ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଓ ଏନ୍ଏସିର ସାଙ୍ଗଠନିକ ବୈଠକ ସ୍ଥାନୀୟ ସାଇମନ୍ଦିର ଠାରେ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜିଲ୍ଲାର ବରିଷ୍ଠ ନେତା ହୁସେନ ଖାଁ, ଯୁବକଂଗ୍ରେସ ନେତା ପ୍ରତୀକ ମହାପାତ୍ରଙ୍କ ସମେତ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଉମାରାଣୀ ପାଣି, ଦଶପଲ୍ଲାର ବରିଷ୍ଠ ନେତା ରାଜୀବ ଲୋଚନ ମିଶ୍ର,ଆଇନଜୀବି ବିନୋଦ ମିଶ୍ର, ପ୍ରମୋଦ ମହାପାତ୍ର, କିଶୋର ପଣ୍ଡା,ପୂର୍ଣ୍ଣ ନାଏକ, ରମେଶ ପରିଡା, ବୁଲୁ ପରିଡା, ପ୍ରକାଶ ପାତ୍ର, କାଶୀନାଥ ନାୟକ, ବ୍ରଜ ସାହୁ ପ୍ରମୁଖ ସାଙ୍ଗଠନିକ ପୁନର୍ବିନ୍ୟାସ କରାଯିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ l ଦଶପଲ୍ଲା ବ୍ଲକ ଏନଏସି ସଭାପତି ପଦବୀ ପାଇଁ ସଭାରେ ପ୍ରସ୍ତାବ ଆଗତ ହୋଈଥିଲା l କଂଗ୍ରେସ ଦଳର ସଂଗଠନ ତୃଣମୂଳ ସ୍ତରରୁ ସଜଡାଯାଇ ଲୋକଙ୍କ ସମସ୍ୟା ସହ ରହିବ ଏବଂ ଦଶପଲ୍ଲାରେ ସଶକ୍ତ ବିରୋଧିଦଳର କାର୍ଯ୍ୟ କରିବ ବୋଲି ଜିଲ୍ଲା ସଭାପତି ଉପସ୍ଥିତ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇଛନ୍ତି l





