ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ପୁଲିସ ବିଭାଗରେ ଗତକାଲି ବଡ଼ ଧରଣର ଅଦଳ ବଦଳ ହୋଇଥିବା ସୂଚନା ମିଳିଛି । ଜିଲ୍ଲାର ବିଭିନ୍ନ ଥାନାରୁ ୭ ଜଣ ଏସ୍ଆଇ ଏବଂ ୧୭ ଏଏସ୍ଆଇଙ୍କ ବଦଳି ହୋଇଥିବା ଜଣାଯାଇଛି । ସୂଚନାନୁସାରେ, ଚାନ୍ଦପୁର ଥାନା ଏସ୍ଆଇ ଏସ୍.ଏସ୍ ହୋରୋଙ୍କ ରଣପୁର ଥାନାକୁ ବଦଳି ହୋଇଥିବା ବେଳେ ନୟାଗଡ଼ ଟାଉନଥାନା ଏସ୍ଆଇ ଏଚ୍.ଏମ୍ ସାମଲଙ୍କର ଡିଆଇବିକୁ ବଦଳି ହୋଇଛି । ସେହିଭଳି ଭାବେ ରଣପୁର ଥାନା ଏସ୍ଆଇ ବିଦିତା ନାୟକଙ୍କର ନୟାଗଡ଼ ଟାଉନଥାନା, ନୟାଗଡ଼ ଟାଉନଥାନ ଏସ୍ଆଇ ସ୍ମୃତିରଂଜନ ମହାନ୍ତିଙ୍କର ସଦରଥାନା, ସଦରଥାନା ଏସ୍ଆଇ ସନ୍ତୋଷ ଦାଶଙ୍କର ନୟାଗଡ଼ ଟାଉନଥାନାକୁ ବଦଳି ହୋଇଥିବା ବେଳେ ଖଣ୍ଡପଡ଼ା ଥାନା ଏସ୍ଆଇ ପି.କେ ଦେଓଙ୍କୁ କଣ୍ଟିଲୋ ଫାଣ୍ଡି ଦାୟିତ୍ୱ ପ୍ରଦାନ କରାଯାଇଛି । ଗଣିଆ ଥାନା ଏସ୍ଆଇ ସାରାଦା ନାୟକଙ୍କୁ ସଦରକୋର୍ଟକୁ ବଦଳି ହୋଇଛି । ସେହିଭଳି ଭାବେ ଏଏସ୍ଆଇ ମାନଙ୍କ ମଧ୍ୟରେ ଅଶୋକ କୁମାର ମହାନ୍ତି ସଦରଥାନା, ଏନ୍ ବାହିନିପତି ମାଳିସାହି ଫାଣ୍ଡି, କେ.ବି ମଲ୍ଲିକ ନୟାଗଡ଼ ଟାଉନଥାନା, ରାଜେନ୍ଦ୍ର କହଁର କୋସକା ଫାଣ୍ଡି, ଏସ୍ସି ମିଶ୍ର ନୟାଗଡ଼ ଟାଉନଥାନା, ଶିବ ପ୍ରସାଦ ପ୍ରଧାନ ନୂଆଗାଁ, ନୂଆଗାଁ ଥାନାରେ କାର୍ଯ୍ୟରତ ପି.କେ ନନ୍ଦଙ୍କୁ ଇଟାମାଟି ଥାନା, ଦଶପଲ୍ଲା ଥାନା ସଇନୁଲ୍ ଖାଁ କୁରାଳ, ଏସ୍.କେ ସାହୁ ଦଶପଲ୍ଲା, ଏ.ଟି ବେହେରା ଖଣ୍ଡପଡ଼ା, ବି.କେ ଦାଶ ଫତେଗଡ଼, ଆର୍.ସି ସାହୁ ଦଶପଲ୍ଲା, ଦଶପଲ୍ଲା ଥାନା ପି.କେ ନନ୍ଦଙ୍କୁ ଗଣିଆ, ଅନ୍ତର୍ଯ୍ୟାମୀ ଦାଶ ବାହାଡ଼ଝୋଲା, ଆର୍.କେ ବେହେରା ଚାନ୍ଦପୁର, ଏସ୍.କେ ସୁବୁଦ୍ଧି ସଦରଥାନା, ଏନ୍ ମହାପାତ୍ର ଖଣ୍ଡପଡ଼ା ଥାନାକୁ ବଦଳି ହୋଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିୱାକରଙ୍କ ନିର୍ଦ୍ଦେଶରେ ଏଭଳି ବଦଳି ଆଦେଶ କାର୍ଯ୍ୟକାରୀ ହେବ ବୋଲି ଜଣାଯାଇଛି ।





