Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବରିଷ୍ଠ ସାମ୍ବାଦିକ ଗିରଫ, ତାଙ୍କ ଘରୁ ମିଳିଲା ନଗଦ ୨୦ ଲକ୍ଷ ଟଙ୍କା

by ସଞ୍ଜୟ ସ୍ୱାଇଁ
October 8, 2024
in Crime, NATIONAL NEWS
ବରିଷ୍ଠ ସାମ୍ବାଦିକ ଗିରଫ, ତାଙ୍କ ଘରୁ ମିଳିଲା ନଗଦ ୨୦ ଲକ୍ଷ ଟଙ୍କା
76
VIEWS
Share on FacebookShare on Twitter

ଅହମଦାବାଦ, (ବାଘୁଆବାର୍ତ୍ତା): ଜିଏସଟି ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ବରିଷ୍ଠ ସାମ୍ବାଦିକ ମହେଶ ଲାଙ୍ଗା। ତାଙ୍କୁ ମଙ୍ଗଳବାର ଅହମଦାବାଦ କ୍ରାଇମବ୍ରାଞ୍ଚ ଗିରଫ କରିଛି। ତାଙ୍କ ଘରୁ କ୍ରାଇମବ୍ରାଞ୍ଚ ଟିମ ନଗଦ ୨୦ ଲକ୍ଷ ଟଙ୍କା, କିଛି ସୁନା ଅଳଙ୍କାର ଓ ଜମିର କାଗଜପତ୍ର ଜବତ କରିଛି। କେନ୍ଦ୍ରୀୟ ଜିଏସ୍‌ଟି ବିଭାଗ ପ୍ରଥମେ ଠକେଇ ନେଇ ଅଭିଯୋଗ କରିଥିଲା। ଏହାପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଅହମଦାବାଦ, ଜୁନାଗଡ଼, ସୁରତ, ଖେଡା ଓ ଭାବନଗରର ୧୪ଟି ସ୍ଥାନରେ ରେଡ୍‌ କରିବା ପରେ ସାମ୍ବାଦିକ ମହେଶଙ୍କୁ ବାନ୍ଧିଛି। କ୍ରାଇମବ୍ରାଞ୍ଚ କହିଛି ଯେ ନକଲି ଇନପୁଟ ଟିକସ କ୍ରେଡିଟ ଜରିଆରେ ପ୍ରାୟ ୨୦୦ ଜାଲ କମ୍ପାନୀ ଏହି ଠକେଇରେ ସାମିଲ ରହିଛନ୍ତି। କମ୍ପାନୀ ଗୁଡ଼ିକ ନକଲି ପରିଚୟ ଓ ଦସ୍ତାବିଜ ଦେଇ ଶୁଳ୍କ ଫାଙ୍କିବାରେ ଲାଗିଥିଲେ। କେନ୍ଦ୍ରୀୟ ଜିଏସଟି ତଦନ୍ତରୁ ଜାଣିବାକୁ ପାଇଥିଲା ଯେ ସାମ୍ବାଦିକ ମହେଶ ତାଙ୍କ ପତ୍ନୀ ଓ ବାପାଙ୍କ ନାଁରେ ନକଲି ଦସ୍ତାବିଜ ପ୍ରସ୍ତୁତ କରିଥିଲେ। ଏହି ଦସ୍ତାବିଜ ଜରିଆରେ ଜାଲ କମ୍ପାନୀଗୁଡ଼ିକର ନେଣଦେଣ ହେଉଥିଲା। ମହେଶ କୋଟି କୋଟି ଟଙ୍କାର ଠକେଇ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଥିବା କ୍ରାଇମବ୍ରାଞ୍ଚ କହିଛି। ଡେପୁଟି କମିଶନର ଅଫ ପୁଲିସ(କ୍ରାଇମ) ଅଜିତ ରଜିଆନ କହିଛନ୍ତି, ଦି ହିନ୍ଦୁରେ କାମ କରୁଥିବା ବରିଷ୍ଠ ସାମ୍ବାଦିକ ମହେଶ ଲାଙ୍ଗାଙ୍କୁ ବିସ୍ତୃତ ଭାବେ ମାମଲା ସମ୍ପର୍କରେ ଜେରା କରିବା ପାଇଁ ଗିରଫ କରାଯାଇଛି। କ୍ରାଇମବ୍ରାଞ୍ଚ ଏକାଧିକ ବ୍ୟକ୍ତି ଓ କମ୍ପାନୀ ବିରୋଧରେ ମଧ୍ୟ ଏଫଆଇଆର ରୁଜୁ କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!