ନୟାଗଡ଼, (ବାଘୁଆବାର୍ତ୍ତା): ଓଡିଶା ୟୁନିଅନ ଅଫ୍ ଜର୍ଣ୍ଣାଲିଷ୍ଟର ନିର୍ଦ୍ଦେଶ କ୍ରମେ ନୟାଗଡ଼ ଜିଲ୍ଲା ଓୟୁଜେ ଶାଖାର ସାଧାରଣ ବୈଠକ ଓ କର୍ମକର୍ତ୍ତା ଚୟନ ରଣପୁର ଅସୁର କୁମାରୀ ପୀଠରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲା ସମେତ ରଣପୁର, ଖଣ୍ଡପଡ଼ା,ଭାପୁର, ନୂଆ ଗାଁ, ଗଣିଆ, ଦଶପଲ୍ଲା ଓ ଓଡ଼ଗାଁ ବ୍ଲକରୁ ସମସ୍ତ ସଭ୍ୟ ଯୋଗ ଦେଇଥିଲେ । ନୟାଗଡ଼ର ବରିଷ୍ଠ ସାମ୍ବାଦିକ ତଥା ବାଘୁଆବାର୍ତ୍ତା ସଂପାଦକ ସଂଜୟ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ବୈଠକ ପ୍ରାରମ୍ଭରେ ନୟାଗଡ଼ ଜିଲ୍ଲା ବରିଷ୍ଠ ସାମ୍ବାଦିକ ଅଶୋକ ରଥ, ତ୍ରିନାଥ ନାୟକ ଓ ମୂରଲୀ ଧର ପାଣିଙ୍କ ବିୟୋଗ ଯୋଗୁଁ ଶୋକ ସଭା କରାଯାଇ ନିରବ ପ୍ରାର୍ଥନା କରାଯାଇଥିଲା । ସର୍ବସମ୍ମତି କ୍ରମେ ବରିଷ୍ଠ ସାମ୍ବାଦିକ ଆଚାର୍ଯ୍ୟ ବିଶ୍ୱରଞ୍ଜନଙ୍କୁ ସଭାପତି ଭାବେ ଚୟନ କରାଯାଇଛି । ଉପ ସଭାପତି ଭାବେ ପ୍ରଶାନ୍ତ କୁମାର ଜେନା ଓ କିଶୋର ମହାପାତ୍ର ସାଧାରଣ ସମ୍ପାଦକ ଭାବେ ଗୋପାଳ ଚନ୍ଦ୍ର ବିଶ୍ୱାଳ, ସମ୍ପାଦକ ଭାବେ ସୁକାନ୍ତ ପଟ୍ଟନାୟକ ଓ ଆଲୋକ ସେନାପତି କୋଷାଧକ୍ଷ ଭାବେ ଶିବାନନ୍ଦ ଘଡ଼େଇଙ୍କୁ ଚୟନ କରାଯାଇଥିଲା । ପ୍ରତି ବ୍ଲକରୁ ଜଣେ ଜଣେ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନିତ କରାଯାଇଛି । ବରିଷ୍ଠ ସାମ୍ବାଦିକ ସୁଦାମ ଚରଣ ନାୟକ, ରାମକୃଷ୍ଣ ରଥ, ସଂଜୟ କୁମାର ସ୍ୱାଇଁ, ପ୍ରମୋଦ ମହାପାତ୍ର ଓ ପ୍ରଦୀପ ସାହୁଙ୍କୁ ଉପଦେଷ୍ଟା ଭାବେ ଚୟନ କରାଯାଇଛି । ସାମ୍ବାଦିକା ଲିସାରାଣୀ ମହାପାତ୍ର ଓ ପୁଷ୍ପଲତା ପ୍ରଧାନଙ୍କୁ ମହିଳା ସଂଗଠନର ଦାୟିତ୍ୱ ଦିଆଯାଇଥିବା ଜଣାପଡ଼ିଛି ।





