ଓଡ଼ଗାଁ, (ବାଘୁଆବାର୍ତ୍ତା) : ଚଳିତ ବର୍ଷ ରାଜ୍ୟସ୍ତରୀୟ ପି.ଜି ପ୍ରବେଶିକା ପରୀକ୍ଷାରେ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ +୩ ଉଦ୍ଭିଦ ବିଜ୍ଞାନ ଛାତ୍ର ରମାକାନ୍ତ ମହାନ୍ତି ପିତା- ପିତବାସ ମହାନ୍ତି, ସମଗ୍ର ରାଜ୍ୟରେ ଚତୁର୍ଥ ସ୍ଥାନ ହାସଲ କରି ସମଗ୍ର ଜିଲ୍ଲା ତଥା ଓଡ଼ଗାଁ ପାଇଁ ଗୌରବ ଆଣିଛନ୍ତି ।
ଏହି ଘଟଣା ପ୍ରସାରିତ ହେବା ପରେ ରମାକାନ୍ତଙ୍କ ନିକଟକୁ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟିଥିବା ବେଳେ ଆଜି ନୟାଗଡ଼ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ରମାକାନ୍ତଙ୍କୁ ତାଙ୍କର ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି ତତ୍ସଙ୍ଗେସଙ୍ଗେ ଜିଲ୍ଲାପରିଷଦ ସଭ୍ୟ ଲୋକନାଥ ସାହୁ ମଧ୍ୟ ଶୁଭେଚ୍ଛା ଜଣାଇବା ସହ ରମାକାନ୍ତଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି ।





