Saturday, April 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶ୍ରେଷ୍ଠ ମଣ୍ଡପ ଭାବେ ପୁରସ୍କୃତ ହେଲା ସାର୍ବଜନୀନ ଦୁର୍ଗାମଣ୍ଡପ

by ସଞ୍ଜୟ ସ୍ୱାଇଁ
October 13, 2024
in Breaking, Nayagarh
ଶ୍ରେଷ୍ଠ ମଣ୍ଡପ ଭାବେ ପୁରସ୍କୃତ ହେଲା ସାର୍ବଜନୀନ ଦୁର୍ଗାମଣ୍ଡପ
546
VIEWS
Share on FacebookShare on Twitter

 

ନୟାଗଡ଼, (ବାଘୁଆବାର୍ତ୍ତା): ଶାରଦୀୟ ଦୁର୍ଗାପୂଜା ଅବସରରେ ନୟାଗଡ଼ ଜିଲ୍ଲାରେ ପୂଜା ପାଉଥିବା ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ମାନଙ୍କ ମଧ୍ୟରେ ନୟାଗଡ଼ର ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପ ଶ୍ରେଷ୍ଠ ପୂଜା ମଣ୍ଡପ ଭାବେ ଯୋଗ୍ୟ ବିବେଚିତ ହୋଇ ପୁରସ୍କାର ହାସଲ କରିଛି। ଜାତୀୟ ନିଉଜ ଚାନେଲ ନିଉଜ-୧୮ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଦୁର୍ଗାପୂଜା ମଣ୍ଡପ ଠାରେ ନିଉଜ-୧୮ ଚାନେଲ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଏହି ପୁରସ୍କାର ପ୍ରଦାନ କରିଥିଲେ। ସାର୍ବଜନୀନ ଦୁର୍ଗାପୂଜା ସମିତି ପକ୍ଷରୁ ସଭାପତି ନିର୍ମଳ ଚନ୍ଦ୍ର ଶୁରଦେଓ ଏବଂ ସମ୍ପାଦକ ସୁମନ କୁମାର ସାହୁ ଏହି ପୁରସ୍କାର ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେଡି ନେତ୍ରୀ ଇରାନୀ ରାୟ, ଦୁର୍ଗାପୂଜା କମିଟି ପକ୍ଷରୁ କୋଷାଧ୍ୟକ୍ଷ ଅଶୋକ ମଲ୍ଲ,ଆଜୀବନ ସଦସ୍ୟ ଲକ୍ଷ୍ମୀଧର ସାହୁ,ସୁମନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ନିଉଜ-୧୮ର ନୟାଗଡ଼ ଜିଲ୍ଲା ପ୍ରତିନିଧି ନବକିଶୋର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସୂଚନା ଯୋଗ୍ୟ ଯେ, ୧୯୬୧ ମସିହାରେ ସ୍ଥାନୀୟ ପ୍ରଶାସନ ଏବଂ ଜନସାଧାରଣଙ୍କ ତରଫରୁ ଆରମ୍ଭ ହୋଇଥିବା ଏହି ଦୁର୍ଗାପୂଜା ଚଳିତ ବର୍ଷ ସ୍ବତନ୍ତ୍ରତାର ସହିତ ପାଳନ କରାଯାଉଛି।

ନୟାଗଡ଼ ସାର୍ବଜନୀନ ଦୁର୍ଗାପୂଜା ପାଇଁ ପ୍ରତ୍ୟେକ ଘରୁ ଚୂଲିଚାନ୍ଦା ଆଦାୟ ଏକ ପରମ୍ପରା ଭାବେ ଚାଲିଥିବା କାରଣରୁ ଏହାର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି। ଓଡ଼ିଶାର କଳା ଓ ସଂସ୍କୃତିକୁ ବିଶେଷ ଗୁରୁତ୍ୱ ଦେଉଥିବା ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ପୂଜା ମଣ୍ଡପ ଠାରେ ପ୍ରତ୍ୟେହ ସଂକୀର୍ତ୍ତନ, ଦାସକାଠିଆ, ଲୋକନୃତ୍ୟ, ଗୀତିନାଟ୍ୟ ତଥା ଦୁଆରୀ ନୃତ୍ୟ ପରିବେଷଣ କରାଯାଇ ସ୍ଥାନୀୟ କଳାକାର ମାନଙ୍କୁ ଉତ୍ସାହିତ କରା ଯାଉଥିବା ବେଳେ ସ୍ଥାନୀୟ ଜନସାଧାରଣ ଏହାର ବେଶ ପ୍ରଶଂସା କରିଛନ୍ତି।

ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ:ଗରମରେ ଛଟପଟ ଛାତ୍ରଛାତ୍ରୀ

ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ:ଗରମରେ ଛଟପଟ ଛାତ୍ରଛାତ୍ରୀ

April 18, 2026
ନୟାଗଡରେ ସିଏମ ଟ୍ରଫି:ଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ  ଉଦଘାଟିତ

ନୟାଗଡରେ ସିଏମ ଟ୍ରଫି:ଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ  ଉଦଘାଟିତ

April 18, 2026
ମହାତ୍ମାଗାନ୍ଧୀ ନରେଗା ମଣ୍ଡଳସ୍ତରୀୟ ଜନଶୁଣାଣୀ ଶିବିର

ମହାତ୍ମାଗାନ୍ଧୀ ନରେଗା ମଣ୍ଡଳସ୍ତରୀୟ ଜନଶୁଣାଣୀ ଶିବିର

April 18, 2026
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

April 17, 2026
ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!