Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା କରିଥିବା ଅଭିଯୁକ୍ତକୁ ଏନ୍‌କାଉଣ୍ଟର୍‌

by ସଞ୍ଜୟ ସ୍ୱାଇଁ
October 5, 2024
in Crime, NATIONAL NEWS
ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା କରିଥିବା ଅଭିଯୁକ୍ତକୁ ଏନ୍‌କାଉଣ୍ଟର୍‌
89
VIEWS
Share on FacebookShare on Twitter

ଉତ୍ତରପ୍ରଦେଶ, (ବାଘୁଆବାର୍ତ୍ତା): ଅମେଠୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଏନକାଉଣ୍ଟର। ପୁଲିସ ଠାରୁ ବନ୍ଧୁକ ଛଡାଇ ଫେରାର ହେଉଥିବା ବେଳେ ଏନ୍‌କାଉଣ୍ଟରରେ ସେ ଆହତ ହୋଇଛି। ନିକଟରେ ଉତ୍ତରପ୍ରଦେଶର ଅମେଠୀ ଜିଲ୍ଲାରେ ଗେଟିଏ ପରିବାରର ୪ ଜଣଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୁକ୍ତ ଚନ୍ଦନ ବର୍ମାଙ୍କ ଗୋଡରେ ଗୁଳି ବାଜିଛି। ସୂଚନାନୁସାରେ, ପଚରାଉଚରା ବେଳେ ବନ୍ଧୁକ ଜବତ ପାଇଁ ନିଆଯାଉଥିବା ବେଳେ ଚନ୍ଦନ ବର୍ମା ପୁଲିସର ପିସ୍ତଲ ଛଡ଼ାଇ ଫେରାର ହେବାକୁ ଚେଷ୍ଟା କରିଥିଲେ। ଏତିକି ବେଳେ ପୁଲିସ ତାଙ୍କ ଗୋଡକୁ ଗୁଳି କରିଦେଇଥିଲା। ଏହି ଘଟଣା ମୋହନଞ୍ଜ ପୁଲିସ ଷ୍ଟେସନ ଅଞ୍ଚଳରେ ଘଟିଛି। ଏହି ପୂରା ମାମଲାରେ ପୁଲିସ ଯାଞ୍ଚ ଚାରି ରଖିଛି। ଅମେଠୀ ଏସ୍‌ପି ଅନୁପ କୁମାର ସିଂହଙ୍କ କହିଛନ୍ତି, ଗୁରୁବାର ଦିନ ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା କରାଯାଇଛି। ଉତ୍ତରପ୍ରଦେଶ ଏସଟିଏଫ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ହତ୍ୟାକାରୀ ଚନ୍ଦନ ବର୍ମାଙ୍କୁ ଗତକାଲି ନୋଏଡା ଜୁଆର ଟୋଲ ପ୍ଲାଜାରୁ ଗିରଫ କରିଛି। ଗୁରୁବାର ସନ୍ଧ୍ୟାରେ ଅମେଠୀର ଶିବରତନଗଞ୍ଜ ପୁଲିସ ଷ୍ଟେସନ ଅଞ୍ଚଳରେ ଭଡ଼ା ଘରେ ରହୁଥିବା ଶିକ୍ଷକ ସୁନୀଲ କୁମାର (୩୫), ତାଙ୍କ ପତ୍ନୀ ପୁନମ୍‌ (୩୨), ଝିଅ ଦୃଷ୍ଟି (୬) ଏବଂ ଏକ ବର୍ଷର ଝିଅ ସୁନିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସମଗ୍ର ପରିବାରକୁ ହତ୍ୟା କରିବା ପରେ ଅଭିଯୁକ୍ତ ଚନ୍ଦନ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ପୁଲିସ କହିବା ମୁତାବକ, ଅଭିଯୁକ୍ତ ଜଣକ ଗତ ଦେଢ଼ ବର୍ଷ ଧରି ଶିକ୍ଷକଙ୍କ ପତ୍ନୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ତେବେ ଗତ କିଛି ଦିନ ହେବ ଉଭୟଙ୍କ ମଧ୍ୟରେ ମତଭେଦ ଚାଲିଥିଲା। ଏହି କାରଣରୁ ସେ ଚାପରେ ଥିଲେ। ତେଣୁ ସେ ରାଗିଯାଇ ଏଭଳି ହତ୍ୟାକାଣ୍ଡ ଘଟାଇଛନ୍ତି। ଅଭିଯୁକ୍ତ ନିଜ ଦୋଷ ମଧ୍ୟ ସ୍ୱୀକାର କରିଛି। ଏହି ମାମଲାରେ ତଦନ୍ତ ଜାରି ରହିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!