ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଜିଲ୍ଲା ଯୁବ କଂଗ୍ରେସ ସାଂଗଠନିକ ସଭା ସ୍ଥାନୀୟ ରୋଟାରୀ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରତୀକ ମହାପାତ୍ର, ମିର୍ ଅବୁକର୍ ସିଦ୍ଧିକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ସଭାରେ ମୁଖ୍ୟ ଅତିଥି ଭାବେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଂଜନ ଲେଙ୍କା, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସଂପାଦକ ନଳୀନ କାନ୍ତ ନାୟକ, ରାଜ୍ୟ ଯୁବ କଂଗ୍ରେସ ଆଇନସେଲ୍ ଅଧ୍ୟକ୍ଷ ଆଦିତ୍ୟ ପ୍ରସାଦ ପରିଡ଼ା, ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ହୁସେନ ଖାଁ, କମଳ ଚରଣ ସାହୁ, ପୂର୍ବତନ କଂଗ୍ରେସ ବିଧାୟକ ପାର୍ଥୀ ମନୋଜ କୁମାର ସାହୁ, ରାଜୀବ ଗାନ୍ଧୀ ପଂଚାୟତ ରାଜ ସଂଗଠନର ଜିଲ୍ଲା ସଂଯୋଜକ ସୁକାନ୍ତ ଶତପଥି, ସଂଖ୍ୟାଲଘୁ ସେଲ୍ ଅଧ୍ୟକ୍ଷ ଆମ୍ଜାଦ୍ ଖାଁ ପ୍ରମୂଖ ଯୋଗ ଦେଇଥିଲେ ।





