Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାପା କନଷ୍ଟେବଳ, ପୁଅ କୁଖ୍ୟାତ ଗ୍ୟାଙ୍ଗଷ୍ଟର୍

by ସଞ୍ଜୟ ସ୍ୱାଇଁ
October 15, 2024
in Crime, NATIONAL NEWS
ବାପା କନଷ୍ଟେବଳ, ପୁଅ କୁଖ୍ୟାତ ଗ୍ୟାଙ୍ଗଷ୍ଟର୍
132
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଦୁନିଆର ପ୍ରତିଟି ବାପା ଚାହାଁନ୍ତି ତାଙ୍କ ସନ୍ତାନ ତାଙ୍କଠାରୁ ଆଉ ଦୁଇ ପାଦ ଆଗକୁ ବଢୁ । ସମାଜରେ ତାଙ୍କଠାରୁ ବି ଅଧିକ ନାଁ କରୁ , ନିଜ ଗୋଡ଼ରେ ଛିଡ଼ା ହୋଇ ସଫଳତାର ସିଡ଼ି ଚଢୁ । ଏଥିପାଇଁ ପିଲାଟି ବେଳୁ ହିଁ ପରିବାର ସନ୍ତାନକୁ ଉଚିତ୍ ଶିକ୍ଷା ଓ ସଂସ୍କାର ଦେଇ ଗଢିବାରେ ଲାଗିପଡ଼ିଥାନ୍ତି । ହେଲେ କାହା ଭାଗ୍ୟରେ କ’ଣ ଲେଖାହୋଇଛି କିଏ ଜାଣେ ! ମଣିଷ ଚାହୁଁଥିବା ପ୍ରତିଟି ସ୍ୱପ୍ନ ଯଦି ପୁରଣ ହେଇଯାଉଥାନ୍ତା ତାହେଲେ ବୋଧହୁଏ ମଣିଷ ଭଗବାନଙ୍କୁ ସ୍ମରଣ କରିବା ଭୁଲିଯାଆନ୍ତା । ଏମିତି ହିଁ ସ୍ୱପ୍ନର ତାଜମହଲ ଗଢିଥିଲେ ଲରେନ୍ସ ବିଷ୍ଣୋଇଙ୍କ ପିତା ଲଖବୀର ସିଂହ ବିଷ୍ଣୋଇ । ହରିୟାଣା ପୁଲିସରେ ୫ ବର୍ଷ କନଷ୍ଟେବଳ ଚାକିରି କରି କୃଷି ଆଡ଼କୁ ମନ ବଳାଇଥିଲେ ଲଖବୀର । ୧୯୯୩ ମସିହା ଫେବୃୟାରୀ ୧୨ ତାରିଖରେ ପଞ୍ଜାବର ଫିରୋଜପୁର ଗାଁରେ ଜନ୍ମ ହୋଇଥିବା ଶିଶୁପୁଅର ଚମକଦାର ଚେହେରାକୁ ଦେଖି ମା’ ବଡ଼ ଶ୍ରଦ୍ଧାରେ ନାଁ ଦେଇଥିଲେ ଲରେନ୍ସ । ଗାଁରେ ଦ୍ୱାଦଶ ପର୍ଯ୍ୟନ୍ତ ପାଠ ପଢି ଉଚ୍ଚଶିକ୍ଷା ପାଇଁ ଚଣ୍ଡିଗଡ଼ ଏବଂ ୨୦୧୧ ରୁ ୨୦୧୨ ମଧ୍ୟରେ ପଞ୍ଜାବ ୟୁନିଭର୍ସିଟିରେ ଓକିଲାତି ପାଠ ପଢିଥିଲେ ଲରେନ୍ସ । ପୁଅକୁ ଆଇପିଏସ୍ ଅଧିକାରୀ ରୂପରେ ଦେଖିବାକୁ ଇଚ୍ଛା ରଖିଥିବା ବାପା ଲରେନ୍ସକୁ ଭଲ ବାଟରେ ଆଣିବା ପାଇଁ ବହୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ । ୟୁନିଭର୍ସିଟିରେ ଛାତ୍ର ସଂଗଠନ (ଏସଓପିୟୁ) ତିଆରି କରିବା ସହ ସେ ସଂଗଠନର ଅଧ୍ୟକ୍ଷ ମଧ୍ୟ ଥିଲେ । ଏସଓପିୟୁର ଛତ୍ରଛାୟା ତଳେ ସେ ଛାତ୍ରସଂଘର ନିର୍ବାଚନ ଲଢିଥିଲେ କିନ୍ତୁ ବହୁ ଚେଷ୍ଟା କରି ମଧ୍ୟ ହାରିଯାଇଥିଲେ । ପରାଜୟର କଷ୍ଟକୁ ସହି ନପାରି ପ୍ରତିଶୋଧ ନେବା ପାଇଁ ବନ୍ଧୁକ କିଣିଲେ । ବିଜୟ ଟିମ୍ ସହ ସାମ୍ମାସାମ୍ମି ବେଳେ ବନ୍ଧୁକ ଫୁଟାଇ ଆତଙ୍କ ରଚିଲେ । ଏହି ସମୟରେ ତାଙ୍କର ସାକ୍ଷାତ ଗୋଲ୍ଡି ବରାଡ୍ ସହ ହୋଇଥିଲା । ଗୋଲ୍ଡିଙ୍କ ସହ ମିଶିବା ପରେ ଲରେନ୍ସ ଅପରାଧର ଦୁନିଆରେ ପାଦ ଦେଲେ । ପୁଅକୁ ଆଇପିଏସ୍ କରିବାର ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା । ବାପା ପୁଅକୁ ୟୁନିଫର୍ମରେ ଦେଖିବାକୁ ଇଚ୍ଛା କରିଥିଲେ ହେଲେ ପୁଅ ହାତରେ ବନ୍ଧୁକ ଧରି ଆତଙ୍କ ରଚିଲା । ୨୦୧୦ ରୁ ହତ୍ୟା,ଜମି ଜବରଦଖଲ,ସୁପାରୀ,ମଦ ତସ୍କରି,ଡ଼କାୟତି ଏଭଳି ଅନେକ ଅସାମାଜିକ କାମରେ ଲିପ୍ତ ରହିଥିଲେ ଲରେନ୍ସ । ପୁଲିସ୍ ରିପୋର୍ଟ ଅନୁସାରେ ଲରେନ୍ସ ବିଷ୍ଣୋଇ ବିରୋଧରେ ଚଣ୍ଡିଗଡ଼ରେ ୭ ଟି ଏଫଆଇଆର୍ ରୁଜୁ ହୋଇଥିଲା । ଧିରେ ଧିରେ ନିଜର ସାମ୍ରାଜ୍ୟ ଛିଡ଼ା କରିବା ପାଇଁ ଲରେନ୍ସ ଅନେକ ସାର୍ପ ସୁଟରଙ୍କୁ ନିଜ ଗ୍ୟାଙ୍ଗରେ ସାମିଲ୍ କଲା । ପଞ୍ଜାବ,ହରିୟାଣା,ରାଜସ୍ଥାନ,ଦିଲ୍ଲୀ ଏବଂ ହିମାଚଳ ପ୍ରଦେଶ ଭଳି ସ୍ଥାନରେ ବିଷ୍ଣୋଇ ଗ୍ୟାଙ୍ଗର ଦବଦବା ରହିଛି । ଯେଉଁଥିରେ ୭୦୦ ରୁ ଅଧିକ ସାର୍ପ ସୁଟର ରହିଥିବା ସୂଚନା ମଧ୍ୟ ମିଳୁଛି । କେବଳ ଭାରତ ନୁହଁ ବିଦେଶ ପର୍ଯ୍ୟନ୍ତ ଲମ୍ବିଛି ବିଷ୍ଣୋଇ ଗ୍ୟାଙ୍ଗର ତାର ।

ଲରେନ୍ସର ସହଯୋଗୀ ଗୋଲ୍ଡି ବରାଡ୍ ଏବଂ ରୋହିତ୍ ଗୋଦାରା ଭଳି ଅପରାଧୀ ବିଦେଶରେ ବସି ଭାରତରେ ବଡ଼ ବଡ଼ ଅପରାଧ କରୁଛନ୍ତି । ମା’ ମମତା ବିଷ୍ଣୋଇ ଏଯାବତ୍ ପୁଅକୁ ଅପରାଧର ଗଳି ଛାଡ଼ି ଘରକୁ ଫେରିଆସିବା ପାଇଁ କହୁଛନ୍ତି । ହେଲେ ଗ୍ୟାଙ୍ଗଷ୍ଟରଙ୍କ ଘରବାହୁଡ଼ା ହୋଇପାରୁନି । ଲରେନ୍ସ ଏବେ ଅହମ୍ମଦାବାଦର ସାବରମତୀ ସେଣ୍ଟ୍ରାଲ୍ ଜେଲରେ ବନ୍ଦି ଅଛନ୍ତି । ରିପୋର୍ଟ ମୁତାବକ , ସେ ଜେଲରେ ବସି ରିମୋର୍ଟ ଦବାଉଛନ୍ତି ଆଉ ଅପରାଧର ବିସ୍ଫୋଟକ ବାହାରେ ଫୁଟୁଛି । ୨୦୧୪ ରେ ପ୍ରଥମଥର ପାଇଁ ତାଙ୍କୁ ରାଜସ୍ଥାନରୁ ଗିରଫ କରାଯାଇଥିଲା । କିନ୍ତୁ ମୋହାଲୀରୁ ସେ ଫେରାର୍ ହୋଇଯାଇଥିଲେ । ପରେ ୨୦୧୬ ରେ ପୁଣିଥରେ ତାଙ୍କୁ ଗିରଫ କରାଗଲା । ଏବେ ଲରେନ୍ସଙ୍କ ଉପରେ ୫୦ ରୁ ଅଧିକ ମାମଲା ରହିଛି । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ଉପରେ ବହୁ ବଡ଼ ବଡ଼ ଅଭିଯୋଗ ଲାଗିଛି । ଯେଉଁଥିରେ ୨୦୧୮ରେ ବଲିଉଡ୍ ସୁପରଷ୍ଟାର୍ ସଲମାନ୍ ଖାନଙ୍କୁ ହତ୍ୟାର ଷଡ଼ଯନ୍ତ୍ର ରଚିବାର ଅଭିଯୋଗ । ୨୦୨୨ ମେ ୨୯ ତାରିଖରେ ପଞ୍ଜାବର ମାନସାରେ ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟାର ଅଭିଯୋଗ । ୨୦୨୩ ଡିସେମ୍ବର ୫ ରେ କରଣୀ ସେନା ଅଧ୍ୟକ୍ଷ ସୁଖଦେବ ସିଂହ ଗୋଗାମେଡିଙ୍କୁ ହତ୍ୟା ଅଭିଯୋଗ । ୨୦୨୪ ଅପ୍ରିଲ୍ ୧୪ ତାରିଖରେ ସଲମାନ୍ ଖାନଙ୍କ ଘର ଗାଲାକ୍ସି ଉପରେ ଫାୟାରିଙ୍ଗର ଅଭିଯୋଗ । ୨୦୨୪ ଅକ୍ଟୋବର ୧୨ ରେ ମୁମ୍ବାଇରେ ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା ଅଭିଯୋଗର ଭାର ବିଷ୍ଣୋଇ ଗ୍ୟାଙ୍ଗର ମୁଣ୍ଡରେ ରହିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!