Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

‘ସୁଭଦ୍ରା’ ନାଁରେ ବ୍ୟାଙ୍କ ଲୁଟି ଧରାପଡ଼ିଲେ

by ସଞ୍ଜୟ ସ୍ୱାଇଁ
October 14, 2024
in Crime, State
‘ସୁଭଦ୍ରା’ ନାଁରେ ବ୍ୟାଙ୍କ ଲୁଟି ଧରାପଡ଼ିଲେ
140
VIEWS
Share on FacebookShare on Twitter

କେନ୍ଦୁଝର, (ବାଘୁଆବାର୍ତ୍ତା): ‘ସୁଭଦ୍ରା’ ଫର୍ମ ପୂରଣ ନାଁରେ ଆଧାର ସଂଯୋଗ କରି ବ୍ୟାଙ୍କ ଆକାଉଣ୍ଟ ଲୁଟି ଥିଲେ। ଏହି ଲୁଟ୍‌ର ଜଣେ ଠକକୁ ବାନ୍ଧିଛି କେନ୍ଦୁଝର ପୁଲିସ୍‌। ହେଲେ ମାଷ୍ଟରମାଇଁଣ୍ଡ ପାଖରେ ପହଞ୍ଚି ପାରିନି। ଗିରଫ ଅଭିଯୁକ୍ତଙ୍କ ବୟାନ୍‌ ଆଧାରରେ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅନ୍ୟ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବା ପାଇଁ ଉଦ୍ୟମ ଚଳାଇଛି। ଗତ ୪ ତାରିଖରେ ତେଲକୋଇ ଥାନା ବେଣାମୁଣ୍ଡା ଓ ରାଇସୁଆଁ ମୋ ସେବା କେନ୍ଦ୍ରରେ ସୁଭଦ୍ରା ହିତାଧିକାରୀମାନେ ଆଧାର ସହିତ ମୋବାଇଲ ନମ୍ୱର ଲିଙ୍କ କରୁଥିବା ବେଳେ ସେମାନଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ହଡପ୍‌ ହୋଇଯାଇଥିଲା। ପ୍ରାୟ ୨୦ରୁ ୨୫ ମହିଳା ଏହି ଠକାମୀରେ ଶିକାର ହୋଇଥିଲେ। ଏନେଇ ଅଭିଯୋଗ ହେବା ପରେ ଘଟଣାର ତଦନ୍ତ ପାଇଁ କେନ୍ଦୁଝର ଏସ୍‌ପି ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲେ। ଏହି ଟିମ୍‌ ସାଇବର ଅପରାଧୀଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଥିଲା। ପୁଲିସ୍‌ ବେଣାମୁଣ୍ଡା ଓ ରାଇସୁଆଁ ମୋ’ ସେବା କେନ୍ଦ୍ରରେ ତଦନ୍ତ କରୁଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଥିଲା। ଏହି ଦୁଇ ମୋ ସେବାର କର୍ମଚାରୀଙ୍କୁ ଜେରା ବେଳେ ସେମାନେ ସବୁ ସତକଥା କହିପକାଇଥିଲେ। ସେମାନଙ୍କ ତଥ୍ୟ ଆଧାରରେ ପୁଲିସ୍‌ ନୟାକୋଟ ଥାନା କଲଣ୍ଡା ଗାଁର ରାମ ମୁଣ୍ଡାଙ୍କୁ ଉଠାଇ ଆଣିଥିଲା। ଘନଘନ ଜେରା ବେଳେ ସବୁ କଥା କହି ପକାଇଥିଲେ। ଆଜି ପୁଲିସ୍‌ ତାଙ୍କୁ ଗିରଫ କୋର୍ଟ ଚାଲାଣ କରିଛି। ପରବର୍ତ୍ତୀ ସମୟରେ ତାଙ୍କୁ ଆଉ ଥରେ ରିମାଣ୍ଡରେ ଆଣିବ ବୋଲି ପୁଲିସ୍‌ ସୂତ୍ରରୁ ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ସାଇବର ଠକଙ୍କ ଲିଙ୍କରେ ଥିଲେ ରାମ ମୁଣ୍ଡା। ତାଙ୍କୁ ସାଇବର ଠକମାନେ ଗୋଟିଏ ଲିଙ୍କ ଦେଇଥିଲେ। ସିଏ ସେହି ଲିଙ୍କକୁ ବେଣାମୁଣ୍ଡା ଓ ରାଇସୁଆଁ ମୋ ସେବା କେନ୍ଦ୍ରର କର୍ମଚାରୀଙ୍କୁ ଦେଇଥିଲେ। ଏଥିପାଇଁ ସେମାନଙ୍କୁ ଜଣକା ୩୦ ଟଙ୍କା ଲେଖାଏଁ ମିଳିବ ବୋଲି କୁହାଯାଇଥିଲା। ତେଣୁ ସେହି ଦୁଇ ସେବା କେନ୍ଦ୍ର କର୍ମଚାରୀମାନେ ସୁଭଦ୍ରା ଫର୍ମ ପୂରଣ କରିବା ବାହାନାରେ ରାମ ମୁଣ୍ଡା ଦେଇଥିବା ଲିଙ୍ଗରେ କ୍ଲିକ୍‌ କରି ଆଧାର ସଂଯୋଗ କରିଥିଲେ। ଯେଉଁଥିପାଇଁ ସୁଭଦ୍ରା ଆବେଦନ କରିବାକୁ ଆସିଥିବା ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯାଇଥିଲା। ଏହି ଗ୍ୟାଙ୍ଗରେ ଅନେକ ସାଇବର ଅପରାଧୀଙ୍କ ସମ୍ପୃକ୍ତି ଥିବା ପୁଲିସ୍‌ ଜାଣିବାକୁ ପାଇଛି। ସେମାନଙ୍କ ପାଖରେ ପହଞ୍ଚିବା ପାଇଁ ପୁଲିସ୍‌ ତଦନ୍ତ ଚଳାଇଛି। ସେପଟେ ଶୁଣିବାକୁ ମିଳୁଛି ବେଣାମୁଣ୍ଡା ଓ ରାଇସୁଆଁ ମୋ ସେବା କେନ୍ଦ୍ର ପାଖରେ ଆଧାର ଲିଙ୍କ ପାଇଁ କୌଣସି ଅନୁମତି ନାହିଁ। କିନ୍ତୁ ସେମାନେ କୁଆଡ଼େ ବେଆଇନ୍‌ ଭାବେ ମୋ ସେବା କେନ୍ଦ୍ର ଖୋଲି ଆଧାର ଲିଙ୍କ ଓ ସୁଭଦ୍ରା ଫର୍ମ ପୂରଣ କରୁଥିଲେ। ସେମାନଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ହେଉଛି, ତାହା ଉପରେ ସମସ୍ତଙ୍କର ନଜର ରହିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!