Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଙ୍ଗାରୁ କୋର୍ଟରେ ମହିଳାଙ୍କୁ ବାନ୍ଧି ନିର୍ଯାତନା, ୫ ଗିରଫ

by ସଞ୍ଜୟ ସ୍ୱାଇଁ
October 10, 2024
in Crime, State
କଙ୍ଗାରୁ କୋର୍ଟରେ ମହିଳାଙ୍କୁ ବାନ୍ଧି ନିର୍ଯାତନା, ୫ ଗିରଫ
91
VIEWS
Share on FacebookShare on Twitter

ସାଲେପୁର, (ବାଘୁଆବାର୍ତ୍ତା): ସାଲେପୁର ଥାନା ଅନ୍ତର୍ଗତ ଶିଶୁଆ ପଞ୍ଚାୟତ ପୁରୁଷୋତ୍ତମପୁର ଗ୍ରାମରେ ଆଜି ସକାଳେ ଜଣେ ମହିଳାଙ୍କୁ କଙ୍ଗାରୁ କୋର୍ଟରେ ଦଣ୍ଡ ଦିଆଯିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗ୍ରାମର ଜଣେ ବ୍ୟକ୍ତିଙ୍କ ଗ୍ରିଲ୍‌ରେ ମହିଳାଙ୍କ ହାତକୁ ବାନ୍ଧି କେତେକ ବ୍ୟକ୍ତି ତାଙ୍କୁ ନିର୍ଯାତନା ଦେଉଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। କିଛି ଲୋକଙ୍କ ଉପସ୍ଥିତିରେ ଏହାର ସମାଧାନ କରାଯାଇଥିଲା। ପରବର୍ତ୍ତୀ ସମୟରେ ନିର୍ଯାତନାର ଶିକାର ହୋଇଥିବା ନଇଗୁଆଁ ଗ୍ରାମର ମହିଳା ଜଣକ ଘଟଣା ସମ୍ପର୍କରେ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ୫ଜଣଙ୍କୁ ଗିରଫ କରିଛି। ଅଭିଯୋଗ ମୁତାବକ, ଆଜି ଭୋର୍‌ ୫ଟାରେ ମହିଳା ଜଣକ ପ୍ରାତଃଭ୍ରମଣରେ ଯାଉଥିଲା ବେଳେ ପୁରୁଷୋତ୍ତମପୁର ଗ୍ରାମର ଜଣେ ବ୍ୟକ୍ତି ତାଙ୍କ ବେକରେ ଗାମୁଛା ପକାଇ ଭିଡ଼ି ନେଇଥିଲେ। ଏହାପରେ ଜଣେ ବ୍ୟକ୍ତିଙ୍କ ଘର ସମ୍ମୁଖ ଗ୍ରିଲ୍‌ରେ ମହିଳାଙ୍କୁ ବାନ୍ଧି ଦେଇଥିଲେ। ସେଠାକାର ‌କେତେକ ପରିବାରର ମହିଳା ଓ ପୁରୁଷ ତାଙ୍କୁ ନିର୍ଯାତନା ଦେଇଥିଲେ। ଏ ନେଇ ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ସାଲେପୁର ଥାନାରେ ଏକ ମାମଲା (କେସ୍‌ ନମ୍ୱର-୪୦୧/୨୪) ରୁଜୁ କରାଯାଇଥିଲା। ସାଲେପୁର ଏସ୍‌ଡିପିଓ ନିହାର ରଞ୍ଜନ ପ୍ରଧାନ, ଥାନା ଆଇଆଇସି ମନୋଜ କୁମାର ସ୍ବାଇଁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏହି ଘଟଣାରେ ଅଭିଯୁକ୍ତ ପ୍ରହଲ୍ଲାଦ ମଲ୍ଲିକ, ଅଜୟ ମଲ୍ଲିକ, ସନ୍ଧ୍ୟାରାଣୀ ମଲ୍ଲିକ, ହରପ୍ରିୟା ମଲ୍ଲିକ ଓ ପ୍ରମିଳା ମଲ୍ଲିକଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି ବୋଲି ଆଇଆଇସି ମନୋଜ କୁମାର ସ୍ବାଇଁ ସୂଚନା ଦେଇଛନ୍ତି। ଏହି ଘଟଣାରେ ଅନ୍ୟ କେତେକ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି। ଅନ୍ୟପଟେ ଅଭିଯୁକ୍ତ ପରିବାରର କହିବା ଅନୁସାରେ ମହିଳାଜଣକ କିଛିଦିନ ହେବ ସେମାନଙ୍କ ଘର ସମ୍ମୁଖ ରାସ୍ତାରେ ମଳତ୍ୟାଗ କରି ଆସୁଥିଲେ। ବାରଣ କଲେ ମଧ୍ୟ ସେ ମାନି ନଥିଲେ। ଫଳରେ ଏଭଳି ପରିସ୍ଥିତି ଉପୁଜିଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!