Wednesday, September 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

by ସଞ୍ଜୟ ସ୍ୱାଇଁ
December 19, 2020
in Nayagarh
ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
235
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଜାତୀୟ ଆଇନସେବା ପ୍ରାଧିକରଣ ଓ ରାଜ୍ୟ ଆଇନସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ମତେ ଜିଲ୍ଲା ଜଜ୍‌କୋର୍ଟ ପକ୍ଷରୁ ସମସ୍ତ ବିଚାର ବିଭାଗୀୟ ଅଦାଲରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାଜଜ୍‌ଙ୍କ ପକ୍ଷରୁ ୬୫ ଗୋଟି ଗାଡ଼ି ମୋଟର ମାମାଲା ଆଗତ କରାଯାଇ ୧୦ ଗୋଟି ମାମଲା ସମାଧାନ କରାଯାଇଛି । ଏ ବାବଦରେ ୯୯ ଲକ୍ଷ ୫ ହଜାର ବୀମାରାଶି ସଂପୃକ୍ତ ହିତାଧିକାରୀମାନଙ୍କୁ ପ୍ରଦାନ ପାଇଁ ଜିଲ୍ଲାଜଜ୍ ରୂପଶ୍ରୀ ଚୈାଧୁରୀ ଆଦେଶ ପ୍ରଦାନ କରିଛନ୍ତି । ସେହିପରି ଅତିରିକ୍ତ ଜିଲ୍ଲାଜଜ୍ ଇତିଶ୍ରୀ ମହାପାତ୍ର ୫୨ଟି ମାମଲା ଆଗତ କରି ୩ଟି ମାମଲା ବାବଦରେ ୧୨ ଲକ୍ଷ ୫ ହଜାର ବୀମାରାଶି ପ୍ରଦାନ ପାଇଁ ଆଦେଶ ପ୍ରଦାନ କରିଛନ୍ତି । ସେହିପରି ଭାବେ ପରିବାର ଅଦାଲତ ଜଜ୍ ପ୍ରଶାନ୍ତ କୁମାର ମିଶ୍ର ୧୪ଟି ମାମଲାର ସମାଧାନ କରିଥିବା କରିଥିବା ବେଳେ ସବଜଜ୍‌ଙ୍କ ପକ୍ଷରୁ ୧୩ଟି ଦେୱାନୀ ମାମଲାର ଫଇସଲା କରାଯାଇଛି । ୪ଟି ଚେକ୍ ବାଉନ୍ସ ମାମଲାକୁ ଆଜି ଫଇସଲା କରାଯାଇଥିବା କୋର୍ଟ ପକ୍ଷରୁ ସୂଚନା ମିଳିଛି । ଏତଦ୍‌ବ୍ୟତିତ ଦଶପଲ୍ଲା, ରଣପୁର, ଖଣ୍ଡପଡ଼ା, ଓଡ଼ଗାଁ, ଭାପୁରଠାରେ ୪୮୪ଟି ମାମଲାରୁ ୬୯ଟି ମାମଲା ଫଇସଲା କରାଯାଇଥିବା ଜଣାଯାଇଛି । ଏଥିସହିତ ଆଜି ୨୦୦୪ଟି ବ୍ୟାଙ୍କ ଋଣ ଅନାଦେୟ ମାମଲାରୁ ୧୦୧ଟି ମାମଲା ଫଇସଲା ହୋଇଥିବା ଜଣାଯାଇଛି । ଏହି ଲୋକ ଅଦାଲତର ସଫଳତା ପାଇଁ ଜିଲ୍ଲାଜଜ୍ ଶ୍ରୀମତି ଚୈାଧୁରୀ ସମସ୍ତ ଆଇନଜୀବୀ ଏବଂ ସମସ୍ତ ସହଯୋଗୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!