Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଫ୍ଲାଟରୁ ମିଳିଲା କ୍ରିକେଟର୍ ଙ୍କ ମା’ଙ୍କ ମୃତଦେହ, ଗଳାରେ ରହିଛି ଦାଗ

by ସଞ୍ଜୟ ସ୍ୱାଇଁ
October 5, 2024
in Crime, NATIONAL NEWS
ଫ୍ଲାଟରୁ ମିଳିଲା କ୍ରିକେଟର୍ ଙ୍କ ମା’ଙ୍କ ମୃତଦେହ, ଗଳାରେ ରହିଛି ଦାଗ
103
VIEWS
Share on FacebookShare on Twitter

ପୁଣେ, (ବାଘୁଆବାର୍ତ୍ତା): ପୂର୍ବତନ କ୍ରିକେଟର୍ ତଥା ଅଭିନେତା ସଲିଲ ଅଙ୍କୋଲାଙ୍କ ମା’ଙ୍କ ଦେହାନ୍ତ ହୋଇଛି। ଶୁକ୍ରବାର ପୁଣେ ସ୍ଥିତ ଫ୍ଲାଟ୍‌ ଭିତରୁ ସନ୍ଧିଗ୍ଧ ଅବସ୍ଥାରେ ତାଙ୍କ ମା’ଙ୍କ ମୃତଦେହ ମିଳିଛି। ୭୭ ବର୍ଷୀୟ ମାଲା ଅଶୋକ ଅଙ୍କୋଲାଙ୍କ ଗଳାରେ କଟା ଦାଗ ରହିଛି। ପୁଲିସ ସୂଚନା ମୁତାବକ, ଶୁକ୍ରବାର ଅପରାହ୍ନରେ ପୁଣେର ଡେକାନ ଜିମଖାନାର ପ୍ରଭାତ ରୋଡରେ ଅବସ୍ଥିତ ତାଙ୍କ ଫ୍ଲାଟରୁ ମାଲା ଅଶୋକ ଆଙ୍କୋଲାଙ୍କ ମୃତଦେହ ମିଳିଛି। ଗତକାଲି ତାଙ୍କର ଘରୋଇ ସହାୟିକା ଫ୍ଲାଟକୁ ଆସିଥିଲେ। କିନ୍ତୁ ଅଭିନେତାଙ୍କ ମା’ କବାଟ ଖୋଲି ନଥିଲେ। ଏହାପରେ ତାଙ୍କୁ ସନ୍ଦେହ ହୋଇଥିଲା ଓ ସେ ସମ୍ପର୍କୀୟମାନଙ୍କୁ ଜଣାଇଥିଲେ। ଏହାପରେ ଘଟଣା ସାମ୍ନାକୁ ଆସିଥିଲା। କବାଟ ଖୋଲିବା ପରେ ମହିଳାଙ୍କ ମୃତଦେହ ମିଳିଥିଲା। ତେବେ ଗଳା କଟା ହୋଇଥିଲା। ସେ ନିଜେ ନିଜର ଗଳା କାଟିଥିବା ପ୍ରଥମ ଦୃଶ୍ୟରୁ ଜଣାପଡୁଥିଲା। ତେବେ ସବୁ ଦିଗରୁ ଅନୁସନ୍ଧାନ ଚାଲିଛି। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୂରା ମାମଲାର ତଦନ୍ତ ଜାରି ରହିଛି। ମହିଳା ଜଣକ ମାନସିକ ସମସ୍ୟାରେ ପୀଡିତ ଥିଲେ ବୋଲି ଡେପୁଟି କମିଶନର ଅଫ୍ ପୋଲିସ୍ (ଜୋନ୍-୧) ସନ୍ଦୀପ ସିଂହ ଗିଲ କହିଛନ୍ତି। କହିରଖୁ ଯେ, ୧୯୮୯ ରୁ ୧୯୯୭ ମଧ୍ୟରେ ସଲିଲ ଆଙ୍କୋଲା ଗୋଟିଏ ଟେଷ୍ଟ ମ୍ୟାଚ୍ ଏବଂ ୨୦ଟି ଦିନିକିଆ କ୍ରିକେଟ୍ ମ୍ୟାଚ୍ ଖେଳିଛନ୍ତି। ମଧ୍ୟମ ଫାଷ୍ଟ ବୋଲର ଆଙ୍କୋଲା ପରେ ଫିଲ୍ମ ଏବଂ ଅନେକ ଟିଭି ସିରିଏଲରେ ମଧ୍ୟ କାମ କରିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!