା ପରେ ପେନସନ ପାଉଥିବା ଅବସରପ୍ରାପ୍ତ କର୍ମଚାରୀ ମଧ୍ୟ ଉପକୃତ ହେବେ। ସେମାନଙ୍କର ମଧ୍ୟ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି। ସର୍ବଭାରତୀୟ ଗ୍ରାହକ ଦର ସୂଚକାଙ୍କ ଜରିଆରେ ମହଙ୍ଗା ଭତ୍ତାର ହିସାବ କରାଯାଏ। ଏହି ସୂଚକାଙ୍କ ଖୁଚରା ବଜାରର ମୂଲ୍ୟକୁ ଟ୍ରାକ କରି ମହଙ୍ଗା ଭତ୍ତା ବୃଦ୍ଧି ନେଇ ନିଷ୍ପତ୍ତି ନିଏ। ମହଙ୍ଗା ଭତ୍ତା ବର୍ଷକୁ ଦୁଇ ଥର ସଂଶୋଧିତ କରାଯାଏ। କର୍ମଚାରୀଙ୍କୁ ସେମାନଙ୍କ ଜୀବନ ଧାରଣ କ୍ଷମତାରେ ଆର୍ଥିକ ସହାୟତା ପାଇଁ ମହଙ୍ଗା ଭତ୍ତାର ବ୍ୟବସ୍ଥା କରାଯାଇଛି। କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କେବଳ ସେମାନଙ୍କ ଟେକ୍ ହୋମ ଦରମା ପରିମାଣକୁ ବୃଦ୍ଧି କରିବ ନାହିଁ ବରଂ ଅନ୍ୟ ଭତ୍ତାରେ ମଧ୍ୟ ବୃଦ୍ଧି ଆଣିବ। କର୍ମଚାରୀଙ୍କ ଆର୍ଥିକ ସ୍ଥିତିକୁ ସ୍ୱଚ୍ଛଳ କରିବା ପାଇଁ ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!