Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜିମ୍ନାଷ୍ଟିକ୍ସରୁ ଅବସର ଘୋଷଣା କଲେ ଦୀପା କରମାକର

by ସଞ୍ଜୟ ସ୍ୱାଇଁ
October 7, 2024
in NATIONAL NEWS, Sports
ଜିମ୍ନାଷ୍ଟିକ୍ସରୁ ଅବସର ଘୋଷଣା କଲେ ଦୀପା କରମାକର
34
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା) : ଭାରତର ପ୍ରଥମ ମହିଳା ଭାବେ ଅଲିମ୍ପିକ୍ସର ଜିମ୍ନାଷ୍ଟିକ୍ସ ଇଭେଣ୍ଟରେ ଭାଗ ନେଇ ପୂରା ଦୁନିଆକୁ ନିଜ ଦକ୍ଷତା ବଳରେ ପ୍ରଭାବିତ କରିଥିବା ଦୀପା କରମାକର ବଡ଼ ଘୋଷଣା କରିଛନ୍ତି। ମାତ୍ର ୩୧ ବର୍ଷ ବୟସରେ ସେ ଜିମ୍ନାଷ୍ଟିକ୍ସରୁ ଅବସର ନେଇ ଯାଇଛନ୍ତି। ସେ ସୋଶାଲ ମିଡିଆରେ ଏହାର ସୂଚନା ଦେବା ସହ ଅବସର ପଛର କାରଣ ବି କହିଛନ୍ତି। ଭବିଷ୍ୟତରେ ସେ କୋଚ କିମ୍ବା ମେଣ୍ଟୋର ଭୂମିକାରେ ଆସି ପାରନ୍ତି ବୋଲି ସଙ୍କେତ ଦେଇଛନ୍ତି। ପ୍ୟାରିସ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହେବାର କିଛି ମାସ ପରେ ଦୀପା ଏପରି ଘୋଷଣା କରିଛନ୍ତି। ୩୧ ବର୍ଷୀୟ ଦୀପା କହିଛନ୍ତି, “ଅନେକ କିଛି ଭାବିବା ପରେ ମୁଁ ଜିମ୍ନାଷ୍ଟିକ୍ସରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି। ଏପରି ନିଷ୍ପତ୍ତି ମୋ ପାଇଁ ଆଦୌ ସହଜ ନଥିଲା। କିନ୍ତୁ ମୁଁ ଭାବୁଛି ଏବେ ହିଁ ଉପଯୁକ୍ତ ସମୟ। ଜିମ୍ନାଷ୍ଟିକ୍ସ ମୋ ଜୀବନର ବହୁତ ବଡ଼ ଅଂଶ। ମୁଁ ପ୍ରତିଟି ମୁହୂର୍ତ୍ତ ପାଇଁ କୃତଜ୍ଞ। ଏବେ ବି ୫ ବର୍ଷର ଦୀପା କଥା ମୋର ମନେ ପଡ଼ୁଛି। ଫ୍ଲାଟ ଫିଟ୍‌ ବା ପାଦ ପାଇଁ ମୁଁ କେବେ ଜିମ୍ନାଷ୍ଟ ହୋଇପାରିବି ନାହିଁ ବୋଲି ମୋତେ କୁହାଯାଉଥିଲା। ଆଜି ମୁଁ ହାସଲ କରିଥିବା ସଫଳତା ପାଇଁ ଗର୍ବିତ। ଭାରତକୁ ବିଶ୍ୱ ଦରବାରରେ ପ୍ରତିନିଧିତ୍ୱ କରିବା, ପଦକ ଜିତିବା ଓ ରିଓ ଅଲିମ୍ପିକ୍ସରେ ପ୍ରତିଦ୍ୱନ୍ଦ୍ୱିତା କରିବା ମୋ କ୍ୟାରିୟର ଅବିସ୍ମରଣୀୟ ମୁହୂର୍ତ୍ତ। ଆଜି ଛୋଟ ଦୀପା ମୋତେ ଖୁସି କରିପାରିଛି। କାରଣ ସ୍ୱପ୍ନ ଦେଖିବାର ସାହାସ ତା’ ପାଖରେ ଥିଲା। ତାସ୍କେଣ୍ଟରେ ଅନୁଷ୍ଠିତ ଏସିଆନ ଜିମ୍ନାଷ୍ଟିକ୍ସ ଚାମ୍ପିୟନ୍ସଶିପରେ ବିଜୟ ମୋ ଜୀବନରେ ଏଯାଏ ଟର୍ଣ୍ଣିଂ ପଏଣ୍ଟ ହୋଇ ରହିଛି। ମୁଁ ଭାବୁଥିଲି ନିଜକୁ ଆଗକୁ ନେବି। କିନ୍ତୁ ବେଳେବେଳେ ନିଜର ଶରୀର କହେ, ଏବେ ବିଶ୍ରାମ ନେବାର ସମୟ ଆସି ଯାଇଛି। ହୃଦୟ ଏଥିରେ ଏକମତ ହେଉ ନଥିଲେ ହେଁ ଶରୀରର ବିଶ୍ରାମ ନେବାକୁ କହିଥାଏ।” ରିଓ ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ଭାଗ ନେଇଥିବା ଦୀପା ଅତ୍ୟନ୍ତ ଚ୍ୟାଲେଞ୍ଜିଂ ତଥା ବିପଦପୂର୍ଣ୍ଣ Produnova vaultରେ ପ୍ରଦର୍ଶନ କରିଥିଲେ। ସେ ସମସ୍ତଙ୍କୁ ଜଳକା କରି ୪ର୍ଥ ସ୍ଥାନରେ ନିଜର ଅଭିଯାନ କରିଥିଲେ। ସେ ୦.୧୫ ପଏଣ୍ଟ ପାଇଁ ବ୍ରୋଞ୍ଜ ମେଡାଲରୁ ବଞ୍ଚିତ ହୋଇଥିଲେ। କିନ୍ତୁ ନିଜର ପ୍ରଦର୍ଶନ ବଳରେ ସେ ନିଜର ଛାପ ଛାଡ଼ିବାକୁ ସକ୍ଷମ ହୋଇଥିଲେ। ୨୦୧୬ରେ ତାଙ୍କୁ ଖେଳ ରତ୍ନ ଓ ୨୦୧୭ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଅଲିମ୍ପିକ୍ସରେ ଡେବ୍ୟୁ କରିବା ପୂର୍ବରୁ ଦୀପା ଅନେକ ସମ୍ମାନଜନକ ପ୍ରତିଯୋଗିତାରେ ଭାରତର ନାଁ ଉଜ୍ଜ୍ୱଳ କରିଥିଲେ। ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମହିଳା ଭଲ୍ଟରେ ସେ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ। ସେ ଭାରତୀୟ ମହିଳା ଭାବେ ଏପରି ସଫଳତା ସାଉଁଟିଥିଲେ। ୨୦୧୫ ହିରୋଣିମାରେ ଆୟୋଜିତ ଏସିଆନ ଚାମ୍ପିୟନଶିପରେ ଦୀପା ବ୍ରୋଞ୍ଜ ପଦକ ହାସଳ କରିଥିଲେ। ସେହିପରି ୨୦୧୫ ବିଶ୍ୱ ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସ ଚାମ୍ପିୟନ୍ସଶିପରେ ସେ ଭାରତର ପ୍ରଥମ ମହିଳା ଭାବେ ୫ମ ସ୍ଥାନରେ ନିଜର ଅଭିଯାନ ଶେଷ କରିଥିଲେ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!