Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚୋରି କରିବା ଦୁର୍ଦ୍ଦାନ୍ତ ଅପରାଧୀ ବାୟାଙ୍କୁ ପଡ଼ିଲା ମହଙ୍ଗା

by ସଞ୍ଜୟ ସ୍ୱାଇଁ
October 6, 2024
in Crime, State
ଚୋରି କରିବା ଦୁର୍ଦ୍ଦାନ୍ତ ଅପରାଧୀ ବାୟାଙ୍କୁ ପଡ଼ିଲା ମହଙ୍ଗା
71
VIEWS
Share on FacebookShare on Twitter

ତିହିଡ଼ି, (ବାଘୁଆବାର୍ତ୍ତା): ଭଦ୍ରକ-ଧାମରା ରେଳପଥରୁ କୋଇଲା ଚୋରି କରି ଚାଲାଣ କରୁଥିବା ଭଗବାନ ଦାସ ଓରଫ ବାୟାଙ୍କୁ ରବିବାର ତିହିଡ଼ି ପୋଲିସ ଗିରଫ କରିଛି। ତାଙ୍କ ଘର ତିହିଡ଼ି ଥାନା ନୂଆନନ୍ଦ ପଞ୍ଚାୟତ ଅଧୀନ ହାଟୁଆରୀ ଗ୍ରାମରେ। ତାଙ୍କ ନାଁରେ ତିହିଡ଼ି ସମେତ ବିଭିନ୍ନ ଥାନାରେ ୩୦ରୁ ଊଦ୍ଧର୍‌ବ ମାମଲା ଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି। ତେବେ ତିହିଡ଼ି ଥାନାରେ ଭଗବାନଙ୍କ ନାଁରେ ଥିବା ୪ଟି ୱାରେଣ୍ଟ ବଳରେ ତାଙ୍କୁ ଗିରଫ କରାଯାଇଥିବା ଆଇଆଇସି ପ୍ରସନ୍ନ କୁମାର ନାୟକ ସୂଚନା ଦେଇଛନ୍ତି। ମାମଲା (ନଂ ୪୭୫/୨୩, ୧୬୮୦/୨୩, ୧୦୭୦/୨୩ ଓ ୨୦୯୧/୧୪)ରେ ତାଙ୍କ ନାଁରେ ୱାରେଣ୍ଟ ଥିବା ବେଳେ କେବଳ ତିହିଡ଼ି ଥାନାରେ ବାୟାଙ୍କ ନାଁରେ ୨୫ଟି ମାମଲା ରହିଛି। ବାୟା ତାଙ୍କ ଅଞ୍ଚଳ ଦେଇ ଯାଇଥିବା ରେଳପଥରୁ ନିୟମିତ କୋଇଲା ଚୋରି କରିବାକୁ ଏକ ଦଳ ଗଠନ କରିଥିଲେ ଏବଂ ନିଜେ ସେହି ଦଳର ମୁଖିଆ ସାଜିଥିଲେ। ଟ୍ରେନରୁ କୋଇଲା ଚୋରି କରିବା ପରେ ଏହାକୁ ବିଭିନ୍ନ ଅଞ୍ଚଳକୁ ଚାଲାଣ କରି ମୋଟା ଅଙ୍କର ଅର୍ଥ ଉପାର୍ଜନ କରୁଥିଲେ। ବିଗତ କିଛି ବର୍ଷ ହେଲା ସେ ଏହି କାରବାର ସହ ସମ୍ପୃକ୍ତ ଥିବା ପୋଲିସ କହିଛି। ଏହା ବ୍ୟତୀତ ବିଭିନ୍ନ ଲୋକଙ୍କୁ ଧମକ ଦେବା ସହ ଭଦ୍ରକ-ଚାନ୍ଦବାଲି ରାସ୍ତାରେ ବଟି ଆଦାୟ କରିବା କାର୍ଯ୍ୟରେ ସେ ସମ୍ପୃକ୍ତ ଥିଲେ। ତିହିଡ଼ି ସମେତ ଭଦ୍ରକ ଗ୍ରାମାଞ୍ଚଳ ଥାନା, ବାସୁଦେବପୁର, ସାବରଙ୍ଗ ଓ ଭଣ୍ଡାରିପୋଖରୀ ଥାନାରେ ତାଙ୍କ ନାଁରେ ଏକାଧିକ ଆପରାଧିକ ମାମଲା ରହିଛି। ନୂତନ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ କୋଇଲା ମାଫିଆମାନଙ୍କୁ ଗିରଫ କରିବାକୁ ଗତ କିଛିଦିନ ହେଲା ଜାଲ ବିଛାଇ ବାୟାଙ୍କୁ ଗିରଫ କରିବାରେ ସଫଳ ହୋଇଛି। ତେବେ ନିୟମିତ କୋଇଲା ଚୋରି କରି ଚାଲାଣ କରୁଥିବା ଅନ୍ୟ ଅଭିଯୁକ୍ତଙ୍କ ଉପରେ ପୋଲିସ ନଜର ରଖିଛି ଏବଂ ସେମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଆଇଆଇସି ନାୟକ କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!