ନୟାଗଡ଼, (ବାଘୁଆବାର୍ତ୍ତା): ପାକ୍ଷିକ ଖବର କାଗଜ ‘ନୟାଗଡ଼ ଲାଇଟ’ର ୫ମ ସ୍ୱନକ୍ଷତ୍ର ଉତ୍ସବ ସ୍ଥାନୀୟ ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ନାଟ୍ୟକାର ବିରଞ୍ôଚନାରାୟଣ ତ୍ରିପାଠୀ ଅଧ୍ୟକ୍ଷତା କରିଥିବା ବେଳେ ଅତିଥିଭାବେ ନୟାଗଡ଼ ସ୍ୱୟଂଚାଳିତ ମହାବିଦ୍ୟାଳୟର ଇଂରାଜୀ ବିଭାଗ ଅଧ୍ୟାପକ କେଶବ ରାଉତରାୟ, ଡ.ଆଶୁତୋଷ ମିଶ୍ର, ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାୟର ଅଧ୍ୟକ୍ଷ ଅଶୋକ କୁମାର ନାୟକ ପ୍ରମୁଖ ଯୋଗଦାନ କରି ବର୍ତ୍ତମାନ ପରିପ୍ରେକ୍ଷୀରେ ଗଣମାଧ୍ୟମର ଭୂମିକା ସଂପର୍କରେ ଆଲୋକପାତ କରିଥିଲେ । ସେହିପରି ସୌଦାମିନୀ ସ୍ୱାଇଁ ଏବଂ ପ୍ରଶାନ୍ତ କୁମାର ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠ କାର୍ଯ୍ୟକ୍ରମରେ ଜିଳ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କବି ଓ କବୟତ୍ରୀମାନେ ସ୍ୱରଚିତ କବିତା ପାଠ କରିଥିଲେ । ଅନ୍ୟପକ୍ଷରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବିଭିନ୍ନ ପ୍ରତିଭୂ ମାନଙ୍କୁ ଅତିଥିମାନେ ଉପଢୌକନ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।





