Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କ୍ୱାକ୍‌ଙ୍କ ଇଞ୍ଜେକ୍‌ସନ୍‌ରେ ଚାଲିଗଲା ନାବାଳକ ଜୀବନ

by ସଞ୍ଜୟ ସ୍ୱାଇଁ
November 18, 2020
in Nayagarh
କ୍ୱାକ୍‌ଙ୍କ ଇଞ୍ଜେକ୍‌ସନ୍‌ରେ ଚାଲିଗଲା ନାବାଳକ ଜୀବନ
2.6k
VIEWS
Share on FacebookShare on Twitter

ନୟାଗଡ଼଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୦ ବର୍ଷିୟ ନାବାଳକଙ୍କ ମୃତ୍ୟୁ ଘଟିଛି । ମୃତ ନାବାଳକଙ୍କୁ ଜଣେ କ୍ୱାକ୍ ଭୁଲ ଇଞ୍ଜେକ୍‌ସନ୍ ଦେବା କାରଣରୁ ତାଙ୍କ ଅବସ୍ଥା ଗୁରୁତର ହୋଇ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ମହୀପୁର ପଂଚାୟତ ମାଳିସର ଗ୍ରାମର ବିଶ୍ୱନାଥ ପରିଡ଼ାଙ୍କ ପୁଅ ରାଜେଶ କୁମାର ପରିଡ଼ା (୧୦)ଙ୍କର ଥଣ୍ଡା ଜ୍ୱର ହୋଇଥିଲା । କରୋନା ସମୟରେ ଥଣ୍ଡା ଜ୍ୱରକୁ ଭୟ କରି ରାଜେଶଙ୍କ ବାପା ବିଶ୍ୱନାଥ ଗତକାଲି ଅପରାହ୍ନରେ ତାଙ୍କୁ ଦୁରୁଦୁରା ଗ୍ରାମରେ କ୍ଲିନିକ କରିଥିବା କ୍ୱାକ୍ ପ୍ରମୋଦ କୁମାର ରଥଙ୍କ ପାଖକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ପ୍ରମୋଦ ଛୁଆକୁ ଦେଖିବା ପରେ ଔଷଧ ଦେଲେ ଜ୍ୱର କମିବାକୁ ବିଳମ୍ବ ହେବ ଇଞ୍ଜେକ୍‌ସନ୍ ଦେଇ ଦେଉଛି ବୋଲି କହିଥିଲେ । ପୁଅର ଦେହ ଭଲ ହେବା ଲକ୍ଷରେ ବିଶ୍ୱନାଥ ପ୍ରମୋଦଙ୍କ କଥାରେ ରାଜି ହେବାରୁ ସେ ରାଜେଶକୁ ଏକ ଇଞ୍ଜେକ୍‌ସନ୍ ଦେଇଥିଲେ । ଇଞ୍ଜେକ୍‌ସନ୍ ଦେବାର କିଛି କ୍ଷଣ ପରେ ରାଜେଶ ହଠାତ୍ ଗୁରୁତର ହୋଇପଡ଼ିଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି । ହଠାତ୍ ରାଜେଶ ଆଖି ତରାଟି ଚେତା ଶୂନ୍ୟ ହୋଇପଡ଼ିବାରୁ କ୍ୱାକ ପ୍ରମୋଦ ଏକ ଅଟୋ ଯୋଗେ ବିଶ୍ୱନାଥ ଏବଂ ପୁଅ ରାଜେଶକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଂଚିବା ପରେ ରାଜେଶଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ । ଘଟଣାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶୋକାକୂଳ ପରିବେଶ ସୃଷ୍ଟି ହେବା ସହ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା । ଖବରପାଇ ନୟାଗଡ଼ ଟାଉନଥାନା ପୁଲିସ ଡାକ୍ତରଖାନାରେ ପଂହଚି ରାଜେଶଙ୍କର ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବିଶ୍ୱନାଥଙ୍କର ଦୁଇଟି ଝିଅ ରହିଥିବା ବେଳେ ରାଜେଶ ଏକ ମାତ୍ର ପୁଅ ହୋଇଥିବା ଜଣାଯାଇଛି । ସେ ଚତୁର୍ଥ ଶ୍ରେଣୀର ଛାତ୍ର ବୋଲି ଜଣାଯାଇଛି । ଏହି ଘଟଣାକୁ ନେଇ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି । ଅନ୍ୟପକ୍ଷେ, ଇଞ୍ଜେକ୍‌ସନ୍ ଦେଇଥିବା କ୍ୱାକ୍ ପଛରେ ଯାଉଛି କହିଥିଲେ ମଧ୍ୟ ରାଜେଶଙ୍କ ମୃତ୍ୟୁ ଖବରପାଇ ଡାକ୍ତରଖାନା ନିକଟରୁ ଖସି ଯାଇଥିବା ଜଣାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!