Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରେମିକାକୁ ବୁଲାଇ ନେବା ପାଇଁ କାର୍ ଚୋରି

by ସଞ୍ଜୟ ସ୍ୱାଇଁ
October 11, 2024
in Crime, NATIONAL NEWS
ପ୍ରେମିକାକୁ ବୁଲାଇ ନେବା ପାଇଁ କାର୍ ଚୋରି
69
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ପ୍ରେମିକାକୁ ଖୁସି କରିବା ପାଇଁ କିଏ କେତେ ଉପାୟ ଆପଣାନ୍ତି। ଜୀବନର ବହୁମୂଲ୍ୟ ଦେବାକୁ ମଧ୍ୟ ପଛାନ୍ତି ନାହିଁ! ଏହି କ୍ରମରେ ଦିଲ୍ଲୀର ଜଣେ କଲେଜ ଛାତ୍ର କାର୍ ଚୋରି ଭଳି ଅପରାଧିକ ପନ୍ଥା ଆପଣାଇ ଗିରଫ ହୋଇଛନ୍ତି। ଏଥିସହ ତାଙ୍କୁ ସାହାଯ୍ୟ କରିଥିବା ତାଙ୍କର ଦୁଇ ଜଣ ସାଙ୍ଗ ମଧ୍ୟ ଆଇନର ଜାଲରେ ଫସିଛନ୍ତି। ସୂଚନା ଅନୁସାରେ, ଏମାନେ ଦିଲ୍ଲୀର ଗ୍ରେଟର୍ ନୋଏଡା ସ୍ଥିତ ଏକ ବିଶ୍ୱବିଦ୍ୟାଳୟରେ ପଢୁଥିଲେ। ଜଣେ ସାଙ୍ଗ ତାଙ୍କ ପ୍ରେମିକାଙ୍କୁ ଖୁସି କରିବା ପାଇଁ କାରରେ ବୁଲାଇ ନେବାକୁ ମନ କରିଥିଲେ। ହେଲେ ପାଖରେ କାର୍ ନାହିଁ କି କିଣିବାକୁ ଟଙ୍କା ବି ନାହିଁ। ତେଣୁ ସେ ଚୋରି କରିବାର ଯୋଜନା କରିଥିଲେ। ତାଙ୍କର ଏହି ଯୋଜନାରେ ଅନ୍ୟ ଦୁଇ ଜଣ ସାଙ୍ଗ ମଧ୍ୟ ସାହାଯ୍ୟ କରିଥିଲେ। ସେପ୍ଟେମ୍ବର ୨୬ରେ ଏମାନେ ଗ୍ରେଟର୍ ନୋଏଡାରୁ ଏକ କାର୍ ଚୋରି କରିଥିଲେ। କାର୍ ମାଲିକଙ୍କ ଅଭିଯୋଗ କ୍ରମେ, ପୁଲିସ କାର୍ ଖୋଜିବାରେ ଲାଗିଥିଲା। ୧୦୦ରୁ ଅଧିକ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ଶେଷରେ ଅଭିଯୁକ୍ତଙ୍କୁ କାବୁ କରିଥିଲା ପୁଲିସ। ଆଉ କାର୍ ଚୋରି ପଛରେ ଅସଲ କାରଣର ପର୍ଦ୍ଦାଫାସ କରିଛି। ଏହି ମାମଲାରେ ଶ୍ରେୟ, ଅନିକେତ ନାଗର ଏବଂ ଦୀପାଂଶୁ ଭାତି ଗିରଫ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କେଉଁ ଦୁଇ ଜଣ ସାଙ୍ଗକୁ କାର୍ ଚୋରି କରିବାରେ ସାହାଯ୍ୟ କରିଥିଲେ ସେନେଇ ପୁଲିସ ସ୍ପଷ୍ଟ କରିନାହିଁ। ତେବେ ପୁଲିସ ସେମାନଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!