Wednesday, September 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମାଡ଼ିଆସୁଛି ବାତ୍ୟା ମିଲ୍ଟନ୍

by ସଞ୍ଜୟ ସ୍ୱାଇଁ
October 10, 2024
in NATIONAL NEWS, WORLD
ମାଡ଼ିଆସୁଛି ବାତ୍ୟା ମିଲ୍ଟନ୍
199
VIEWS
Share on FacebookShare on Twitter

ୱାଶିଂଟନ, (ବାଘୁଆବାର୍ତ୍ତା): ମାଡ଼ିଆସୁଛି ବାତ୍ୟା ମିଲ୍ଟନ୍ । ଆମେରିକା ଫ୍ଲୋରିଡା ସହରରେ ଆଲର୍ଟ । ୧୦୦ ବର୍ଷରେ ସବୁଠାରୁ ଭୟଙ୍କର ବାତ୍ୟା ଆସୁଥିବା ସୂଚନା । ଲୋକଙ୍କୁ ବିପଜ୍ଜନକ ସ୍ଥାନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୦ ଦିନ ମଧ୍ୟରେ ଆମେରିକାରେ ଏହା ହେଉଛି ଦ୍ୱିତୀୟ ବଡ଼ ଝଡ଼ । ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମିଲ୍ଟନ୍ ବାତ୍ୟାକୁ ନେଇ ଫ୍ଲୋରିଡାରେ ସତର୍କ ସୂଚନା ଜାରି କରାଯାଇଛି । ନ୍ୟାସନାଲ ହରିକେନ୍ ସେଣ୍ଟର ଏହାକୁ ସବୁଠାରୁ ବିନାଶକାରୀ ବାତ୍ୟାର ୫ମ ଶ୍ରେଣୀରେ ରଖିଛି । ଏହି ବର୍ଗରେ ବ୍ୟାପକ ଧନଜୀବନ ହାନି ହେବାର ଆଶଙ୍କା ରହିଛି । ମିଲ୍ଟନ୍ ବୁଧବାର ଫ୍ଲୋରିଡାର ଜନବହୁଳ ଟାମ୍ପା ଉପସାଗରକୁ ଛୁଇଁପାରେ । ବର୍ତ୍ତମାନ ଏହା ଟାମ୍ପାଠାରୁ ୧୦୦୦ କିଲୋମିଟର ଦୂରରେ ରହିଛି । ଟାମ୍ପାର ଜନସଂଖ୍ୟା ୩ ନିୟୁତରୁ ଅଧିକ । ବାତ୍ୟା ଟାମ୍ପା ଉପସାଗରରେ ପହଞ୍ଚିବା ପରେ ଦୁର୍ବଳ ହେବାର ଆଶଙ୍କା ରହିଛି। ଏହାପରେ ଏହା କେନ୍ଦ୍ରୀୟ ଫ୍ଲୋରିଡାରୁ ଆଟଲାଣ୍ଟିକ ମହାସାଗର ଆଡକୁ ଗତି କରିବ । ସାମୁଦ୍ରିକ ଝଡ଼ ମିଲ୍ଟନ୍ ଏବେ ମେକ୍ସିକୋ ଉପସାଗର ଦେଇ ଗତି କରୁଛି। ସୋମବାର ରାତିରେ ବାତ୍ୟାର ବେଗ ଘଣ୍ଟା ପ୍ରତି ୨୮୫ କିଲୋମିଟର ଥିଲା । ଏହା ଫ୍ଲୋରିଡା ରାଜ୍ୟ ଆଡକୁ ଗତି କରୁଛି । ବାତ୍ୟା ଯୋଗୁଁ ଫ୍ଲୋରିଡାର ୬୭ଟି କାଉଣ୍ଟି ମଧ୍ୟରୁ ୫୧ଟିରେ ଜରୁରୀକାଳୀନ ସତର୍କ ସୂଚନା ଜାରି କରାଯାଇଛି। ଫ୍ଲୋରିଡାର ଉପକୂଳବର୍ତ୍ତୀ ଅଞ୍ଚଳକୁ ଖାଲି କରାଯାଉଛି । ବର୍ତ୍ତମାନ ସୁଦ୍ଧା ପାଖାପାଖି ୫ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏହା ପୂର୍ବରୁ ଆମେରିକାରେ ବାତ୍ୟା ହେଲେନ୍ ମାଡ଼ି ଆସିଥିଲା। ଏଥିରେ ୨୨୫ ଜଣଙ୍କ ମୃତ୍ୟୁ ହୋଇଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!