Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସିଏମ୍‌ଏସ୍ ଭ୍ୟାନ୍‌ରୁ ଲୁଟ୍ ଉଦ୍ୟମ, ଲୁଟିନେଲେ ବନ୍ଧୁକ

by ସଞ୍ଜୟ ସ୍ୱାଇଁ
October 15, 2024
in Crime, State
ସିଏମ୍‌ଏସ୍ ଭ୍ୟାନ୍‌ରୁ ଲୁଟ୍ ଉଦ୍ୟମ, ଲୁଟିନେଲେ ବନ୍ଧୁକ
62
VIEWS
Share on FacebookShare on Twitter

ବଡବିଲ, (ବାଘୁଆବାର୍ତ୍ତା): ଲୁଟ୍ ପାଇଁ ଆସିଥିଲେ ଦୁର୍ବୃତ୍ତ । ଗନ୍ ମ୍ୟାନ୍‌ଙ୍କୁ ଆକ୍ରମଣ କରି ତାଙ୍କ ଠାରୁ ଅସଲି ବନ୍ଧୁକ ଛଡ଼ାଇ ନେଇ ନିଜର ନକଲି ବନ୍ଧୁକଙ୍କୁ ଛାଡ଼ିଦେଇ ପଳାଇଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ସହରରେ । ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା କମାରଯୋଡ଼ା ନିକଟରେ ଏକ କ୍ୟାସ୍ ମ୍ୟାନେଜମେଣ୍ଟ ସର୍ଭିସ୍ (CMS) ଗାଡ଼ିରେ ପାଖାପାଖି ୩୮ ଲକ୍ଷ ଟଙ୍କା ନେଇ ୪ ଜଣ କର୍ମଚାରୀ ଜୁରୁଡ଼ି ଉଦ୍ଦେଶ୍ୟରେ ଯାଉଥିଲେ । ତେବେ କମାରଯୋଡ଼ା ନିକଟରେ ଥିବା ଗାଡ଼ିକୁ ରଖି ୨ ଜଣ କର୍ମଚାରୀ ରିଲିଆନ୍ସ ସ୍ମାର୍ଟ ପଏଣ୍ଟରୁ କ୍ୟାସ୍ ଆଣିବା ପାଇଁ ଯାଇଥିଲେ । ଏହି ସମୟରେ ୩ ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଧରି ଭ୍ୟାନରୁ ଲୁଟ୍ ଉଦ୍ୟମ କରିଥିଲେ । ବନ୍ଧୁକ ଓ ଛୁରୀ ଦେଖାଇ ଲୁଟ୍ ଉଦ୍ୟମ ବେଳେ, ଗନ୍ ମ୍ୟାନ ସେମାନଙ୍କୁ ବାଧା ଦେବାରୁ ଦୁର୍ବୃତ୍ତମାନେ ତାଙ୍କୁ ଲୁହା ରଡ୍ ରେ ଆକ୍ରମଣ କରିଥିଲେ ଏବଂ ତାଙ୍କ ଠାରୁ ଡବଲ ବ୍ୟାରେଲ ଗନ୍ ଛଡ଼ାଇ ନେଇଥିଲେ । ଏହି ସମୟରେ ସେଠାରେ ଭିଡ଼ ଏକତ୍ରିତ ହେବାରୁ ଦୁର୍ବୃତ୍ତ ମାନେ ବାଇକ୍ ଯୋଗେ ଚମ୍ପଟ ମାରିଥିଲେ । ତେବେ ସେମାନେ ସାଥିରେ ଆଣିଥିବା ନକଲି ବନ୍ଧୁକ ସହ ଛୁରୀ ଖଣ୍ଡା ଆଦି ଛାଡ଼ିଦେଇ ପଳାଇଥିଲେ । ଦୁର୍ବୃତ୍ତଙ୍କ ମାଡ଼ରେ ଗନ୍ ମ୍ୟାନ୍ ବଳରାମ ପୃଷ୍ଟି ଆହତ ହୋଇ ନିକଟସ୍ଥ ଯୋଡ଼ା ଟାଟା ଷ୍ଟିଲ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସୂଚନା ପାଇ ଯୋଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ବୃତ୍ତ ମାନେ ଜୁରୁଡ଼ି ପଟକୁ ଫେରାର ହୋଇଥିବା କୁହାଯାଉଛି । ପୋଲିସ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ତଲାସୀ ଜାରି ରଖିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!