Tuesday, May 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନାରୀନେତ୍ରୀଙ୍କ ଚରିତ୍ର ସଂହାର, ୟୁଟ୍ୟୁବର ଶଙ୍କର ଜେଲ ଗଲେ

by ସଞ୍ଜୟ ସ୍ୱାଇଁ
October 15, 2024
in Feature News
ନାରୀନେତ୍ରୀଙ୍କ ଚରିତ୍ର ସଂହାର, ୟୁଟ୍ୟୁବର ଶଙ୍କର ଜେଲ ଗଲେ
221
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ୟୁଟ୍ୟୁବର ଶଙ୍କର ପୁଣି ଜେଲ ଯାଇଛନ୍ତି । ଏଥର ତାଙ୍କୁ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ପୁଲିସ ଗିରଫ କରିଛି । ସାଇବର ଥାନା ଏସିପି ଅଞ୍ଜନା ଟୁଡୁ କହିଛନ୍ତି, ଏକ ରାଜନୈତିକ ଦଳର ଜଣେ ନେତ୍ରୀଙ୍କ ଚରିତ୍ର ସଂହାର କରିବା ଅଭିଯୋଗରେ ତାଙ୍କୁ ବାଲେଶ୍ୱରରୁ ଗିରଫ କରାଯାଇଛି । ଶଙ୍କରଙ୍କ ପୂରା ନାଁ ଉମାଶଙ୍କର ପାଣିଗ୍ରାହୀ ଓରଫ ଓମ୍‌ ଓରଫ ସାରନ । ଘର ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧୀନ ବରିରେ । ସେ ବରମୁଣ୍ଡା ଶତାଦ୍ଦୀ ନଗରର ସ୍ୱାଇଁ କଲୋନିରେ ରହୁଛନ୍ତି । ତାଙ୍କର ‘ପିଟିସି (ପାଣିଗ୍ରାହୀ ଟେଲି ମିଡିଆ କମ୍ପୁନିକେସନ) ଓଡି଼ଶା’ ନାଁରେ ତା’ର ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଅଛି । ଉକ୍ତ ଚ୍ୟାନେଲରେ ଅଧିକାଂଶ ପୋଷ୍ଟରେ ଅଶ୍ଲୀଳ ଭାଷା ବ୍ୟବହାର କରାଯାଏ । ସେ ଅନେକ ପୋଷ୍ଟରେ ନାରୀମାନଙ୍କୁ ଅପମାନିତ କରିବା ଭଳି ଶବ୍ଦ ଉଚ୍ଚାରଣ କରିଥାନ୍ତି । କିଛି ଦିନ ତଳେ ସେ ଉକ୍ତ ଚ୍ୟାନେଲରେ ପୁଲିସ ଓ ଗଣମାଧ୍ୟମକୁ ବେଶ୍ୟା ଦର୍ଶାଇ ଏକ ରୋଷ୍ଟ ଭିଡିଓ ଅପଲୋଡ କରିଥିଲେ । ଗତ ୧୨ ତାରିଖରେ ଜଣେ ନେତ୍ରୀ ସାଇବର ଥାନାରେ ତାଙ୍କ ନାଁରେ ଅଭିଯୋଗ କରିଥିଲେ । ନେତ୍ରୀଙ୍କ ଅଭିଯୋଗ ମୁତାବକ, ସେ ଉକ୍ତ ରୋଷ୍ଟ ଭିଡିଓକୁ ତୀବ୍ର ପ୍ରତିବାଦ କରିଥିଲେ । ପୋଷ୍ଟ ତଳେ ଏକ କମେଣ୍ଟ ଲେଖିଥିଲେ । ପୁଲିସ ଓ ଗଣମାଧ୍ୟମ ବିରୋଧରେ ଏଭଳି ଅଶ୍ଲୀଳ ଭାଷା ବ୍ୟବହାର ନ କରିବାକୁ ତାଗିଦ୍‌ କରିଥିଲେ । ଶଙ୍କରଙ୍କ ବିରୋଧରେ ଗଣମାଧ୍ୟମରେ ମଧ୍ୟ ବିଷ ଉଗାରିଥିଲେ । ଏଥିରେ ଶଙ୍କର ଆହୁରି ରାଗିଯାଇଥିଲେ । ସମ୍ପୃକ୍ତ ନେତ୍ରୀଙ୍କ ବିରୋଧରେ ଏକ ରୋଷ୍ଟ ଭିଡିଓ ଅପଲୋଡ କରିଥିଲେ । ସେଥିରେ ନେତ୍ରୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହ ତାଙ୍କର ଚରିତ୍ର ସଂହାର କରିଥିଲେ । ଅଞ୍ଜନା କହିଛନ୍ତି, ସୋସିଆଲ ମିଡିଆରେ ଅନ୍ୟର ଚରିତ୍ର ସଂହାର କରିବା ଶଙ୍କରର ପୁରୁଣା ରୋଗ । ରାତାରାତି ଚର୍ଚ୍ଚା ସାଉଁଟିବା ଓ ୟୁ-ଟ୍ୟୁବରୁ ଟଙ୍କା କମାଇବା ଚକ୍କରରେ ସେ ଏଭଳି କରିଥାଏ । ପୂର୍ବରୁ ଓଡି଼ଶାର ବିଭିନ୍ନ ଜିଲ୍ଲାର ଝିଅମାନଙ୍କୁ ଖରାପ ଦର୍ଶାଇ ଏକ ଗୀତ ଅପଲୋଡ କରିଥିଲା । ଏହାଛଡ଼ା ହାଇ-ପ୍ରୋଫାଇଲ ଯୁବତୀମାନଙ୍କ ସହ ସୋସିଆଲ ମିଡିଆରେ ବନ୍ଧୁତା ସ୍ଥାପନ କରି ନିକଟତର ହେବା ପାଇଁ ଚେଷ୍ଟା କରେ । ଯଦି କେହି ତାକୁ ବିରୋଧ କରେ, ତା’ ନାଁରେ ୟାଡୁ ସିଆଡୁ ଲେଖି ସୋସିଆଲ ମିଡିଆରେ ପୋଷ୍ଟ କରି ଚରିତ୍ର ସଂହାରରେ ଲାଗିଯାଏ । ବାଲେଶ୍ୱର ସିମୁଳିଆ ଥାନାରେ ୨ଟି ମାମଲା ଅଛି । ଭୁବନେଶ୍ୱର ମହିଳା ଥାନାରେ ମଧ୍ୟ ଗୋଟିଏ ଅଭିଯୋଗ ରହିଛି ।

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026
ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

May 24, 2026
ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

May 24, 2026
ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

May 23, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!