Monday, April 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କୃଷକ ମେଳା-୨୦୨୦

ପରିବର୍ତ୍ତିତ ଜଳବାୟୁ ଓ ଖାଦ୍ୟାଭ୍ୟାସକୁ ଦୃଷ୍ଟିରେ ରଖି କୃଷି ପଦ୍ଧତିର ବିକାଶ କରାଯିବା ଦରକାର : ମନ୍ତ୍ରୀ ଡ. ସାହୁ

by Sanjay Swain
November 24, 2020
in Planning and Development
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କୃଷକ ମେଳା-୨୦୨୦
294
VIEWS
Share on FacebookShare on Twitter

ଚାଷୀଙ୍କ ପାଇଁ ନୂତନ ଜ୍ଞାନକୌଶଳ ସଂପର୍କରେ ସଚେତନତା ବୃଦ୍ଧି ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର, ତା.୨୪/୧୧/୨୦୨୦ ଜୀବନଧାରଣ ପାଇଁ କୃଷି ଅପରିହାର୍ଯ୍ୟ । ସାରା ବିଶ୍ୱ କୋଭିଡ୍‌-୧୯ ପରି ଏକ ମହାମାରୀର ସଙ୍କଟ ଦେଇ ଗତି କରୁଥିବାବେଳେ ରାଜ୍ୟର କୃଷକମାନେ ଖାଦ୍ୟ ଉକ୍ସଊାଦନ କରି ଲୋକମାନଙ୍କ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିପାରିଛନ୍ତି । ଏଥି ସହିତ କୃଷକମାନେ ରାଜ୍ୟରେ ହେଉଥିବା ବନ୍ୟା, ବାତ୍ୟା, ମରୁଡ଼ି ଓ କୀଟପୋକ ଆଦି ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କରି କ୍ରମାଗତ ଭାବରେ ଫସଲ ଉକ୍ସଊାଦନ ବୃଦ୍ଧି କରିଛନ୍ତି ବୋଲି
କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଆଜି ପୂର୍ବାହ୍ନରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଓୟୁଏଟି କୃଷକ ମେଳା-୨୦୨୦କୁ ଉଦ୍‌ଘାଟନ କରିବା ଅବସରରେ ମନ୍ତ୍ରୀ ଡ. ସାହୁ କହିଲେ କୃଷକର ଆୟ ଦ୍ୱିଗୁଣିତ ଓ ବହୁଗୁଣିତ କରିବା ପାଇଁ ସରକାର ଯେଉଁ ଆହ୍ୱାନ ଦେଇଛନ୍ତି ତାକୁ ସାକାର କରିବା ପାଇଁ ପ୍ରତ୍ୟେକ ସ୍ତରରେ ନିଷ୍ଠାପର ଉଦ୍ୟମ ହେବା ଆବଶ୍ୟକ । ଜଳବାୟୁର ପରିବର୍ତ୍ତନ ଓ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ନିମନ୍ତେ ସହନଶୀଳ ଉନ୍ନତ ବିହନ, ନୂତନ ଜ୍ଞାନକୌଶଳ ଓ ଯନ୍ତ୍ରପାତିର ବ୍ୟବହାର ଆଦି ଦିଗରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ତରଫରୁ ନିରନ୍ତର ଗବେଷଣାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପରିବର୍ତ୍ତିତ ଜଳବାୟୁ, ଖାଦ୍ୟାଭ୍ୟାସ ତଥା ବଜାର ଚାହିଦାକୁ ଆଖିରେ ରଖି ବିଶ୍ୱବିଦ୍ୟାଳୟର ବୈଜ୍ଞାନିକଗଣ ରାଜ୍ୟର ବିଭିନ୍ନ କୃଷି ଜଳବାୟୁ ମଣ୍ଡଳ ନିମନ୍ତେ ଉପଯୋଗୀ କୃଷି ପଦ୍ଧତିର ବିକାଶ ଓ ପ୍ରସାର ନିମନ୍ତେ ଉଦ୍ୟମ କରିବା ଆବଶ୍ୟକ ବୋଲି ମନ୍ତ୍ରୀ କହିଥିଲେ ।


କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ନୂତନ ଜ୍ଞାନକୌଶଳ ଓ କୃଷି ପଦ୍ଧତିକୁ ଚାଷୀମାନେ ଯେପରି ବର୍ଷସାରା ଦେଖିପାରିବେ ସେଥି ନିମନ୍ତେ ବିଶ୍ୱବିଦ୍ୟାଳୟ ପରିସରରେ ଏହାର ପରିଦର୍ଶନ ବ୍ୟବସ୍ଥା ଦିଗରେ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଡ. ସାହୁ ପରାମର୍ଶ ଦେଇଥିଲେ । ରାଜ୍ୟରେ ମାଛଚାଷର
ପର୍ଯ୍ୟାପ୍ତ ସୁଯୋଗ ରହିଛି ଓ ବାୟୋଫ୍ଲକ୍‌ ପ୍ରଣାଳୀରେ ମାଛଚାଷ ଅତ୍ୟନ୍ତ ଲାଭଜନକ ବୋଲି ମନ୍ତ୍ରୀ କହିଥିଲେ । ରାଜ୍ୟରେ ଦୁU ଓ କୁକୁଡ଼ା ମାଂସ ଉକ୍ସଊାଦନ ବୃଦ୍ଧି ପାଇଥିଲେ ମଧ୍ୟ ଲୋକମାନଙ୍କର ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଯୋଗୁଁ ଏହାର ଦିନକୁ ଦିନ ଚାହିଦା ବୃଦ୍ଧି ପାଇଛି । ଯୁବକଯୁବତୀମାନେ ଯେପରି କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପ୍ରତି ଅଧିକ ମନୋନିବେଶ କରିବେ ଓ ଏଥିରେ ପୁଂଜିନିବେଶ କରିବେ ସେଥିପ୍ରତି କୃଷି ଅଧିକାରୀମାନେ ଅଧିକ ଧ୍ୟାନ ଦେବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ. ପବନ କୁମାର ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ଭର୍ଚୁଆଲ୍‌ ମାଧ୍ୟମରେ ଯୋଗଦେଇ ଚାଷୀମାନଙ୍କୁ କୃଷି କାର୍ଯ୍ୟରେ ପରାମର୍ଶ ଦେବା ପାଇଁ ପଞ୍ଚାୟତ ସ୍ତରରେ ଏବଂ ବ୍ଲକ୍‌ସ୍ତରରେ ନିୟମିତ ବୈଠକ କରାଯାଉଛି ବୋଲି କହିଥିଲେ । ‘ଆମ କୃଷି’ ମୋବାଇଲ୍‌ ଫୋନ୍‌ ପରାମର୍ଶ ସୂଚନା ସେବା ମାଧ୍ୟମରେ ଚାଷୀମାନଙ୍କୁ ପ୍ରତ୍ୟହ ଆବଶ୍ୟକୀୟ ପରାମର୍ଶ ଯୋଗାଇ ଦିଆଯାଇଛି ଯାହା ଚାଷୀମାନଙ୍କ ମଧ୍ୟରେ ଅତ୍ୟନ୍ତ ଲୋକପି୍ରୟ ହୋଇପାରିଛି । ୨୦୨୦ରେ ୧୦ ଲକ୍ଷ କୃଷକ ଏଥିରେ ଅଂଶଗ୍ରହଣ
କରିଛନ୍ତି । ଏଥି ସହିତ କୃଷି ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ପ୍ରଣୟନ କରାଯାଇଛି ବୋଲି ଡ. ଗର୍ଗ କହିଥିଲେ ।
ଏହି ଅବସରରେ ମନ୍ତ୍ରୀ ଡ. ସାହୁ କୃଷି ସଂପର୍କିତ ଦୁଇଟି ପୁସ୍ତିକାର ଶୁଭ ଉନ୍ମୋଚନ କରିଥିଲେ । ବିଭିନ୍ନକ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷ, ଅଗ୍ରଣୀ ଚାଷୀ, କୃଷି ବୈଜ୍ଞାନିକମାନଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ପୁରସ୍କୃତ କରାଯାଇଥିଲା । ଉତ୍ସବ ପ୍ରାରମ୍ଭରେ ବିଶ୍ୱବିଦ୍ୟାଳୟର ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ଅଧ୍ୟକ୍ଷ ଡ. ଲଳିତ ମୋହନ ଗଡ଼ନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. କେ. କେ. ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କୃଷକ ମେଳାରେ ରାଜ୍ୟର ବହୁଚାଷୀ ଓ ଅନୁଷ୍ଠାନଅନ୍‌ଲାଇନ୍‌ ମାଧ୍ୟମରେ ଯୋଗଦାନ କରିଥିଲେ ।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!