Thursday, September 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରୋକାଯିବ ବେପରୁଆ ଗାଡ଼ି ଚାଳନା

by ସଞ୍ଜୟ ସ୍ୱାଇଁ
December 30, 2020
in Nayagarh
ରୋକାଯିବ ବେପରୁଆ ଗାଡ଼ି ଚାଳନା
673
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା ସଂପର୍କୀତ ସମୀକ୍ଷା ବୈଠକ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଡା. ଟୁଡୁ ଜିଲ୍ଲାରେ ଘଟୁଥିବା ସଡ଼କ ସୁର୍ଘଟଣାକୁ ରୋକିବା ପାଇଁ ଆଲୋଚନା କରିବା ସହ ଜିଲ୍ଲାରେ ମାତ୍ରାଧିକ ସଡ଼କ ଦୁର୍ଘଟଣା ଜିଲ୍ଲାପାଳ ଉଦ୍‌ବେଗ ପ୍ରକାଶ କରିଥିଲେ । ଯାନବାହନ ଚଳାଚଳ ଏବଂ ଦ୍ରୁତଗତିରେ ଚାଳନ କରୁଥିବା ବ୍ୟକ୍ତିମାନଙ୍କୁ ଧରିବା ପାଇଁ ଆଂଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା କରୁଥିବା ଚାଳକଙ୍କୁ ଗିରଫ କରାଯାଇଥିବା ତଥ୍ୟ ପରିବହନ ଅଧିକାରୀ ପ୍ରକାଶ କରିଥିଲେ । ନୟାଗଡ଼ ନୂତନ ବସଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ କରିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା । ଉପଜିଲ୍ଲାପାଳଙ୍କ ତତ୍ୱାବଧାନରେ ଏକ କମିଟି ଗଠନ କରାଯାଇ ତୁରନ୍ତ ଏହି କାର୍ଯ୍ୟକୁ ସଂପାଦନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ ଥିବା ବିଭିନ୍ନ ଦୁର୍ଘଟଣା ପ୍ରବଣ ସ୍ଥାନକୁ ଚିହ୍ନଟ କରି, ତାର ନିରାକରଣ କରିବା ପାଇଁ ବିଭିନ୍ନ ସ୍ଥାନରେ ସ୍ପିଡ୍ ଲିମିଟ୍ ବୋର୍ଡ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଦଶପଲ୍ଲା ଠାରୁ ସୁନାଖଳା ପର୍ଯ୍ୟନ୍ତ ବିଭିନ୍ନ ଯାଗାରେ ଥିବା ହମ୍ପସ ଗୁଡ଼ିକୁ ହଟେଇବା ଏବଂ ଆବଶ୍ୟକ ସ୍ଥଳେ ସ୍ପିଡ୍ ବ୍ରେକର ନିର୍ମାଣ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ, ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ସନତ୍ କୁମାର ଜେନା, ଜିଲ୍ଲାସ୍ତରୀୟ ଅଧିକାରୀ, କନିଷ୍ଠ ଏମ.ଭି.ଆଇ. ଶ୍ରୀ ଦୁର୍ଗାପ୍ରସାଦ ରାଓ, ଟ୍ରାଫିକ ସବ୍‌ଇନିସପେକ୍ଟର ଶ୍ରୀମତୀ ସ୍ୱୟଂପ୍ରଭା ରଥ, ଘରୋଇ ବସ ଓ ଟ୍ରକ ମାଲିକ ସଂଘର ସଭାପତି ଓ ସଂପାଦକ, ସ୍ୱାଚ୍ଛାସେବୀ ସଂଗଠନର କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!