Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାଉଜଙ୍କୁ ହାଣିଦେଲା ଦିଅର

by ସଞ୍ଜୟ ସ୍ୱାଇଁ
October 4, 2024
in Crime, State
ଭାଉଜଙ୍କୁ ହାଣିଦେଲା ଦିଅର
77
VIEWS
Share on FacebookShare on Twitter

କେନ୍ଦୁଝର, (ବାଘୁଆବାର୍ତ୍ତା): ଡାହାଣୀ ବୋଲି ସନ୍ଦେହ କରି ଭାଉଜକୁ ମାରିଦେଲା ଦିଅର। ଦିନ ଦି’ପହରରେ ଟାଙ୍ଗିଆରେ ଭାଉଜଙ୍କୁ ହାଣିଦେଲା ଦିଅର। ଆଜି ଅପରାହ୍ନରେ ଏପରି ବୀଭତ୍ସ ହତ୍ୟାକାଣ୍ଡ କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅଞ୍ଚଳରେ ଘଟିଛି। ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଘଷିପୁରା ଥାନା ପାତନା ଗାଁରେ ସିଦ୍ଧେଶ୍ୱର ମୁର୍ମୁଙ୍କ ପତ୍ନୀ ସୀତା ଗୁଣି ଗାରେଡି କରୁଥିବା ନେଇ ସନ୍ଦେହ କରୁଥିଲେ ତାଙ୍କ ଦିଅର ଗଙ୍ଗା ମୁର୍ମୁ। ଯେଉଁଥିପାଇଁ ଭାଉଜ ଓ ଦିଅରଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା। ଆଜି ଅପରାହ୍ନରେ ଘରେ ସୀତା ଏକା ଥିଲେ। ସେ ଘର କାମରେ ବ୍ୟସ୍ତ ଥିଲେ। ଠିକ୍‌ ସେତିକି ବେଳେ ହାତରେ ଟାଙ୍ଗିଆ ଧରି ଘରେ ପହଞ୍ଚିଥିଲା ଗଙ୍ଗା। ଆଉ ସାମ୍ନାରେ ଭଉଜ ସୀତାଙ୍କୁ ପାଇ ଟାଙ୍ଗିରେ ଚୋଟ ପରେ ଚୋଟ ପକାଇଥିଲା। ଘଟଣା ସ୍ଥଳରେ ସୀତାଙ୍କର ମୃତ୍ୟୁ ଘଟିଥିଲା। ଭାଉଜଙ୍କୁ ହତ୍ୟା କରିବା ପରେ ଗଙ୍ଗା ରକ୍ତାକ୍ତ ଟାଙ୍ଗିଆ ଧରି ନିକଟସ୍ଥ ବ୍ରାହ୍ମଣୀପାଳ ଥାନାରେ ପହଞ୍ଚିଥିଲା। ଆଉ ସେ ତା’ ଭାଉଜଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲା। ବ୍ରାହ୍ମଣୀପାଳ ଥାନା ପୁଲସ୍‌ ଅଭିଯୁକ୍ତ ଗଙ୍ଗାକୁ ଧରି ଘଷିପୁରା ପୁଲିସ୍‌କୁ ହସ୍ତାନ୍ତର କରିଥିଲା। ଖବର ପାଇ ଆନନ୍ଦପୁର ଏସ୍‌ଡିପିଓ ପ୍ରଶାନ୍ତ କୁମାର ବେହେରା, ଘଷିପୁରା ଥାନା ଅଧିକାରୀ ସୁଶିଲ କର, ଏସ୍‌ଆଇ ମାନସ କୁମାର ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାଥମିକ ତଦନ୍ତରୁ ଗୁଣି ଗାରେଡିରୁ ବୀଭତ୍ସ ହତ୍ୟାକାଣ୍ଡ ଘଟିଥିବା ପୁଲିସ୍‌ ସନ୍ଦେହ କରୁଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!