Wednesday, September 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

‘ମାଛ ଚାଷ ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ରହିଛି’ : ମନ୍ତ୍ରୀ ଡ. ସାହୁ

by ସଞ୍ଜୟ ସ୍ୱାଇଁ
November 21, 2020
in Nayagarh
‘ମାଛ ଚାଷ ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ରହିଛି’ : ମନ୍ତ୍ରୀ ଡ. ସାହୁ
431
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ମାଛ ସହଜରେ ଉପଲବ୍ଧ ଏକ ସ୍ୱାଦଯୁକ୍ତ ଓ ପୁଷ୍ଟିକର ଖାଦ୍ୟ ହୋଇଥିବାବେଳେ ମତ୍ସ୍ୟଚାଷ ରାଜ୍ୟ ଅର୍ଥନୀତିରେ ଏକ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ କରିଥାଏ । ଏହା ଏକ ଗୁରୁତ୍ୱପୂର୍ଣ୍ଣ ଜୀବନଜୀବିକାର ପନ୍ଥା ହୋଇଥିବାବେଳେ ଏଥିରେ ଆତ୍ମନିଯୁକ୍ତିର ଭରପୂର ସୁଯୋଗ ରହିଛି । କୃଷକମାନଙ୍କ ଆୟ ଦ୍ୱିଗୁଣିତ ଓ ବହୁଗୁଣିତ କରିବା ଦିଗରେ କୃଷି ଓ ଆନୁଷଙ୍ଗିକ କୃଷିର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଥିବାବେଳେ ରାଜ୍ୟରେ ମତ୍ସ୍ୟଚାଷର ବିକାଶ କରି ମତ୍ସ୍ୟ ଉତ୍ପାଦନକୁ ଦ୍ୱିଗୁଣିତ କରିବା ସହିତ ମତ୍ସ୍ୟ ରପ୍ତାନୀକୁ ୨୦ ହଜାର କୋଟି ଟଙ୍କାରେ ପହଞ୍ଚାଇବାକୁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଆଜି ପୂର୍ବାହ୍ନରେ କୃଷି ଭବନଠାରେ ବିଶ୍ୱ ମତ୍ସ୍ୟ ଦିବସ ପାଳନ ଅବସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ବିଗତ ବର୍ଷଗୁଡ଼ିକରେ ରାଜ୍ୟରେ ମାଛର ଆହରଣ, ଚାହିଦା, ଉତ୍ପାଦନ ଓ ରପ୍ତାନୀ ବୃଦ୍ଧିପାଇଛି । ଗତ ଆର୍ଥିକ ବର୍ଷ ୨୦୧୯-୨୦ରେ ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ୮.୧୬ ଲକ୍ଷ ମେଟି୍ରକ୍‌ ଟନ୍‌ ହୋଇପାରିଛି । ମାଛଚାଷ ନିମନ୍ତେ ନୂତନ ପୋଖରୀ ସୃଷ୍ଟି ପାଇଁ ରାଜ୍ୟ ସରକାରଙ୍କ ‘ମୋ ପୋଖରୀ ଯୋଜନା’ ଏକ ଯୁଗାନ୍ତକାରୀ ପଦକ୍ଷେପ । ମତ୍ସ୍ୟଚାଷୀଙ୍କୁ ନିରୋଗ ଓ ଉନ୍ନତ ଯାଆଁଳ ବର୍ଷସାରା ଯୋଗାଇଦେବାକୁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ଗ୍ରାମପଞ୍ଚାୟତ ପୋଖରୀଗୁଡ଼ିକୁ ଦୀର୍ଘମିଆଦି ସୂତ୍ରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଦିଆଯାଇ ମାଛଚାଷ କରାଯିବା ଏକ ଉଲ୍ଲେଖନୀୟ କାର୍ଯ୍ୟକ୍ରମ, ଯାହାକି ମତ୍ସ୍ୟ ଉତ୍ପାଦନ ବୃଦ୍ଧି ସହିତ ମହିଳା ସଶକ୍ତିକରଣ ଦିଗରେ ସହାୟକ ହୋଇପାରିବ । ଏଥି ସହିତ ମାଛ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ଜଳଭଣ୍ଡାରଗୁଡ଼ିକରେ ଉନ୍ନତ ଅଙ୍ଗୁଳିକା ଯାଆଁଳ ଛାଡ଼ିବା, ଜଳଭଣ୍ଡାରରେ ପଂଜୁରୀ ମାଧ୍ୟମରେ ମାଛଚାଷ ପାଇଁ ପ୍ରୋତ୍ସାହନ, ନୂତନ ଜ୍ଞାନକୌଶଳଯୁକ୍ତ ବାୟୋଫ୍ଲକ୍‌ ପଦ୍ଧତି, ପଲିଥିନ ଆସ୍ତରଣଯୁକ୍ତ ପୋଖରୀରେ ମାଛଚାଷ ଓ ପୁନଃସଂଚାଳନଯୁକ୍ତ ମାଛଚାଷ ମାଧ୍ୟମରେ ମଧୁର ମାଛ ଉତ୍ପାଦନ ପାଇଁ ଗୁରୁତ୍ୱ ପ୍ରଦାନ କରାଯାଉଛି । କୋଭିଡ୍‌-୧୯ ସ୍ଥିତିରେ ରାଜ୍ୟକୁ ଫେରିଥିବା ପ୍ରବାସୀମାନେ କୃଷି ସହିତ ଆନୁଷଙ୍ଗିକ କୃଷି ଓ ମତ୍ସ୍ୟଚାଷ ପ୍ରତି ଆଗ୍ରହ ପ୍ରକାଶ କରୁଥିବା ପରିପ୍ରେକ୍ଷୀରେ ସେମାନେ ସରକାରଙ୍କ ଦ୍ୱାରା ପ୍ରଣିତ ଯୋଜନା ଓ ରିହାତିର ଲାଭ ଉଠାଇ ଆତ୍ମନିଯୁକ୍ତ ହେବା ସହିତ ନୀଳବିପ୍ଳବକୁ ସାକାର କରିବା ପାଇଁ ଆଗେଇ ଆସନ୍ତୁ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ଚଳିତ ବର୍ଷ ବିଶ୍ୱ ମତ୍ସ୍ୟ ଦିବସ ପାଳନ ଅବସରରେ ଓଡ଼ିଶାକୁ ଜାତୀୟ ସ୍ତରରେ ସମ୍ମାନଜନକ ଦୁଇଟି ‘ମତ୍ସ୍ୟ ପୁରସ୍କାର’ ମିଳିଛି । ଓଡ଼ିଶା ଶ୍ରେଷ୍ଠ ସାମୁଦି୍ରକ ରାଜ୍ୟ ଏବଂ କଳାହାଣ୍ଡି ଜିଲ୍ଲାକୁ ଶ୍ରେଷ୍ଠ ଆଭ୍ୟନ୍ତରିଣ ମତ୍ସ୍ୟ ଜିଲ୍ଲା ଭାବରେ ପୁରସ୍କୃତ କରାଯାଇଥିବାରୁ ମନ୍ତ୍ରୀ ଡ. ସାହୁ ସମସ୍ତ ମତ୍ସ୍ୟଜୀବୀ, ମତ୍ସ୍ୟଚାଷୀ ଏବଂ ବିଭାଗୀୟ ଅଧିକାରୀ, କର୍ମଚାରୀ ତଥା ମତ୍ସ୍ୟ ଉଦ୍ୟୋଗୀ ଓ ମତ୍ସ୍ୟଚାଷ ସହ ଜଡ଼ିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ଉତ୍ସବରେ କୃଷି ଉତ୍ପାଦନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ରାଜକୁମାର ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଉପକୂଳ ରାଜ୍ୟ ଭାବେ ଓଡ଼ିଶାରେ ପ୍ରାକୃତିକ ସଂପଦ ଭରପୂର ରହିଛି ଏବଂ ରାଜ୍ୟରେ ମତ୍ସ୍ୟ ସଂପଦ ବିକାଶର ପ୍ରଚୁର ସମ୍ଭାବନା ରହିଛି । ବିଗତ ଦୁଇଦଶନ୍ଧିରେ ରାଜ୍ୟରେ ମତ୍ସ୍ୟ ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିବାବେଳେ ରୋଜଗାର ସୃଷ୍ଟି ଓ ଆୟ ବୃଦ୍ଧି ଦିଗରେ ଏହା ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି କହିଥିଲେ । ଉତ୍ସବରେ ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ସ୍ମୃତିରଞ୍ଜନ ପ୍ରଧାନ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ଅବସରରେ ବିଶ୍ୱ ମତ୍ସ୍ୟ ଦିବସ ପାଳନର ଗୁରୁତ୍ୱ ସଂପର୍କରେ ଆଲୋକପାତ କରିବା ସହ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନା ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ରାଜ୍ୟର ମତ୍ସ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ବ୍ୟକ୍ତିବିଶେଷ ଓ ସଂଗଠନଗୁଡ଼ିକୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କ୍ରମରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଦୁଇଟି ଜିଲ୍ଲା, ଅନ୍ତର୍ଦେଶୀୟ ଓ ଖାରିଜଳ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଦୁଇଜଣ ମତ୍ସ୍ୟଚାଷୀ, ଦୁଇଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଦୁଇଟି ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତି ଓ ଦୁଇଜଣ ସଫଳ ମତ୍ସ୍ୟ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହିତ ମାଛ ଯାଆଁଳ ଉତ୍ପାଦନରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଥିବା କୌଶଲ୍ୟାଗଙ୍ଗ ମତ୍ସ୍ୟ ଫାର୍ମର ମତ୍ସ୍ୟ ଅଧିକାରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ମନ୍ତ୍ରୀ ଡ. ସାହୁ ମତ୍ସ୍ୟ ନିର୍ଦ୍ଦେଶାଳୟ ଦ୍ୱାରା ପ୍ରକାଶିତ ମୁଖପତ୍ର ‘ମତ୍ସ୍ୟଦର୍ପଣ’ର ସ୍ୱତନ୍ତ୍ର ସଂଖ୍ୟା ଓ ପ୍ରଧାନମନ୍ତ୍ରୀ ମତ୍ସ୍ୟସଂପଦ ଯୋଜନାର ମାର୍ଗଦର୍ଶିକା ପୁସ୍ତିକାର ଶୁଭ ଉନ୍ମୋଚନ କରିଥିଲେ । ଭୁବନେଶ୍ୱରସ୍ଥିତ କୃଷି ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର ସ୍ୱତନ୍ତ୍ର ଶାସନ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିବାବେଳେ ଭିଡ଼ିଓ କନ୍‌ଫରେନ୍ସ ଓ ସୋସିଆଲ୍‌ ମିଡ଼ିଆ ମାଧ୍ୟମରେ ସମସ୍ତ ଜିଲ୍ଲା ଓ ବ୍ଲକ୍‌ସ୍ତରୀୟ ମତ୍ସ୍ୟ ବିଭାଗର ଅଧିକାରୀ ଓ ମତ୍ସ୍ୟଜୀବୀ ତଥା ମତ୍ସ୍ୟଚାଷୀମାନେ ଯୋଗଦେଇଥିଲେ । ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ଦେବାନନ୍ଦ ଭଂଜ ଧନ୍ୟବାଦ ଅର୍ପଣ କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!