Saturday, September 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ୱାୟନାଡରୁ ଲଢ଼ିବେ ପ୍ରିୟଙ୍କା

by ସଞ୍ଜୟ ସ୍ୱାଇଁ
October 16, 2024
in NATIONAL NEWS
ୱାୟନାଡରୁ ଲଢ଼ିବେ ପ୍ରିୟଙ୍କା
47
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ପ୍ରଥମଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ପ୍ରିୟଙ୍କା ଗାନ୍ଧି ଭଦ୍ରା। ସେ କେରଳର ୱାୟନାଡ ଲୋକସଭା ଉପ ନିର୍ବାଚନ ଲଢ଼ିବେ। ଆଜି କଂଗ୍ରେସ ପକ୍ଷରୁ ବିଧିବଦ୍ଧ ଭାବେ ତାଙ୍କୁ ୱାୟନାଡରୁ ପ୍ରାର୍ଥୀ କରାଯାଇଛି। ଏହାବାଦ କେରଳ ୨ଟି ବିଧାନସଭା ଉପ ନିର୍ବାଚନ ପାଇଁ ମଧ୍ୟ କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। କେରଳର ପାଲକ୍କଡରୁ ରାହୁଲ ଏମଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ଚେଲାକାରାରୁ ରାମ୍ୟା ହରିଦାସ କଂଗ୍ରେସ ଟିକେଟ ପାଇଛନ୍ତି। ଆସନ୍ତା ନଭେମ୍ବର ୧୩ ତାରିଖରେ ୱାୟନାଡ ସମେତ ଏହି ଦୁଇ ବିଧାନସଭା ଆସନରେ ଭୋଟ ହେବ। ଏଥିପାଇଁ ଭାରତୀୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ରାଜବୀ କୁମାରଙ୍କ ଘୋଷଣା ଅନୁଯାୟୀ, କେରଳର ୱାୟନାଡ ଲୋକସଭା ଆସନରେ ଉପ ନିର୍ବାଚନ ନଭେମ୍ବର ୧୩ରେ ଅନୁଷ୍ଠିତ ହେବ। ଏଥିପାଇଁ ଗ୍ୟାଜେଟ ନୋଟିଫିକେସନ ୧୮ ଅକ୍ଟୋବରରେ ପ୍ରକାଶ ପାଇବ। ନାମାଙ୍କନ ଦାଖଲ ଶେଷ ତାରିଖ ଅକ୍ଟୋବର ୨୫ ରହିଥିବା ବେଳେ ପ୍ରତ୍ୟାହାର ପାଇଁ ଅକ୍ଟୋବର ୩୦କୁ ଧାର‌୍ୟ୍ୟ କରାଯାଇଛି। ନଭେମ୍ବର ୧୩ରେ ଏଠାରେ ଭୋଟିଂ ହେବାକୁ ଥିବା ବେଳେ ନଭେମ୍ବର ୨୩ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଏହି ଘୋଷଣା ପରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ଜାରି କରାଯାଇଛି। ୨୦୧୯ରେ ରାହୁଲ ୱାୟନାଡରୁ ପ୍ରଥମଥର ନିର୍ବାଚନ ଲଢ଼ିବା ସହ ବିଜୟ ହୋଇଥିଲେ। ୨୦୨୪ରେ ସେ ୱାୟନାଡ ସହ ରାଏବରେଲୀ ଆସନରେ ନିର୍ବାଚନ ଲଢ଼ି ଦୁଇଟି ଯାକ ଆସନ ଜିତିଥିଲେ। ସେ ଦୁଇଟି ଆସନରୁ ବିଜୟ ହୋଇଥିବାରୁ ତାଙ୍କୁ ଗୋଟିଏ ଆସନ ଛାଡ଼ିବା ଅପରିହାର‌୍ୟ୍ୟ ରହିଥିଲା। ତେଣୁ ସେ ୱାୟନାଡ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ଜନପ୍ରତିନିଧି ଆଇନ ଅନୁଯାୟୀ, ଜଣେ ରାଜନେତା ଅତି ବେଶୀରେ ଦୁଇଟି ନିର୍ବାଚନ ମଣ୍ଡଳୀରୁ ଲଢ଼ିପାରିବେ। ଯଦି ସେ ଉଭୟ ଆସନରେ ଜିତୁଛନ୍ତି, ତା’ହେଲେ ତାଙ୍କୁ ରେଜଲ୍ଟ ବାହାରିବାର ୧୪ ଦିନ ମଧ୍ୟରେ ଗୋଟିଏ ଆସନରୁ ଇସ୍ତଫା ଦେବାକୁ ପଡ଼ିବ। ଯଦି ଜଣେ ଗୋଟିଏ ଆସନରୁ ଇସ୍ତଫା ନ ଦିଅନ୍ତି, ତା’ହେଲେ ସେ ଉଭୟ ସିଟ୍ ମଧ୍ୟ ହରାଇବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ରାହୁଲ ୱାୟନାଡ ଆସନ ଛାଡ଼ିଥିଲେ। ଏବେ ଉପ ନିର୍ବାଚନରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ୱାୟନାଡରୁ ପ୍ରାର୍ଥୀ ହୋଇଛନ୍ତି। ପ୍ରଥମଥର ପାଇଁ ପ୍ରିୟଙ୍କା ଗାନ୍ଧି ଭଦ୍ରା କୌଣସି ନିର୍ବାଚନରେ ଲଢ଼ିବାକୁ ଯାଉଛନ୍ତି। ଯଦି ସେ ବିଜୟୀ ହୁଅନ୍ତି, ତା’ହେଲେ ପ୍ରଥମଥର ପାଇଁ ସଂସଦରେ ରାହୁଲ, ପ୍ରିୟଙ୍କା ଓ ସୋନିଆ ଗାନ୍ଧିଙ୍କୁ ଦେଖିବାକୁ ମିଳିବ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!