ନୟାଗଡ଼, (ବାଘୁଆବାର୍ତ୍ତା): ଭାଇଚାରାର ପର୍ବ ମାଣିକଗୋଡ଼ା ଦୁର୍ଗାପୂଜାରେ ଅନୁଷ୍ଠିତ ଅପରାଜିତ ହୋମରେ ବସୁଥିବା ମୁସଲମାନ ଦଳବେହେରା ଭାବେ କାର୍ଯ୍ୟ କରୁଥିବା ଶେଖ୍ ମଜିବୁର ରହମାନଙ୍କ ଆଜି ସନ୍ଧ୍ୟାରେ ପରଲୋକ ଘଟିଛି। ସେ କିଛି ଦିନ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତବର୍ଷ ତାଙ୍କ ବାପାଙ୍କ ପରଲୋକ ଘଟିଥିବା ବେଳେ ଆଜି ତାଙ୍କର ପରଲୋକ ଘଟିଛି। ଯାହାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଜୀବନ ଜ୍ୟୋତି ସାଂସ୍କୃତିକ ସଂସଦ ମନିକଗୋଡା ଚଣ୍ଡିପାଟଣା ପକ୍ଷରୁ ଶୋକ ପ୍ରକାଶ କରାଯାଇଛି।





