ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ କ୍ଲବ ଆନୁକୁଲ୍ୟରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତୀ ସୁରକ୍ଷା ଅଭିଯାନ କ୍ଲବ ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଯାଇଛି । ନୟାଗଡ଼ ତ୍ରିନାଥ ଛକଠାରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଆଜି ପରିସ୍ଖାର କରାଯାଇଥିବା ବେଳେ ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଥିବା ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତି, ପୁରୁଣା କୋର୍ଟ ପରିସରରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି, ପଠାଣିସାମନ୍ତ ପ୍ରେକ୍ଷାଳୟଠାରେ ପଠାଣି ସାମନ୍ତଙ୍କ ପ୍ରତିମୂର୍ତ୍ତ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ ଥିବା ଦାଶିଆ ଅଜାଙ୍କ ପ୍ରତିମୂର୍ତ୍ତିକୁ ସଫାସୁତରା କରାଯାଇଛି । ରାମକୃଷ୍ଣ ଶିକ୍ଷା କେନ୍ଦ୍ରର ସ୍କାଉଟ ଛାତ୍ରଛାତ୍ରୀମାନେ ଏଥିରେ ସହଯୋଗ କରିଥିବା ବେଳେ କ୍ଲବର ଉପସଭାପତି ଅରୁଣ କୁମାର ମହାନ୍ତି, ସଂପାଦକ ମିହିରି ରଂଜନ ନାୟକ, କୋଷାଧ୍ୟକ୍ଷ ଶ୍ରୀଧର ସାହୁ ପ୍ରମୂଖ ସହଯୋଗ କରିଥିଲେ ।





